ଆଜି ୧୫.୧୨.୨୦୧୯, ରବିବାର, ଆଜିର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
431

ମେଷ – ଆଜି ପ୍ରିୟବନ୍ଧୁ ସହ ହଠାତ ସାକ୍ଷାତ ହୋଇପାରେ; ଯଶବାନ, କୀର୍ତ୍ତିବାନର ଅଧିକାରୀ ହୋଇପାରନ୍ତି; ଗୃହକୁ ସଉକିନ ସାମଗ୍ରୀ କ୍ରୟ କରି ଆଣିପାରନ୍ତି; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି; ବ୍ୟବସାୟରେ ଲାଭବାନ ହୋଇପାରନ୍ତି; ପାରିବାରିକ ସୁଖଶାନ୍ତି ଅନୁଭୂତି ହୋଇପାରେ
ବୃଷ – ଆଜି ଆର୍ଥିକ ସ୍ଥିତି ମଜବୁତ ରହିପାରେ; ଗୁପ୍ତଶତ୍ରୁଙ୍କ ଗୁପ୍ତଚକ୍ରାନ୍ତ ପଣ୍ଡ ହୋଇପାରେ; ଭ୍ରମଣ, ଯାନବାହାନ ସୁଖ ପ୍ରାପ୍ତି ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କଠାରୁ ପ୍ରୋତ୍ସାହନ ମିଳିପାରେ; ବ୍ୟବସାୟରେ ନୂତନ ଚୁକ୍ତି କରୀପାରନ୍ତି; ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେଇପାରେ
ମିଥୁନ – ଆଜି ଆର୍ଥିକ ଉନ୍ନତି ଘଟିପାରେ; କୌଣସି ଅନୁଷ୍ଠାନ ତରଫରୁ ସମ୍ମାନ ଲାଭ ହେବାର ସୁଯୋଗ ମିଳିପାରେ; ଗୁପ୍ତଶତ୍ରୁ ବିଜୟୀ ହୋଇପାରନ୍ତି ; କାର୍ଯ୍ୟକ୍ଷେତ୍ରରେ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ଋଣ ସୂତ୍ରରେ ଅର୍ଥ ଆଣି ବ୍ୟାପାର ବୃଦ୍ଧିର ଯୋଜନା କରିପାରନ୍ତି; ଗୃହକୁ ଅତିଥି ଆସିବାର ଯୋଗ ରହିଛି
କର୍କଟ- ଆଜି ଆୟଵ୍ୟୟ ସମାନ ରହିପାରେ; ବନ୍ଧୁନ୍କ ସହ ସାକ୍ଷାତ ସହ ବୁଲାବୁଲି, ଉପଢୌକନ ଲାଭ କରିପାରନ୍ତି; ଅଟକିଥିବା ଜରୁରୀ କାର୍ଯ୍ୟ ମିତ୍ରଙ୍କ ସାହାଯ୍ୟରେ ପୂରଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇପାରନ୍ତି; ବ୍ୟାପାରରେ ଲାଭକ୍ଷତି ସମାନ ହୋଇପାରେ; ପାରିବାରିକ ଜୀବନରେ ଲାଗିରହିଥିବା ବିବାଦ ଆପୋଷ ବୁଝାମଣା ହେତୁ ସମାଧାନ ହୋଇପାରେ

ସିଂହ – ଆଜି ଖର୍ଚ୍ଚବୃଦ୍ଧି ହେବାରୁ ମନ ଅଶାନ୍ତ ରହିପାରେ; ପଡୋଶୀ ସହ ବିବାଦରେ ପଦିଯାଇପାରନ୍ତି; ଗୁପ୍ତଶତ୍ରୁଙ୍କ ଗୁପ୍ତଚକ୍ରାନ୍ତ ହେତୁ ମିଥ୍ୟା ଅପବାଦ ମିଳିପାରେ; ଚାକିରୀ କ୍ଷେତ୍ରରେ ପଦୋନ୍ନତ୍ତ ମିଳିପାରେ; ବ୍ୟାପାରରେ କିଛି ବଡ ସଫଳତା ମିଳିପାରେ; ପାରିବାରିକ ଜୀବନ ସୁଖପ୍ରଦ ହୋଇପାରେ

