Home Odisha ଆଜି ୧୪.୧୨.୨୦୧୯, ଶନିବାର, ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

ଆଜି ୧୪.୧୨.୨୦୧୯, ଶନିବାର, ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
423

ମେଷ – ଆଜି ସ୍ୱାସ୍ଥ୍ୟବାନ ରହିବା ସହ ମାନସିକ ସ୍ଥିରତା ଦେଖାଦେଇପାରେ; ଦୂରଯାତ୍ରା ଯୋଗ ରହିଛି; ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତିତ୍ୱ ପ୍ରଦର୍ଶନ କରିପାରନ୍ତି; କର୍ମକ୍ଷେତ୍ରରେ ଉଚପଦାଧିକାରୀ ସହ ବିବାଦ ଦେଖା ଦେଇପାରେ; ବ୍ୟବସାୟ କ୍ଷେତ୍ରରେ ଅକସ୍ମାତ ଋଣ ପ୍ରାପ୍ତ ହୋଇପାରେ; ପରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ

ବୃଷ – ଆଜି ଖର୍ଚ୍ଚବୃଦ୍ଧି ହେବାରୁ ଋଣରେ ପଡିଯାଇପାରନ୍ତି; ପୁରାତନ ବନ୍ଧୁ ସହ ସାକ୍ଷାତ ହୋଇପାରେ; ଗୃହଉପକରଣ ସାମଗ୍ରୀ କ୍ରୟ କରିପାରନ୍ତି; ଚାକିରୀ କ୍ଷେତ୍ର ରେ ପ୍ରୋତ୍ସାହନ ସହ ଆୟବୃଦ୍ଧି ହୋଇପାରେ; ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସହ ସୁ-ସଂପର୍କ ସ୍ଥାପନ ହୋଇପାରେ; ପାରିବାରିକ ଜୀବନରେଉତ୍ତମ ବୁଝାମଣାରୁ ଶାନ୍ତି ବଜାୟ ରହିପାରେ

