ଆମ ସମାଜରେ ନିଇତି କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟି ଚାଲିଛି । ଯାହା ସମସ୍ତ ଛାତ୍ରୀ ଅଭିଭାବକମାନଂକ ନିମନ୍ତେ ଚିନ୍ତାର ବିଷୟ । ଗୁରୁ ନାମକୁ ଅପମାନ କରୁଛନ୍ତି କିଛି ଅଲଜ୍ୟା ଶିକ୍ଷକ ।

ଦିନକୁ ଦିନ ସେବାଶ୍ରମରେ ରହୁଥିବା ଛାତ୍ରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଛାତ୍ରୀ ଅସଦାଚରଣ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ମାଲକାନଗିରିର ଏକ ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରା ଯାଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ପୀଡିତା ଜଣକ ଜିଲାପାଳଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ଜିଲାପାଳ ଏହି ଘଟଣାର ତଦନ୍ତ ଭାର ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦେଇଥିଲେ । ତାପରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ସେମାନେ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସଂପୃକ୍ତ ଥିବା ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରଭାତ କିରଣ ଲାକ୍ରା ଓ ସହକାରୀ ଶିକ୍ଷକ ଅଜୟ କୁମାର ଦାସଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବାର ସୂଚନା ଆସିଛି । ତଦନ୍ତ ପରେ ସମ୍ପୂର୍ଣ ସତ୍ୟ ପଦାକୁ ଆସିବ ବୋଲି ପୋଲିସ୍ ଟିମ୍ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here