ଆଜିକାଲି ପ୍ରାୟ ପିଲାମାନେ ବିଦ୍ୟାରେ ଅମନଯୋଗୀ ହେଉଛନ୍ତି | ତେଣୁ ପିଲାଙ୍କ ବିଦ୍ୟା ସମସ୍ୟାକୁ ନେଇ ଅନେକ ପିତାମାତା ଚିନ୍ତାଗ୍ରସ୍ତ ରହୁଛନ୍ତି | ଆସନ୍ତୁ ଜାଣିବା କି ଉପାୟ କଲେ ପିଲାଙ୍କର ପାଠପଢା ସମସ୍ୟା ଦୂରୀଭୂତ ହେବା ସହ ସେମାନେ ବିଦ୍ୟାରେ ମନୋଯୋଗ ଦେବେ…….
୧. ଗଣେଶଙ୍କୁ ୪୩ଦିନ ଧରି ବୁନ୍ଦିଲଡୁ ଭୋଗ ଲଗାନ୍ତୁ | ତାଙ୍କ ବାହନ ମୂଷିକକୁ ମଧ୍ୟ ବୁନ୍ଦିଲଡୁ ପ୍ରସାଦ ରୂପେ ଅର୍ପଣ କରନ୍ତୁ |
୨. ସରସ୍ୱତୀ ମାତାଙ୍କୁ ପ୍ରତିଦିନ ଆରାଧନା କରନ୍ତୁ | ତାଙ୍କର ମନ୍ତ୍ର “ସାରଦାୟେ ନମସ୍ତୁଭୟଂ ମମ ହୃଦୟେ ପ୍ରଵଷିନୀ ପରୀକ୍ଷାୟାଂ ସମ୍ମୁତୀରନେ, ସର୍ବ ବିଷୟ ନାମ ଯଥା” କୁ ୭ଥର ପ୍ରତିଦିନ ଜପ କରନ୍ତୁ |
୩. କୌଣସି ଶୁକ୍ଳ ପକ୍ଷ ରବିବାର ଦିନ ତେନ୍ତୁଳିର ୨୧ଟି ପତ୍ର ତୋଳି ଆଣନ୍ତୁ | ୧୧ଟି ପତ୍ରକୁ ଜଳରେ ପକେଇ “ଓଁ ସୂର୍ଯ୍ୟାୟ ନମଃ” ମନ୍ତ୍ର ୭ଥର ଜପ କରି ଅର୍ଘ୍ୟ ପ୍ରଦାନ କରନ୍ତୁ | ବାକି ପତ୍ରକୁ ପାଠପଢା ବହି ଭିତରେ ରଖନ୍ତୁ |
୪. ଗଣେଶ ରୁଦ୍ରାକ୍ଷ ଧାରଣ କରନ୍ତୁ |
୫. ଶୁକ୍ଳ ପକ୍ଷ ପ୍ରଥମ ଗୁରୁବାର ଦିନ ସୂର୍ଯ୍ୟୋଦୟ ଅଧା ଘଣ୍ଟା ପୂର୍ବରୁ ୫ଟି ବରପତ୍ରରେ ୫ପ୍ରକାର ମିଠା ଓ ୨ଟି ଗୁଜୁରାତି ଅଶ୍ୱସ୍ଥ ବୃକ୍ଷ ମୂଳରେ ନିଜ ଶିକ୍ଷାର ଉନ୍ନତି ପାଇଁ ପ୍ରାଥର୍ନI କରି ରଖି ଆସନ୍ତୁ | ଘରକୁ ଫେରିଲା ବେଳେ ପଛକୁ ନ ଚାହିଁ ଏକମୁଁହା ହୋଇ ଫେରନ୍ତୁ | ଏହି କାର୍ଯ୍ୟ ଲଗାତାର ୩ଟି ଗୁରୁବାର କରନ୍ତୁ | ଯଦି ପିଲା ନ କରି ପାରିଲେ ତାଙ୍କ ପାଇଁ ପିତା କିମ୍ବା ମାତା ଏହି ଉପାୟ କରିପାରନ୍ତି |

LEAVE A REPLY

Please enter your comment!
Please enter your name here