ଆଜି ୧୦.୧୨.୨୦୧୯, ମଙ୍ଗଳବାର, ଆଜି ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
336

ମେଷ – ଆଜି କୌଣସି ନୂତନ ସମ୍ପର୍କ ଯୋଡ଼ିପାରନ୍ତି; ଶତ୍ରୁମାନଙ୍କର ଅବସାନ ହୋଇପାରେ; କିନ୍ତୁ ଯାନବାହାନରେ ସମସ୍ୟା ଦେଖାଦେଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; କିନ୍ତୁ ବ୍ୟାପାରରେ ପ୍ରତିବନ୍ଧକ ଦେଖାଦେଇପାରେ; ପାରିବାରିକ ସମସ୍ୟା ଦେଇ ଗତି କରିପାରନ୍ତି
ବୃଷ – ଆଜି ଦୀର୍ଘଦିନର ସମସ୍ୟା ସମାଧାନର ମାର୍ଗ ପ୍ରସସ୍ଥ ହୋଇପାରେ; ସାମାଜିକ ସମ୍ମାନ, ଅର୍ଥ ଓ ସମ୍ମାନ ମିଳିପାରେ; କ୍ରୀଡା, ଲିଖନ କାର୍ଯ୍ୟରେ ସୁଫଳ ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବ୍ୟାପାରରେ ନିଜ ଲଖ୍ୟ ପୂର୍ଣ୍ଣ ହୋଇପାରେ; ପରିବାରରେ ସୁଖ-ଶାନ୍ତିର ବାତାବରଣ ଦେଖାଦେଇପାରେ
ମିଥୁନ – ଆଜି ବନ୍ଧୁ ଗହଣରେ ମଉଜ-ମଜଲିସ, ଆପ୍ୟାୟିତ ହୋଇପାରନ୍ତି; କିନ୍ତୁ ଦୈହିକ ଦୁର୍ବଳତା ଦେଖାଦେଇପାରେ; ହଠାତ ଦୂରଯାତ୍ରା ଯୋଗ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ବଦାନ୍ୟତା ହେତୁ କାର୍ଯ୍ୟ ସଫଳ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁ-ସମ୍ପର୍କ ସ୍ଥାପନ ହୋଇପାରେ; ପରିବାରରେ ସନ୍ତାନଙ୍କ କୃତିତ୍ୱକୁ ନେଇ ଖୁସି ଅନୁଭବ କରିପାରନ୍ତି
କର୍କଟ – ଆଜି ଅର୍ଥ ସଙ୍କଟ ଟଳିଯାଇପାରେ; କିନ୍ତୁ ସଙ୍ଗଦୋଷ ଆପଣଙ୍କୁ ଅପମାନିତ କରିପାରେ; ସୁ-ଖବର ପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଲାଭକ୍ଷତି ସମାନ ରହିପାରେ; ପରିବାରରେ ହର୍ଷୋଲ୍ଲାସର ବାତାବରଣ ଅନୁଭୂତ ହୋଇପାରେ
ସିଂହ – ଆଜି ସାର୍ବଜନୀକ ସ୍ଥାନରେ ସମାଲୋଚନାର ଶିକାର ହୋଇପାରନ୍ତି; କିନ୍ତୁ ଧର୍ମକାର୍ଯ୍ୟରେ ରୁଚି ବଢ଼ିବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି; ହଠାତ ଦୁର୍ଘଟଣାର ସାମ୍ନା କରିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଛାଧୀକରିଙ୍କ ସହାୟତା ଓ ପ୍ରୋତ୍ସାହନ ମିଳିବାରୁ ଆତ୍ମସନ୍ତୋଷ ଲାଭ କରିପାରନ୍ତି; ବ୍ୟାପାରରେ ନୂତନ ଯୋଜନା କାର୍ଯ୍ୟକାରୀ କରେଇ ସଫଳତା ହାସଲ କରିପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ
କନ୍ୟା – ଆଜି ସଂଚୟ ବୃଦ୍ଧି ସହ ଦ୍ରବ୍ୟଲାଭ ହୋଇପାରେ; ପ୍ରତ୍ୟେକ କାର୍ଯ୍ୟସିଦ୍ଧି ହେବାରୁ ମନ ଆନନ୍ଦିତ ରହିପାରେ; ସଭାସମିତିରେ ସମ୍ମାନିତ ହୋଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ; ବେପାରରେ କିନ୍ତୁ ବାଧା-ବିଘ୍ନ ଦେଖାଦେଇପାରେ; ପାରିବାରିକ ବିଶୃଙ୍ଖଳା ଦେଖାଦେଇପାରେ
