ମେଷ – ଆଜି ଶାରିରୀକ ଥକ୍କାପଣ ଦେଖାଦେଇପାରେ; ବାକ ଅନିୟନ୍ତ୍ରିତା ହେତୁ ବାକ-ବିତଣ୍ଡାରେ ଫସିଯାଇପାରନ୍ତି; ନିର୍ଦ୍ଧାରିତ କାର୍ଯ୍ୟଟି ନ ହେଇପାରିବାରୁ ମାନସିକ ଅଶାନ୍ତ ରହିପାରନ୍ତି | କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେବାରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ; ବ୍ୟାପାରରେ ସହଯୋଗୀଙ୍କ ସହ ମତାନ୍ତର ମନାନ୍ତର ହୋଇପାରେ; ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି
ବୃଷ – ଆଜି ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହେବାରୁ ମନୋବଳ ବୃଦ୍ଧି ପାଇପାରେ; କଳାକାର, ପତ୍ରକାର ଓ କ୍ରୀଡ଼ାବିତ ମାନଙ୍କ ପାଇଁ ଦିନଟି ଉତ୍ତମ ସାବ୍ୟସ୍ଥ ହୋଇପାରେ; ଆକସ୍ମିକ ଧନପ୍ରାପ୍ତି ହୋଇପାରେ | କର୍ମକ୍ଷେତ୍ରରେ ନିଜ କର୍ମକର୍ତ୍ତାଙ୍କ ସହ ସୁସମ୍ପର୍କ ରହିପାର; ଗୃହକୁ କୌଣସି ଅତିଥିଙ୍କର ଆଗମନ ହୋଇପାରେ
ମିଥୁନ – ଆଜି ଅର୍ଥପ୍ରାପ୍ତି ହେବା ସହ ମାନ-ସମ୍ମାନରେ ବୃଦ୍ଧି ହୋଇପାରେ; କିନ୍ତୁ ହଠାତ ମିତ୍ର, ପଡୋଶୀଙ୍କ ସହ କଳହ ହୋଇପାରେ; ମାନସିକ ଫୁର୍ତ୍ତି ଥିବାରୁ ନୂତନ କାର୍ଯ୍ୟ ପ୍ରାରମ୍ଭ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇ ଅଟକି ଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରନ୍ତି; କିନ୍ତୁ ବ୍ୟାପାରରେ ନୂତନ ପୁଞ୍ଜିନିବେଶ ହାନି କରାଇପାରେ; ପରିବାରରେ ସୁଖ-ଶାନ୍ତିରେ ଅବ୍ୟାହତ ରହିପାରେ
କର୍କଟ – ଆଜି କୌଣସି କାର୍ଯ୍ୟ ସଠିକ ରୂପେ ପୂର୍ଣ୍ଣ ନ ହୋଇପାରିବାରୁ ମାନସିକ ଅସନ୍ତୋଷ ତଥା ଗ୍ଲାନି ରହିପାରନ୍ତି; ହଠାତ ଶାରୀରିକ ଅସୁସ୍ଥ ଯେପରି ଥଣ୍ଡା, ଜ୍ୱର ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି; ନିଜର କଡା କଥା ଓ ରୁକ୍ଷ ବ୍ୟବହାର ପାଇଁ ଅପମାନିତ ହୋଇପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ତର୍କ-ବିତର୍କ ହୋଇପାରେ; ବ୍ୟାପାରରେ ନିଜ ମନମୁଖୀ କାର୍ଯ୍ୟକଳାପ ପାଇଁ ସହଯୋଗୀଙ୍କ ସହ କଳହ ହୋଇପାରେ; ପାରିବାରିକ ଜୀବନ ଝଡଝଂଝାରେ ଗତି କରିପାରେ
ସିଂହ – ଆଜି ନିଜ ଆତ୍ମବିଶ୍ୱାସରେ ବୃଦ୍ଧି ଯୋଗୁଁ ମନୋବଞ୍ଚିତ କାର୍ଯ୍ୟସିଦ୍ଧି ହୋଇପାରେ; ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ, ପ୍ରତିଷ୍ଠା ପ୍ରାପ୍ତ ହୋଇପାରେ; ଖାଦ୍ୟପେୟରେ ସଠିକ ରୂପେ ଧ୍ୟାନ ଦିଅନ୍ତୁ; ନଚେତ ପେଟଜନିତ ସମସ୍ୟାରେ ଆକ୍ରାନ୍ତ ହୋଇପାରନ୍ତି | କର୍ମକ୍ଷେତ୍ରରେ ବୋନସ ମିଳିବା ସହ ପଦୋନ୍ନତି ହୋଇପାରେ; ବ୍ୟାପାରରେ ଲାଭବାନ ହୋଇପାରନ୍ତି; ପରିବାରରେ ହର୍ଷୋଲ୍ଲାସରେ ସମୟ ବିତିପାରେ
