ଆଜି ୨୬.୧୧.୨୦୧୯, ମଙ୍ଗଳବାର ରାଶିଫଳରେ ଦେଖନ୍ତୁ କିପରି ରହିବ ଆପଣଙ୍କ ଭାଗ୍ୟ

0
358

ମେଷ – ଆଜି କୌଣସି ଅଟକିଥିବା ବକେୟା ଅର୍ଥପ୍ରାପ୍ତ ହୋଇପାରେ; ମିତ୍ରଙ୍କ ଗହଣରେ ସୁସ୍ୱାଦୁ ଭୋଜନ ସହ ଭ୍ରମଣର ସୁଯୋଗ ମିଳିପାରେ; କୌଣସି ମିତ୍ର ସାହାଯ୍ୟରେ ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତି ; ବ୍ୟାପାରରେ ବୁଡିଯାଇଥିବା ଅର୍ଥ ମିଳିପାରେ | ପରିବାରରେ ପିତାଙ୍କ ବା କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିପାରନ୍ତି

ବୃଷ – ଆଜି କୌଣସି ସାମାଜିକ ଅନୁଷ୍ଠାନ ତରଫରୁ ମାନ-ସମ୍ମାନ ମିଳିପାରେ; କୌଣସି ବନ୍ଧୁଙ୍କ ସହ ହଠାତ ସାକ୍ଷାତ ହୋଇପାରେ; ପାଖ ପଡୋଶୀ ବା ସମ୍ପର୍କୀୟଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଥିବା ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁ-ସମ୍ପର୍କ ରହିପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ନୂତନ ଯୋଜନାକୁ କାର୍ଯ୍ୟକାରୀ କରେଇ ସଫଳତା ହାସଲ କରିପାରନ୍ତି | ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିପାରେ

