ଆଜି ବାଟ ଓଷା | ଦାଣ୍ଡ ପହଁରା ମଧ୍ୟ କୁହାଯାଏ | ବାଟ ଓଷା ପୌଷ ମାସରେ କରାଯାଏ | ପ୍ରଚଳିତ ଲୋକକଥା ଅନୁଯାୟୀ ଦାଣ୍ଡକୁ ନୂଆ ଝାଡୁରେ ଝାଡୁ ମରାଯାଇଥାଏ | ଏହି ଓଷାରେ ଯମରାଜଙ୍କୁ ଉପାସନା କରାଯାଏ | ଗାଁ ମାନଙ୍କରେ ସବୁ ମହିଳା ବିଶେଷ କରି ଜେଜେମା ଆଈମାନେ ମିଶି ଏହି ଓଷାକୁ କରିଥାନ୍ତି | ସନ୍ଧ୍ୟା ସମୟରେ ସେମାନେ ମିଶି ତୁଳସୀ ଚଉଁରା ମୂଳରେ ବାଟ ଓଷା ବହି ଗୀତ ବୋଲିଥାନ୍ତି | ନିଜ ସନ୍ତାନଙ୍କ ଲମ୍ବା ଆୟୁ ପାଇଁ ଏହି ଓଷା ସେମାନେ କରିଥାନ୍ତି | ଦାଣ୍ଡ ଦୁଆରରେ ସେମାନେ ଯମରାଜଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଅର୍ପଣ କରନ୍ତି ଯାହା ବଜ୍ରମୁଳି ଗଛ ଦ୍ୱାରା ଘୋଡା ଯାଇଥାଏ

LEAVE A REPLY

Please enter your comment!
Please enter your name here