ତୁଳା – ଆଜି ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହୋଇପାରେ; ଆୟବ୍ୟୟ ସମାନ ରହିପାରେ; କିନ୍ତୁ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ହେବାରୁ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି; କାର୍ଯ୍ୟଖେତ୍ରରେ ଉଚ୍ଚାଧିକାରୀଙ୍କ ସହ ଭୁଲବୁଝାମଣା ଯୋଗୁଁ ଯୁକ୍ତି-ତର୍କ ହୋଇପାରେ; ବ୍ୟାପାରରେ ପ୍ରସାର ହୋଇପାରେ; ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି
ବିଛା – ଆଜି ମାନସିକ ପ୍ରଫୁଲ୍ଲତା ସହ ଆର୍ଥିକ ଅଭିବୃଦ୍ଧି ହୋଇପାରେ; ପଡୋଶୀଙ୍କ ସାହାଯ୍ୟ ମିଳିପାରେ; ପୁରାତନ ମିତ୍ର ସହ ସାକ୍ଷାତ ଯୋଗୁ ବାର୍ତ୍ତାଳାପ, ବୁଲାବୁଲିରେ ବ୍ୟସ୍ତ ରହିପାରନ୍ତି; କାର୍ଯ୍ୟକ୍ଷେତ୍ରରେ କୌଣସି ଦସ୍ତାବିଜ କାର୍ଯ୍ୟକୁ ନେଇ ଦ୍ଵନ୍ଦରେ ପଦଯାଇପାରନ୍ତି; ବ୍ୟାପାରରେ ଲାଭ ହୋଇପାରେ; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳୁଛି
ଧନୁ – ଆଜି ଅଜଣା ବ୍ୟକ୍ତିନ୍କ ସଂସ୍ପର୍ଶରେ ଆସିବାରୁ କୌଣସି ଠକାମୀର ଶିକାର ହୋଇପାରନ୍ତି; କୌଣସି ଜମିଜମା ବିବାଦରେ କୋର୍ଟ-କଚେରୀ କାର୍ଯ୍ୟରେ ଫସିଯାଇପାରନ୍ତି; ଦୀର୍ଘଦିନର ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବାରୁ ମନ ଦୁଃଖ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବ୍ୟାପାରରେ ହାନିଲାଭ ସମାନ ହୋଇପାରେ; ପରିବାରରେ ସନ୍ତାନଙ୍କ ଠାରୁ ଖୁସି ଖବର ପାଇ ମନ ଆନନ୍ଦିତ ରହିପାରେ
ମକର – ଆଜି କୌଣସି କାରଣରୁ ଆପଣ ଠିକ ଥାଇ ମଧ୍ୟ ଭୁଲ ପ୍ରମାଣିତ ହୋଇପାରନ୍ତି; ଅପବ୍ୟୟ ବୃଦ୍ଧି ହେତୁ ମାନସିକ ଅଶାନ୍ତି ଦେଖାଦେଇପରେ; କିନ୍ତୁ ମାଲିମକଦ୍ଦମା କାର୍ଯ୍ୟ ଫଇସଲା ହୋଇପାରେ; କର୍ମକ୍ଷେତ୍ରରେ ବିଦେଶ ଯାତ୍ରାର ମଉକା ମିଳିପାରେ; ବ୍ୟାପାରରେ ହାନି ହେବାରୁ ଋଣ ସୂତ୍ରରେ ଅର୍ଥ ଧାର କରିଆଣିପାରନ୍ତି; ପରିବାରରେ ବିବାଦ ଦେଖାଦେଇପାରେ
କୁମ୍ଭ – ଆଜି ଶାରୀରିକ ଅସୁସ୍ଥ ହେବାରୁ ମନ ବିଚଳିତ ରହିପାରେ; କୌଣସି ସାଙ୍ଗଠନିକ କାର୍ଯ୍ୟରେ ଭାଗ ନେଇପାରନ୍ତି; ହଠାତ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ; କର୍ମକ୍ଷେତ୍ରରେ ନିଜର ଅବହେଳା ହେତୁ ଅନୁତପ୍ତ ରହିପାରନ୍ତି; ବ୍ୟାପାରରେ ଉନତି ହୋଇପାରେ; ପାରିବାରିକ ଜୀବନ ଝଡଝଂଝା ଦେଇ ଗତି କରିପାରେ
ମୀନ – ଆଜି ଗୁପ୍ତଶତ୍ରୁଙ୍କ ଚକ୍ରାନ୍ତ ହେତୁ ସମାଲୋଚିତ ହୋଇପାରନ୍ତି; ଆର୍ଥିକ ଅନାଟନ ହେତୁ ଧାରକରଜ କରିପାରନ୍ତି; କିନ୍ତୁ ଆନୁଷ୍ଠାନିକ କାର୍ଯ୍ୟରେ ତତ୍ପରତା ଦେଖାଦେଇପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ବିବାଦ ହୋଇପାରେ; ବ୍ୟାପାରରେ ନିଜ ଉଦ୍ୟମ ସିଦ୍ଧି ହୋଇପାରେ; ପରିବାରରେ ଗୃହଜଞ୍ଜାଳ ବୃଦ୍ଧି ହୋଇପାରେ

LEAVE A REPLY

Please enter your comment!
Please enter your name here