ଆଜି କୁମ୍ଭ ସଂକ୍ରାନ୍ତି | ଆଜି ସୂର୍ଯ୍ୟ କୁମ୍ଭ ରାଶିକୁ ସଂଚାର ହେବେ | ୧୨ଟି ସଂକ୍ରାନ୍ତି ମଧ୍ୟରୁ ମକର ସଂକ୍ରାନ୍ତି ପରେ କୁମ୍ଭ ସଂକ୍ରାନ୍ତି ଶ୍ରେଷ୍ଠ ବୋଲି ପୁରାଣରେ ଉଲ୍ଲେଖ ରହିଛି | ଆଜି ଗୃହରେ ଗ୍ରହପୂଜା ଓ ସଂକ୍ରାନ୍ତି ହୋମ ଇତ୍ୟାଦି କରାଯାଏ | ଆଜି ମଧ୍ୟ ପାପରୁ ମୁକ୍ତି ଓ ନାଶ ପାଇଁ ପ୍ରାର୍ଥନା କରି ପବିତ୍ର ନଦୀରେ ସ୍ନାନ କରାଯାଇଥାଏ | ଆଜି ସୂର୍ଯ୍ୟଦେବଙ୍କୁ ଉପାସନା କରିବା ସହ ପବିତ୍ର ସ୍ନାନ ପରେ ଅର୍ଘ୍ୟ ପ୍ରଦାନ କରନ୍ତୁ | ଏହାଦ୍ୱାରା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହ ଅନେକ ରିଷ୍ଟ ଖଣ୍ଡନ ହୋଇଥାଏ |
କୁମ୍ଭ ସଂକ୍ରାନ୍ତିରେ ଦାନ ଦ୍ୱାରା ପୁଣ୍ୟ ମିଳିଥାଏ | ଗରିବ ବ୍ୟକ୍ତି, ବ୍ରାହ୍ମଣଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରନ୍ତୁ | ସପରିବାର ବିଧିପୂର୍ବକ ସଂକ୍ରାନ୍ତି ପୂଜା କରିବା ସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ | ଏହି ସ୍ତୋତ୍ର ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ରୋଗ ମୁକ୍ତ ସହ ଆରୋଗ୍ୟ ରହିବା ପାଇଁ ଆଶୀର୍ବାଦ ଦେଇଥାନ୍ତି | ଗୃହରେ ସୁଖ-ଶାନ୍ତି ବଜାୟ ରହିବା ସହ ସମାଜରେ ପଦ, ପ୍ରତିଷ୍ଠା, ସମ୍ମାନରେ ମଧ୍ୟ ବୃଦ୍ଧି ହୋଇଥାଏ | ଏହିଦିନ ମଧ୍ୟ ଶିବଙ୍କୁ ପଞ୍ଚାକ୍ଷରୀ ମନ୍ତ୍ର ଜପ କରି ପଇଡ଼ ଜଳ ଅର୍ପଣ କରାଯାଏ | ଏହା ସହ କଞ୍ଚା କ୍ଷୀର ଓ ୨୧ଟି ବେଲ ପତ୍ର ଅର୍ପଣ କରନ୍ତୁ | ଏହାଦ୍ୱାରା ସର୍ବ ଗ୍ରହରିଷ୍ଟ ଖଣ୍ଡନ ହୋଇଥାଏ |  କୁମ୍ଭ ସଂକ୍ରାନ୍ତିରେ ଗୋଦାନ କରିବା ଦ୍ୱାରା ଶ୍ରୀ ବିଷ୍ଣୁଙ୍କ କୃପା ମିଳିବା ସହ ବୈକୁଣ୍ଠପ୍ରାପ୍ତି ହୋଇଥାଏ | ଆଜି ମଧ୍ୟ ଭିଷ୍ମIଷ୍ଟମୀ | ତେଣୁ ପିତାମହ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥାଏ |

LEAVE A REPLY

Please enter your comment!
Please enter your name here