ସାମୁଦ୍ରିକ ଝଡ଼ ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗ ଓ ବାଂଲାଦେଶରେ କ୍ଷତି ପହଞ୍ଚାଇଛି; ଏହି ଭୟଙ୍କର ଝଡ଼ ପ୍ରାୟ ୮୦ ଜଣଙ୍କ ଜୀବନ ନେଇଛି; କେବଳ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି
ପଶ୍ଚିମବଙ୍ଗରେ ଅମ୍ପନ ଭୟଙ୍କର କ୍ଷତି ଘଟାଇଛି; ଆଜି ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟକୁ ଅଗ୍ରୀମ ସହାୟତା ରାଶି ପ୍ରଦାନ କରିଛନ୍ତି; ତେବେ ଏହି ସାମୁଦ୍ରିକ ଝଡ଼ରେ ହୋଇଥିବା କ୍ଷୟକ୍ଷତି ପାଇଁ ଅନେକ ନେତା ଅଭିନେତା ଓ ସାଧାରଣ ଜନତା ଦୁଃଖ ପ୍ରକାଶ କରି ଟ୍ୱିଟ୍‌ କରିଛନ୍ତି; ବଲିଉଡ୍‌ର ଅଭିନେତ୍ରୀ ରବୀନ ଟଣ୍ଡନ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି; ବାତ୍ୟାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି;
ସେହିଭଳି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଭୂମି ପେଡ୍‌ନେକର ଟ୍ୱିଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସମସ୍ତଙ୍କ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି; ବଲିଉଡ୍‌ ଷ୍ଟାର୍‌ ଶାହରୁଖ ଖାନ୍ ଟ୍ୱିଟରରେ ନିଜ ଦୁଃଖ ଜଣାଇଛନ୍ତି
My prayers, thoughts & love to those affected by the devastation caused by cyclone Amphan in Bengal & Odisha. The news has left me feeling hollow. Each & everyone of them is my own. Like my family. We must stay strong through these testing times until we can smile together again.
– Shah Rukh Khan (@iamsrk) May 22, 2020
ଶାହରୁଖ୍‌ ଟ୍ୱିଟ୍ କରି ଲେଖିଛନ୍ତି ” ବାତ୍ୟା ଅମ୍ପନ୍‌ର ବିନାଶରେ ପ୍ରଭାବିତ ହୋଇଥିବା ବେଙ୍ଗଲ୍‌ ଏବଂ ଓଡ଼ିଶା ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରିବା ସହିତ ମୋର ସଦ୍‌ଭାବନା ଓ ଭଲପାଇବା ରହିଛି,ଏହି ଖବର ମୋତେ ଭିତରୁ ଦୁର୍ବଳ କରିଦେଇଛି, ସମସ୍ତେ ମୋ ନିଜର, ମୋ ପରିବାର ଭଳି,ଏହି ପରୀକ୍ଷା ସମୟରେ ପୁଣିଥରେ କେବେ ସାଥୀ ହୋଇ ହସିବା ପର୍ଯ୍ୟନ୍ତ ଆମେ ସମସ୍ତେ ଦୃଢ଼ ହୋଇ ରହିବା”

LEAVE A REPLY

Please enter your comment!
Please enter your name here