କନ୍ୟା – ଆଜି ଆୟବୃଦ୍ଧି ହୋଇପାରେ; କୌଣସି ବିବାଦର ଅବସାନ ହୋଇପାରେ; ବନ୍ଧୁ ସାହାଯ୍ୟରେ ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କର ସାହାଯ୍ୟ ପ୍ରାପ୍ତି ହୋଇପାରେ; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ପ୍ରାପ୍ତ ହୋଇପାରେ; ପାରିବାରିକ ସଦସ୍ୟ ସହ ଆଜି କୌଣସି ଭ୍ରମଣରେ ଯାଇପାରନ୍ତି
ତୁଳା – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ; ଭବିଷ୍ୟତ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରନ୍ତି; ପୂର୍ବରୁ ଉପୁଜିଥିବା ବିବାଦର ସମାଧାନ ହେବ; କାର୍ଯ୍ୟକ୍ଷେତ୍ରରେ ପରିଶ୍ରମରେ ବୃଦ୍ଧି ହେତୁ ଥକ୍କା ଅନୁଭୂତ କରିପାରନ୍ତି; ବ୍ୟାପାରରେ ନୂତନ ଚୁକ୍ତି ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ନେଇ ବ୍ୟସ୍ତତା ବଢିପାରେ
ବିଛା – ଆଜି ନିଜର ଉତ୍ତମ ବୁଦ୍ଧିମତା ଯୋଗୁଁ ବିବାଦରେ ବିଜୟୀ ହୋଇପାରନ୍ତି; ବିବାହ ଇଚ୍ଛୁକ ପାତ୍ର ବା ପାତ୍ରୀଙ୍କୁ ମନପସନ୍ଦର ଜୀବନସାଥି ମିଳିପାରନ୍ତି; ଆଜି କୌଣସି ବନ୍ଧୁଙ୍କ କାର୍ଯ୍ୟ ପାଇଁ ବିଦେଶ ଭ୍ରମଣର ସୁଯୋଗ ମିଳିପାରେ; କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ଶୁଣି ଆତ୍ମସନ୍ତୋଷ ଲାଭ କରିପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ; ପାରିବାରିକ ଜୀବନ ହର୍ଷୋଲ୍ଲାସରେ ବିତିପାରେ
ଧନୁ – ଆଜି ବନ୍ଧୁ ଗହଣରେ ଆମୋଦପ୍ରମୋଦରେ ଦିନଟି କଟିପାରେ; ଆପଣଙ୍କ ଦୀର୍ଘଦିନର ଆଶା ଆକାଂକ୍ଷା ପୂରଣ ହୋଇପାରେ; ଦୀର୍ଘଦିନର ଆର୍ଥିକ ସମସ୍ୟରୁ ମୁକ୍ତି ମିଳିପାରେ; ଚାକିରୀରେ ନିଜର କର୍ମ ତତ୍ପରତା ହେତୁ ଆୟବୃଦ୍ଧି ହୋଇପାରେ; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହୋଇପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟାପ୍ରଗତିକୁ ନେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି
ମକର – ଆଜି ସ୍ଵାସ୍ଥ୍ୟହାନି ହୋଇପାରେ; ମାଲି ମକଦ୍ଦମା କାର୍ଯ୍ୟରେ ଫସି ଯାଇପାରନ୍ତି; ଯାନବାହାନ ଚଲେଇବା ସମୟରେ ସତର୍କ ରୁହନ୍ତୁ, ନଚେତ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇପାରନ୍ତି; କର୍ମକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟବସାୟରେ ଅର୍ଥହାନୀ ହୋଇପାରେ; ପାରିବାରିକ ଅଶାନ୍ତି ଦେଖାଦେଇପାରେ
କୁମ୍ଭ – ଆଜି ନିର୍ଦ୍ଧାରିତ କାର୍ଯ୍ୟରେ ବାଧା-ବିଘ୍ନ ଆସିବାରୁ ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ଅଯଥା ଖର୍ଚ୍ଚବୃଦ୍ଧି ଋଣ କରିବାକୁ ବାଧ୍ୟ କରିପାରେ; ମହତ୍ୱପୂର୍ଣ୍ଣ ଲୋକଙ୍କ ସହ କଳହ ହୋଇପାରେ; କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ କ୍ଷତି ସହିବାକୁ ପଡିପାରେ; ପରିବାରରେ ସାମାନ୍ୟ କଥାକୁ ନେଇ ସମ୍ପର୍କହାନି ହୋଇପାରେ
ମୀନ – ଆଜି ଭାଗ୍ୟବାନ ହେବା ସହ ବିବାଦରେ ବିଜୟୀ ହେବେ; ଗୁପ୍ତଧନ ପ୍ରାପ୍ତିର ସୂଚନା ମିଳୁଛି; ବନ୍ଧୁଙ୍କ ସହ ବୁଲାବୁଲିର, ସିନେମାର ଆନନ୍ଦ ସନ୍ଧ୍ୟା କାଳରେ ଉଠେଇପାରନ୍ତି; କାର୍ଯ୍ୟକ୍ଷେତ୍ରରେ ନିଜ କାର୍ଯ୍ୟଶୈଳୀ ପାଇଁ ପ୍ରସଂଶିତ ହୋଇପାରନ୍ତି; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ଆପୋଷ ବୁଝାମଣା ଦ୍ୱାରା କିଛି ଲାଗିରହିଥିବା ବିବାଦର ସମାଧାନ ହୋଇପାରେ

LEAVE A REPLY

Please enter your comment!
Please enter your name here