ମିଥୁନ – ଆଜି ଆର୍ଥିକ ଅବନତିରୁ ଦୁଶ୍ଚିନ୍ତା ଦେଖାଦେଇପାରେ; ଅସାବଧାନତାରୁ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ; କୋର୍ଟ-କଚେରୀ କାର୍ଯ୍ୟରେ ଫସିଯାଇପାରନ୍ତି;କର୍ମକ୍ଷେତ୍ରରେ ଅଧିକ ପରିଶ୍ରମରୁ ଦେହପୀଡ଼ା ଦେଖାଦେଇପାରେ; ବେପାର କ୍ଷେତ୍ରରେ ଲାଭବାନ ହୋଇପାରନ୍ତି; ପରିବାରରେ ସାମାନ୍ୟ କଥାକୁ ନେଇ କଳହ ହୋଇପାରେ
କର୍କଟ – ଆଜି ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି; ଦୀର୍ଘଦିନ ଧରି ଲାଗିରହିଥିବା କୌଣସି ସମସ୍ୟାର ବନ୍ଧୁ ସହାୟତାରେ ସମାଧାନ ହୋଇପାରେ; କିନ୍ତୁ ହଠାତ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି; କାର୍ଯ୍ୟକ୍ଷେତ୍ର ରେ ସହକର୍ମୀଙ୍କ ସହାୟତା ମିଳିପାରେ; ବ୍ୟବସାୟରେ କୌଣସି ନୂତନ ଯୋଜନାରୁ ନିବୃତ ରୁହନ୍ତୁ; ପାରିବାରିକ ଜୀବନ ସୁଖରେ କଟିପାରେ
ସିଂହ – ଆଜି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବାରୁ ନିଜ ସ୍ଵାର୍ଥହାସଲ କରିପାରନ୍ତି; ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ହଠାତ ଜ୍ୱର, ଥଣ୍ଡାରେ ଆକ୍ରାନ୍ତ ହୋଇପାରନ୍ତି; କୌଣସି ମାତୃସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟାର ସମଧାନ କରିପାରନ୍ତି; କାର୍ଯ୍ୟକ୍ଷେତ୍ର ଉଚପଦାଧିକାରୀଙ୍କ ପ୍ରଶଂସା ଲାଭ କରିପାରନ୍ତି; ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ କୌଣସି ମାଙ୍ଗଳିକ ଅକର୍ଯ୍ୟର ଆୟୋଜନ ହୋଇପାରେ
କନ୍ୟା – ଆଜି ସଭାସମିତିରୁ ଆମନ୍ତ୍ରଣ ମିଳିବା ସହ ସମ୍ମାନିତ ହୋଇପାରନ୍ତି; ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କାଟିପାରନ୍ତି; ହଠାତ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଯାଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶ ଦ୍ୱାରା ବାଧାବିଘ୍ନକୁ ଏଡ଼ାଇଯିବେ; ବ୍ୟବସାୟରେ ବିସ୍ତାର ହୋଇପାରେ; ପାରିବାରିକ ଜୀବନରେ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ଦେଖାଦେଇପାର
ତୁଳା – ଆଜି କଳା, ସାହିତ୍ୟ କ୍ଷେତ୍ରରେ ସୁନାମ ମିଳିପାରେ; ମହିଳାମାନଙ୍କୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ; କୌଣସି ସ୍ଥାବର ବା ପୈତୃକ ସମ୍ପତି ମିଳିପାରେ; କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ; ବେପାର କ୍ଷେତ୍ରରେ ଆଶାନୁରୂପକ ଲାଭ ପ୍ରାପ୍ତ ହୋଇପାରେ; ପରିବାରରେ ସଦସ୍ୟମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରେ
ବିଛା – ଆଜି ଅର୍ଥ ଓ ସମ୍ମାନ ପ୍ରାପ୍ତି ହୋଇପାରେ; କିନ୍ତୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; କିନ୍ତୁ ସୃଜନାତ୍ମକ, ରଚନାତ୍ମକ, ଲିଖନ କାମରେ ସଫଳତା ପାଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ଉଚ୍ଚାଧିକାରୀ ଠାରୁ ସମାଲୋଚନା ମିଳିପାରେ; ବେପାର କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ; ପାରିବାରିକ ଜୀବନରେ ବାଦବିବାଦ ଦେଖାଦେଇପାରେ
ଧନୁ – ଆଜି ହଠାତ ପଡୋଶୀ ସହ କୌଣସି ବାଦବିବାଦରେ ପଡିଯାଇପାରନ୍ତି; ନୂତନ କାମରେ ପ୍ରତିବନ୍ଧକ ଦେଖାଦେଇପାରେ; କିନ୍ତୁ ଜମିଜମା କିଣାର ସୁଯୋଗ ମିଳିପାରେ; କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ; ବେପାରରେ ଅଗ୍ରଗତି ହୋଇପାରେ; ପରିବାରରେ ସନ୍ତାନଙ୍କ କୃତିତ୍ୱକୁ ନେଇ ଖୁସି ଆନିଭବ କରିପାରନ୍ତି
ମକର – ଆଜି ପୁରାତନ ବନ୍ଧୁଙ୍କ ସହ ଭୁଲ ବୁଝାମଣା ହେବାରୁ ସମ୍ପର୍କ ନଷ୍ଟ ହୋଇଯାଇପାରେ;ସ୍ୱାସ୍ଥ୍ୟ ସମସ୍ୟାରେ ସହ ମାନସିକ ଅସ୍ଥିରତା ଦେଖାଦେଇପାରେ; କିନ୍ତୁ କୌଣସି ଆନୁଷ୍ଠାନିକ କାର୍ଯ୍ୟରୁ ଲାଭ ମିଳିପାରେ; କାର୍ଯ୍ୟ କ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବ୍ୟବସାୟ କ୍ଷେତ୍ରରେ କୌଣସି ବକେୟା ଅର୍ଥ ପ୍ରାପ୍ତିରେ ବାଧା ଆସିପାରେ; ପରିବାରରରେ କୌଣସି ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
କୁମ୍ଭ – ଆଜି କିଛି ଦୁଶ୍ଚିନ୍ତା ମନକୁ ଆଜି ଭାରାକ୍ରାନ୍ତ କରିପାରେ; ପୁରାତନ ରୋଗପୀଡା କମିପାରେ; କିଛି ନୀତିଗତ ନିଷ୍ପତି ନେଇପାରନ୍ତି; କାର୍ଯ୍ୟସ୍ଥଳୀରେ କାର୍ଯ୍ୟଦକ୍ଷତା ହେତୁ ପ୍ରସଂଶିତ ହୋଇପାରନ୍ତି; ବେପାର ରେ ସଫଳତା ଦେଖି ଆତ୍ମତୃପ୍ତି ମିଳିବପାରେ; ପରିବାରରେ ଆତ୍ମୀୟଙ୍କ ଉଦାରତା ମନକୁ ଶାନ୍ତି ଦେଇପାରେ
ମୀନ – ଆଜି ଆର୍ଥିକ ଉନ୍ନତି ହେବାରୁ ମାନସିକ ଶାନ୍ତି ଦେଖା ଦେଇପାରେ; ଶତ୍ରୁ ମାନଙ୍କର ଅବସାନ ଦେଖାଦେଇପାରେ; କୌଣସି ମଧ୍ୟସ୍ଥତା କାର୍ଯ୍ୟ କରନ୍ତୁ ନାହିଁ; ଅସୁବିଧାରେ ପଡିଯାଇପାରନ୍ତି; କାର୍ଯ୍ୟ କ୍ଷେତ୍ରରେ ସହକର୍ମୀ ହଇରାନରେ ପକେଇପାରନ୍ତି; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ହେତୁ ସହଯୋଗୀଙ୍କ ସହ କଳହ ହୋଇପାରେ; ପରିବାର ସଦସ୍ୟମାନଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇପାରେ

NO COMMENTS

LEAVE A REPLY

Please enter your comment!
Please enter your name here