Home Entertainment ଅଡୁଆରେ ରବିନା ଟଣ୍ଡନ୍‌, ଫରହା ଖାନ୍‌ ଓ ଭାରତୀ ସିଂହ, ପଂଜାବ ପୁଲିସ ତରଫରୁ କେସ...

ଅଡୁଆରେ ରବିନା ଟଣ୍ଡନ୍‌, ଫରହା ଖାନ୍‌ ଓ ଭାରତୀ ସିଂହ, ପଂଜାବ ପୁଲିସ ତରଫରୁ କେସ ରୁଜୁ !!

0
820

୨୫ତାରିଖରେ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଖ୍ରୀଷ୍ଟମାସ୍‌ ଡେ’ ସବୁଆଡେ ଉତ୍ସବ ମୁଖର ଥିବାବେଳେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, କୋରିଓଗ୍ରାଫେର ଫରହା ଖାନ୍‌ ଓ କମେଡ଼ିଆନ୍ ଭାରତୀ ସିଂହଙ୍କ ବିରୁଦ୍ଧରେ ଅମୃତସର୍‌ର ଅଜନାଲାର ଥାନାରେ ଧାର୍ମିକ ଭାବନାକୁ କୁଠାରଘାତ କରିବାର ଅଭିଯୋଗ ହୋଇଛି

ସୂଚନା ଅନୁଯାୟୀ ସୋସିଆଲ୍‌ ମିଡିଆରେ ଭାଇରଲ ହୋଇଥିବା ଏକ କମେଡ଼ି କାର୍ଯ୍ୟକ୍ରମର ଭିଡିଓକୁ ନେଇ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି; ଏହି ଭିଡିଓରେ ଏମାନେ ଶୋ’ରେ ଖ୍ରୀଷ୍ଟ ଧର୍ମକୁ ନେଇ କିଛି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି; ଯାହାକି ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ କରଛି; ଏହି ଏପିସୋଡ୍‌ ମଧ୍ୟ ଖ୍ରୀଷ୍ଟମାସ୍‌ ଡେ’ରେ ଟେଲିକାଷ୍ଟ ହୋଇଛି

ତେଣୁ ଏହି କାର୍ଯ୍ୟକ୍ରମର ଭିଡିଓକୁ ଭଲଭାବେ ଯାଞ୍ଚ କରି ଆଇପିସି ଧାରା ୨୯୫-ଏ ଅନୁଯାୟୀ ପଞ୍ଜାବ ପୁଲିସ୍‌ ଏସଏସପି ବିକ୍ରମଜିତ ଦୁଗଲ ସେମାନଙ୍କ ବିରୁଦ୍ଧରେ ଏକ କେସ ରୁଜୁ କରିଛନ୍ତି; କିନ୍ତୁ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ ନେଇନାହିଁ; ଏହି କେସକୁ ନେଇ ଏଯାଏଁ ତିନି ଜଣ ସେଲେବ୍ରଟିଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ

NO COMMENTS

LEAVE A REPLY

Please enter your comment!
Please enter your name here