ମିଥୁନ – ଆଜି ନିରର୍ଥକ ଚିନ୍ତା ଘାରିବାରୁ ମାନସିକ ଅବସାଦ ଦେଇ ଗତି କରିପାରନ୍ତି; ସାମାଜିକ, ଧାର୍ମିକ କାର୍ଯ୍ୟରେ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି; ମାଲି-ମକଦ୍ଦମା କାର୍ଯ୍ୟ ସାବଧାନର ସହ କରନ୍ତୁ | କାର୍ଯ୍ୟକ୍ଷେତ୍ରରେ ଜରୁରୀ ଦସ୍ତାବିଜରେ ଅତ୍ୟନ୍ତ ସାବଧାନର ସହ କାର୍ଯ୍ୟ କରନ୍ତୁ; ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି; ବ୍ୟାପାରରେ ହାନି ହୋଇପାରେ | ପରିବାରରେ ନିଜ ପ୍ରିୟଜନଙ୍କ ସହ ମନୋମାଳିନ୍ୟ ହୋଇପାରେ
କର୍କଟ – ଆଜି ଶାରୀରିକ ଫୁର୍ତି ଓ ମାନସିକ ଶାନ୍ତି ଅନୁଭବ କରିଆରନ୍ତି; ଆକସ୍ମିକ ଭାବେ ଗୁପ୍ତଧନ କିମ୍ବା କୌଣସି ସ୍ଥାବର ସମ୍ପତି ପ୍ରାପ୍ତି ହୋଇପାରେ; ଯଶ-କୀର୍ତ୍ତି ମିଳିପାରେ | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବା ଦ୍ୱାରା ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି; ବ୍ୟାପାରରେ ଲାଭବାନ ହେବା ସହ ଅର୍ଥପ୍ରାପ୍ତିର ଯୋଗ ରହିଛି | ପରିବାରବର୍ଗଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି
ସିଂହ – ଆଜି ଅଯଥା ଖର୍ଚ୍ଚାନ୍ତ ହେବାରୁ ଅର୍ଥାଭାବ ଚିନ୍ତା ଯୋଗୁଁ ମ୍ରିୟମାଣ ରହିବେ; ନିଜର ବାକ-ଅସଂଯତା ହେତୁ ବିବାଦ ହୋଇପାରେ; ଧାର୍ମିକ ଦିଗରେ ରୁଚି ବଢିବାରୁ ମାନସିକ ଶାନ୍ତି ଅନୁଭବ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଅଯଥା ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ନିଜର ଦୁରଦୃଷ୍ଟି ଅଭାବରୁ ହାନି ହୋଇପାରେ | ପରିବାରରେ ଦୂରସ୍ଥାନରୁ କୌଣସି ଦୁଃସମ୍ବାଦ ପାଇବାରୁ ମନ ଦୁଃଖିତ ହୋଇପାରେ
କନ୍ୟା – ଆଜି ଶାରୀରିକ ଓ ମାନସିକ ସୁସ୍ଥ ରହିପାରନ୍ତି; ଗୁପ୍ତଶତ୍ରୁ ବା ପ୍ରତିଦ୍ଵନ୍ଦୀଙ୍କର ପରାଜୟ ହୋଇପାରେ; ଭାଗ୍ୟୋବୃଦ୍ଧି ହେବାରୁ ମାନ-ସମ୍ମାନ ପ୍ରାପ୍ତି ହେବ | କର୍ମକ୍ଷେତ୍ରରେ ନୂତନ ଯୋଜନା ପାଇଁ ବିଦେଶ ଯାତ୍ରା ଯୋଗ ହେଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି | ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ
ତୁଳା – ଆଜି ହଠାତ ଶାରୀରିକ ଅସୁସ୍ଥତା ଅନୁବହବ କରିପାରନ୍ତି; ଆଜି ଖର୍ଚ୍ଚଭାର ବୃଦ୍ଧି ହେବାରୁ ମନ ଅଶାନ୍ତ ହୋଇପାରେ; ପଡୋଶୀଙ୍କ ସହ ବଚସା ହୋଇପାରେ | କର୍ମସ୍ଥଳୀରେ ସହଯୋଗୀଙ୍କ ଷଡ଼ଯନ୍ତ୍ରରେ ଶିକାର ହେବେ; ବ୍ୟାପାରରେ ସହଯୋଗୀଙ୍କ ସହ କଳହ ହୋଇପାରେ | ପରିବାରରେ ମା’ଙ୍କ ସ୍ୱାସ୍ଥ୍ୟ ଚିନ୍ତିତ ରହିବେ
ବିଛା – ଆଜି ଶାରୀରିକ ସୁସ୍ଥତା ଦେଖାଦେଇପାରେ; ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବାରୁ ମାନସିକ ସନ୍ତୋଷ ଲାଭ କରିପାରନ୍ତି ; ଆଧ୍ୟାତ୍ମ୍ୟ ଦିଗ, ସତସଙ୍ଗରେ ରୁଚି ବଢିପାରେ | କର୍ମକ୍ଷେତ୍ରରେ ନିଜର ଉଚ୍ଚକୋଟୀର କାର୍ଯ୍ୟଶୈଳୀ ପ୍ରଦର୍ଶନ କରିବା ଦ୍ୱାରା ଉଚ୍ଚାଧିକାରୀଙ୍କ ପ୍ରଶଂସା ଭାଜନ ହୋଇପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି | ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
ଧନୁ – ଆଜି ଆର୍ଥିକ ଲାଭ ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିପାରେ; ଗୃହକୁ କିଛି ଆସବାବ ବା ସାଜସଜା ସାମଗ୍ରୀ କିଣିଆଣିପାରନ୍ତି; ନୂତନ ବସ୍ତ୍ରଭୂଷଣଃ, ଉପଢୌକନ ସହ ସୁସ୍ୱାଦୁ ଭୋଜନର ଆନନ୍ଦ ଉଠେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ; ବ୍ୟାପାରରେ ଲାଭବାନ ହେବା ସହ ଅର୍ଥପ୍ରାପ୍ତି ହୋଇପାରେ | ପରିବାରରେ ସୁଖ-ଶାନ୍ତିରେ ସମୟ ବିତିପାରେ
ମକର – ଆଜି ଅଚାନକ ଧନପ୍ରାପ୍ତି ହେବା ସହ ସାମାଜିକ ପ୍ରତିଷ୍ଠା, ଯଶ ଗୌରବର ଅଧିକାରୀ ହୋଇପାରନ୍ତି; ମିତ୍ର ପରିଜନ ସହ କୌଣସି ଭ୍ରମଣରେ ଯାଇପାରନ୍ତି; ସାହିତ୍ୟ, କଳା, କ୍ରୀଡା କ୍ଷେତ୍ରରେ ସୁନାମ ମିଳିପାରେ | କିନ୍ତୁ କାର୍ଯ୍ୟକ୍ଷେତ୍ରରେ ସ୍ଥାନାନ୍ତରଣ ହୋଇପାରେ; ବ୍ୟାପାରରେ ନୂତନ ନିବେଶ ଶୁଭ ହୋଇପାରେ | ଗୃହକୁ ଅତିଥି ଆସିବାର ସୂଚନା ମିଳୁଛି
କୁମ୍ଭ – ଆଜି ଅଳସୁଆମୀ ଅନୁଭବ କରିବାରୁ ନିର୍ଦ୍ଧରିତ କାର୍ଯ୍ୟ ଧିମେଇ ଯିବାର ସମ୍ଭାବନା ରହିଛି; ସାମାନ୍ୟ କଥାରେ ହଠାତ କ୍ରୋଧିତ ହୋଇପଡିବାରୁ ସମାଲୋଚନାର ଶିକାର ହୋଇପାରନ୍ତି; ଗୁପ୍ତଶତ୍ରୁ ଆପଣାକୁ ହଇରାଣରେ ପକେଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ କଥାରୁ ଉଚ୍ଚାଧିକାରୀଙ୍କ ସହ ତର୍କ-ବିତର୍କରୁ ହୋଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମନୋମାଳିନ୍ୟ ହୋଇପାରେ | ପରିବାରରେ ସାମାନ୍ୟ କଥାକୁ ନେଇ ତିକ୍ତତା ସୃଷ୍ଟି ହୋଇପାରେ
ମୀନ – ଆଜି ମାନସିକ ଅବସାଦ ଦେଖାଦେଇପାରେ; ଆଜି ନୂତନ କାର୍ଯ୍ୟ ପ୍ରାରମ୍ଭ କରନ୍ତୁ ନାହିଁ; ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ | କାର୍ଯ୍ୟକ୍ଷେତ୍ରରେ ଅପନିନ୍ଦା ଶୁଣିବାକୁ ମିଳିପାରେ; ବ୍ୟାପାରରେ ଅର୍ଥକ୍ଷୟ ହୋଇପାରେ | ପରିବାରରେ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିପା

LEAVE A REPLY

Please enter your comment!
Please enter your name here