ବୋଲିଉଡ଼ର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ରେଖାଙ୍କ ସହ ଆକ୍ଟିଙ୍ଗ କରି ନିଜ ନିଖୁଣ ଅଭିନୟ ଦ୍ୱାରା ଦର୍ଶକ ତାଙ୍କ ଯୋଡିକୁ ପ୍ରଶଂସା କରିଥିଲେ; କିନ୍ତୁ ଜିନତ ଅମାନ, ହେମାମାଳିନୀ ପ୍ରମୁଖଙ୍କ ସହ ମଧ୍ୟ ଅମିତାଭଙ୍କ ଫିଲ୍ମ ସୁପରହିଟ୍‌ ହୋଇଛି; ତେବେ ଏମାନଙ୍କ ବ୍ୟତୀତ ପରବିନ ବବି ସହ ବେଶ୍‌ କିଛି ସୁପରହିଟ୍‌ ଫିଲ୍ମ ଦେଇଛନ୍ତି; ଅମିତାଭଙ୍କ ସହ ମଜବୁର, ଶାନ୍‌, ଦୋ ଔର ଦୋ ପାଞ୍ଚ, ମହାନ୍‌, ଅମର ଆକବର ଆନ୍ଥୋନୀ, ଖୁଦ୍ଦାର, କାଲିଆ, ଦିଓ୍ଵାର ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ

ସେତେବେଳର ସୁପର ଷ୍ଟାର ହିରୋଇନ୍‌ ପରବିନ୍‌ ଥିଲେ; ସେ ଜଣେ ବିନ୍ଦାସ ଏବଂ ଗ୍ଲାମରସ୍‌ ହିରୋଇନ୍‌ ଥିଲେ; କିନ୍ତୁ ବ୍ୟକ୍ତିଗତ ଜୀବନ ତାଙ୍କର ଖୁବ୍‌ ବିବାଦୀୟ ଥିଲା; ତେବେ ଡେବ୍ୟୁ ଫିଲ୍ମ ‘ଚରିତ୍ର’ ସୁପର ଫ୍ଲପ୍‌ ହୋଇଥିଲା; ଯେଉଁଥିରେ ଅଭିନେତା ଥିଲେ କ୍ରିକେଟ୍‌ ଖେଳାଳି ସଲିମ ଦୁରାନି; ଏହି ସମୟରେ ଖଳନାୟକ ଡ୍ୟାନିଙ୍କ ସହ ପ୍ରେମ ସମ୍ପର୍କ ସୃଷ୍ଟି ହୋଇ ପରେ ବିଚ୍ଛେଦ ହୋଇଥିଲା; ପୁଣି କବୀର ବେଦୀଙ୍କ ସହ ପ୍ରେମସମ୍ପର୍କ ସୃଷ୍ଟି ହେଲା, କିନ୍ତୁ କବୀରଙ୍କ ଠାରୁ ବିଚ୍ଛେଦ ପରେ ନିର୍ଦ୍ଦେଶକ ମହେଶ ଭଟ୍ଟ ସହ ପ୍ରେମସମ୍ପର୍କ ସୃଷ୍ଟି ହୋଇ ଦୁହେଁ ଲିଭ୍‌ଇନ୍‌ ରିଲେସନରେ ରହିଲେ; ଅନେକ ବର୍ଷ ସମ୍ପର୍କ ରହିବା ପରେ ଶେଷରେ ଏ ସମ୍ପର୍କ ମଧ୍ୟ ତୁଟିଗଲା; ସେ ଏକ ରହି ଶେଷକୁ ମାନସିକ ରୋଗର ଶିକାର ହେଲେ
୧୯୮୩ରେ ବଲିଉଡ୍‌ ଛାଡ଼ି ଜଣେ ଇଣ୍ଟରିୟର ଡିଜାଇନର ଭାବେ ବିଦେଶରେ କାମ କଲେ; କିନ୍ତୁ ସେଠି ଆଉ ରହିଣ ପାରି ପୁଣି ଭାରତ ଫେରି ଆସିଲେ; ଆଉ ଅଚାନକ ବୋଲିଉଡ଼ ଷ୍ଟାର ଅମିତାଭଙ୍କ ନାଁରେ ଅନେକ ଅଭିଯୋଗ ଆଣିଲେ; ଏପରିକି କେସ୍‌ ମଧ୍ୟ କଲେ ଯେ ଅମିତାଭ ତାଙ୍କୁ ମାରିବାକୁ ଚାହୁଁଛନ୍ତି; ତାଙ୍କ ପଛରେ ଗୁଣ୍ଡା ଲଗାଇଛନ୍ତି ଏବଂ ବୋମା ବି ଲଗାଇଛନ୍ତି ବୋଲି କହୁଥିଲେ; ସବୁବେଳେ ତାଙ୍କ ମନ ଭିତରେ ଭୟ ରହୁଥିଲା ଯେ ତାଙ୍କୁ କିଏ ମାରିଦେବ; ସେ ଘରେ ଏକା ରହିବା ବେଳେ ହାତରେ ଛୁରୀ ଧରି ବୁଲୁଥିଲେ; ସେ ସବୁବେଳେ ଡରି ଭାବୁଥିଲେ ଯେ ଅଚାନକ କେହି ଜଣେ ଆସି ତାଙ୍କୁ ଆକ୍ରମଣ କରିବ; ତାଙ୍କର ଏ ଅବସ୍ଥା ଦେଖି ମହେଶ ଭଟ୍ଟ ତାଙ୍କର ଚିକିତ୍ସା ମଧ୍ୟ କରାଇଥିଲେ; କିନ୍ତୁ ଡାକ୍ତର କହିଲେ ମାନସିକ ରୋଗକୁ ଔଷଧ ନାହିଁ; ସେ ନିଜ ପସନ୍ଦର ପୁରୁଷ ବନ୍ଧୁ ନପାଇବା ହେତୁ ଏକୁଟିଆ ହୋଇ ନିଜକୁ ନିଜେ ସନ୍ତୁଷ୍ଟ କରି ନପାରି ସେ ଶେଷରେ ସମ୍ପୂର୍ଣ୍ଣ ଭାବେ ମାନସିକ ରୋଗୀ ହୋଇଗଲେ; ଜୀବନର ଶେଷ ସମୟରେ ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇଯାଇଥିଲେ; ୧୯୪୯ରେ ଜନ୍ମ ନେଇଥିବା ପରବିନ ବବିଙ୍କର ୨୦୦୫ରେ ମୃତ୍ୟୁ ହେଲା; କିନ୍ତୁ ତାଙ୍କ ମୃତ୍ୟୁ କଥା କେହି ବି ଜାଣି ପାରିଲେ ନଥିଲେ; ପାଖ ପଡ଼ୋଶୀ ପୋଲିସ୍‌କୁ ଖବର ଦେବାରୁ ପୁଲିସ ଆସି କବାଟ ଭାଙ୍ଗି ତାଙ୍କ ମୃତଦେହ ଉଦ୍ଧାର କଲା

LEAVE A REPLY

Please enter your comment!
Please enter your name here