ବଲିଉଡର ଦୁଇ ଷ୍ଟାର୍ ଅକ୍ଷୟ କୁମାର ଓ ସୋନୁ ସୁଦ୍ କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ରିଅଲ୍ ଲାଇଫରେ ହିରୋ ସାଜିଛନ୍ତିଗୋଟିଏ ପଟେ ଅକ୍ଷୟ କୁମାର ଆର୍ଥିକ ସହାୟତା କରିଥିବା ବେଳେ ଅନ୍ୟପଟେ ସୋନୁ ସୁଦ୍ ଆର୍ଥିକ ସହାୟତା ସହ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଘରେ ପହଞ୍ଚାଇବାର କାମ କରିଥିଲେ; ତେଣୁ ଦୁହେଁ ସୋସିଆଲ୍ ମିଡିଆରେ ଲୋକପ୍ରିୟ ହୋଇଛନ୍ତି; ତେବେ ଏହି ସହାୟତା ପାଇଁ ଦୁହିଁଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିବା ପାଇଁ ଟ୍ୱିଟରରେ ଫ୍ୟାନମାନେ ଦାବି କରିଛନ୍ତି; ଫ୍ୟାନଙ୍କ କହିବା ଅନୁଯାୟୀ, ଉଭୟ ଅଭିନେତା ‘ଭାରତ ରତ୍ନ’ ପାଇବାକୁ ଯୋଗ୍ୟ; ଫ୍ୟାନମାନେ ଅକ୍ଷୟ ଓ ସୋନୁଙ୍କୁ ରିଅଲ୍ ହିରୋର ଆଖ୍ୟା ଦେଇଛନ୍ତି

ସୂଚନାଯୋଗ୍ୟ, ଅକ୍ଷୟ କୁମାର ସବୁବେଳେ ବିପର୍ଯ୍ୟୟ ହେଉ କି ବନ୍ୟା ଦେଶବାସୀଙ୍କ ସହାୟତା ପାଇଁ ଆଗକୁ ଆସନ୍ତି; ଏପରିକି ଶହିଦ୍ ଯବାନଙ୍କ ପରିବାରଙ୍କୁ ମଧ୍ୟ ଡୋନେଶନ୍ ଦେଇ ଅକ୍ଷୟ ପ୍ରଶଂସାର ପାତ୍ର ହୋଇଛନ୍ତି; କରୋନା ଭାଇରସ୍ ପାଇଁ ଅକ୍ଷୟ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୨୫କୋଟି ଟଙ୍କା ଦାନ କରିଥିଲେ; ଏହା ସହ ଅକ୍ଷୟ କୁମାରଙ୍କ ପ୍ରୟାସରେ ଭାରତର ବୀର୍ ଆପ୍ସକୁ ମଧ୍ୟ ଭଲ ସହାୟତା ରାଶି ମଧ୍ୟ ମିଳୁଛି; ଏହି ଆପ୍ସ ଜରିଆରେ ସୈନିକଙ୍କ ପରିବାରଙ୍କୁ ସହାୟତା ମିଳିଥାଏ

@akshaykumar and @sonusood helped from the bottom of heart.
They deserve Bharat Ratna…🙏 pic.twitter.com/Nmi4pFjPfv

– Kangana Ranaut (@akkianjack) June 27, 2020

Main two person whom I luv the most both are great actors and a adore persons. Really they deserve BHARAT RATNA@akshaykumar @SonuSood pic.twitter.com/GBK3wDGuEI

– TEJAS PRATAP SINGH (@TEJASPRATAPSIN7) June 26, 2020

These two heros truly deserve Bharat Ratna ❤️#AkshayKumar #SonuSood pic.twitter.com/0PETvy2zup

– B.T💫 (@Akkians_BT) June 20, 2020

ଅନ୍ୟପକ୍ଷରେ ସୋନୁ ସୁଦ୍ ଅନ୍ୟ ସହରରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଜେ ବସ୍ ବନ୍ଦୋବସ୍ଥ କରି ସେମାନଙ୍କୁ ଘରେ ପହଞ୍ଚାଇବାରେ ସହାୟତା କରୁଛନ୍ତି; ସେ ମଧ୍ୟ ମୁମ୍ବାଇର ଜୁହୁସ୍ଥିତ ନିଜ ହୋଟେଲକୁ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଖୋଲିଥିଲେ; ଏହାବାଦ୍ ପଞ୍ଜାବର ଡାକ୍ତରଙ୍କୁ ୧୫୦୦ ପିପିଇ କିଟ୍ସ ମଧ୍ୟ ପ୍ରଦାନ କରିଛନ୍ତି; ସୋନୁଙ୍କ ଏହି ମହାନ୍ କାମ ପାଇଁ ତାଙ୍କୁ ସେଲିବ୍ରିଟୀଙ୍କଠାରୁ ଆରମ୍ଭ କରି ରାଜନେତା ମଧ୍ୟ ପ୍ରଶଂସା କରିଛନ୍ତି

LEAVE A REPLY

Please enter your comment!
Please enter your name here