Home National ଅନଲାଇନରେ ଡେଲିଭରୀ ହେବ ମଦ !!

ଅନଲାଇନରେ ଡେଲିଭରୀ ହେବ ମଦ !!

0
347

ଅନଲାଇନରେ ଏବେ ପ୍ରାୟ ସବୁ ଜିନିଷ ମିଳୁଛି; କିନ୍ତୁ ମଦକୁ ମଧ୍ୟ ଅନଲାଇନରେ ମଗେଇପାରିବେ; ଏଥିପାଇଁ ପଞ୍ଜାବ ସରକାର ତତ୍ପର ହୋଇଛନ୍ତି; ପରୀକ୍ଷାମୂଳକ ଭାବରେ ପ୍ରଥମେ ଚଣ୍ଡିଗଡ଼ରେ ଅନଲାଇନ ମଦ ଡେଲିଭରୀ ସେବା ଆରମ୍ଭ ହୋଇଛି; ପଞ୍ଜାବ ସରକାର ଲକ୍ଷ୍ୟ ରଖିଛନ୍ତି ଯେ ଅନଲାଇନ ଜରିଆରେ ରାଜ୍ୟର ସମସ୍ତ ଅଞ୍ଚଳରେ ଖାଇବା ପିଇବା ସାମଗ୍ରୀ ଭଳି ପ୍ରତି ଘରେ ମଦ ପହଞ୍ଚିବ; ୨୦୧୮ରେ ମହାରାଷ୍ଟ୍ର ସରକାର ଅନଲାଇନ ଜରିଆରେ ମଦ ଘରେ ଘରେ ପହଞ୍ଚାଇବେ ବୋଲି ପ୍ରଥମେ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ
୨୦୨୦-୨୧ବର୍ଷ ପାଇଁ ପଞ୍ଜାବ ସରକାର ନୂଆ ଅବକାରୀ ନିୟମ ଘୋଷଣା କରିଛି; ଏହି ନିୟମରେ ରାଜ୍ୟ ସରକାର ମୋହାଲିରେ ପରୀକ୍ଷାମୂଳକ ଭାବରେ ପରୀକ୍ଷାମୂଳକ ଭାବରେ ଏକ ଅନଲାଇନ ପ୍ଲାଟଫର୍ମ ତିଆରି କରିବା ପାଇଁ ପ୍ରସ୍ତାବ ରହିଛି; ଏହାଦ୍ୱାରା ମଦ ହୋମ ଡେଲିଭରୀ ହୋଇପାରିବ; ସରକାର ଏଥିପାଇଁ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତାଙ୍କ ସହ ଆଲୋଚନା କରିବେ
ଅନଲାଇନ ମାଧ୍ୟମରେ ମଦ ବିକ୍ରି କରିବା ସମ୍ୱିଧାନର ନିୟମକୁ ଉଲ୍ଲଂଘନ କରୁଛି ବୋଲି ଆଇନବିଶାରଦ ମତ ରଖିଛନ୍ତି; ପଂଜାବ ସରକାର ମଧ୍ୟ ଘୋଷଣା କରିଛନ୍ତି ଯେ ଯଦି କୌଣସି ଆପତ୍ତି ଆସେ ତେବେ ପ୍ରସ୍ତାବ ମଧ୍ୟ ପ୍ରତ୍ୟାହାର କରିପାରନ୍ତି

NO COMMENTS

LEAVE A REPLY

Please enter your comment!
Please enter your name here