କନ୍ୟା – ଆଜି ଶାରୀରିକ କଷ୍ଟ ଦେଖା ଦେଇପାରେ; କୌଣସି ପୁରାତନ ବନ୍ଧୁଙ୍କ ସହ ଯୁକ୍ତି-ତର୍କ ହେବାରୁ ମନ ଭାରାକ୍ରାନ୍ତ ହୋଇପାରେ; ନିଜ କ୍ରୋଧରେ ସଂଯମତା ଆଣନ୍ତୁ | କର୍ମକ୍ଷେତ୍ରରେ ଜରୁରୀ ଦସ୍ତାବିଜ ଦାୟିତ୍ୱର ସହ ରଖନ୍ତୁ,ନଚେତ ନଷ୍ଟ ହୋଇପାରେ; ବ୍ୟାପାରରେ ନୂତନ ଚୁକ୍ତି କରିବା ଦ୍ୱାରା ହାନି ହୋଇପାରେ; ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରି ଖର୍ଚ୍ଚାନ୍ତ ହୋଇପାରନ୍ତି
ତୁଳା – ଆଜି ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ସହ ଭ୍ରମଣରେ ଯାଇପାରନ୍ତି; ଅବିବାହିତଙ୍କୁ ଯୋଗ୍ୟ ପାତ୍ର ବା ପାତ୍ରୀ ମିଳିପାରନ୍ତି; ଗୁପ୍ତଶତ୍ରୁଙ୍କ ଅବସାନ ହୋଇପାରେ | ଚାକିରୀରେ ଗୁରୁଦାୟିତ୍ୱ ବହନ କରିବାକୁ ଉଚ୍ଛାଧୀକାରିଙ୍କ ଠାରୁ ନିର୍ଦ୍ଦେଶ ମିଳିପାରେ; ବ୍ୟାପାରରେ ବିକାଶ ତଥା ବିସ୍ତାର ହୋଇପାରେ; ପରିବାରରେ ସ୍ଵଜନଙ୍କ ସହ କୌଣସି ରମଣୀୟ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି
ବିଛା – ଆଜି ସାମାଜିକ ଅନୁଷ୍ଠାନ ତରଫରୁ ମାନ-ସମ୍ମାନ ମିଳିପାରେ; କିନ୍ତୁ ଜରୁରୀ ଜିନିଷ ଦାୟିତ୍ୱର ସହ ରଖନ୍ତୁ, ନଚେତ ହଜିଯାଇପାରେ; ଅକସ୍ମାତ ସ୍ଥାବର ସମ୍ପତି ମିଳିପାରେ | କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ମିଳିବା ଦ୍ୱାରା ଆତ୍ମସନ୍ତୋଷ ଲାଭ କରିପାରନ୍ତି; ବ୍ୟାପାରରେ ବୁଡ଼ିଯାଉଥିବା ଅର୍ଥ ମିଳିପାରେ; ପରିବାରରେ ସନ୍ତାନଙ୍କ ବିଦ୍ୟା ପ୍ରଗତିକୁ ନେଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି
ଧନୁ – ଆଜି ଶାରୀରିକ ଅସୁସ୍ଥତା ଦେଖାଦେବାରୁ କାର୍ଯ୍ୟ କରିବା ପାଇଁ ଉତ୍ସାହ କମିଯାଇପାରେ; ଅଯଥା ଖର୍ଚ୍ଚାନ୍ତ ହେବାରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ହୋଇପାରେ; କିନ୍ତୁ ଗୁରୁଜନଙ୍କ ଆଶୀର୍ବାଦ ପାଇ ସହଜରେ ଅଟକିଥିବା କାର୍ଯ୍ୟ ସିଦ୍ଧ କରିପାରନ୍ତି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ଯୁକ୍ତି-ତର୍କ ହୋଇପାରେ; ବ୍ୟାପାରର ପ୍ରଗତିରେ ବାଧା ଉପୁଜିପାରେ; ପରିବାରରେ ସାମାନ୍ୟ କଥାରୁ ଅଧିକ ପ୍ରତିକ୍ରିୟାଶୀଳ ହେବାରୁ ସମ୍ପର୍କହାନି ହୋଇପାରେ
ମକର – ଆଜି ନକାରାତ୍ମକ ଚିନ୍ତା ଘାରିବା ଯୋଗୁଁ ମାନସିକ ଭାରାକ୍ରାନ୍ତ ରହିପାରନ୍ତି; ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ; ନଚେତ ସ୍ୱାସ୍ଥ୍ୟ ବିଗିଡିଯାଇପାରେ; ନିରର୍ଥକ ଚର୍ଚ୍ଚାରୁ ଦୁରେଇ ରୁହନ୍ତୁ, ନଚେତ ସମାଲୋଚିତ ହେବାର ସମ୍ଭାବନା ରହିଛି | କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି; ବ୍ୟାପାରରେ ସହଯୋଗୀଙ୍କ ସହ ମତଭେଦ ହୋଇପାରେ; ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଅକସ୍ମାତ ଧନଖର୍ଚ୍ଚ ହୋଇପାରେ
କୁମ୍ଭ – ଆଜି ସରଳତାରେ ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବାରୁ ମାନସିକ ପ୍ରସନ୍ନତା ଦେଖାଯାଇପାରେ; ହଠାତ ବନ୍ଧୁଙ୍କ ସାକ୍ଷାତ ହେବା ସହ ସୁସ୍ୱାଦୁ ଭୋଜନ, ବସ୍ତ୍ର ଓ ଯାନବାହାନ ସୁଖ ମିଳିପାରେ; ଦୂରସ୍ଥାନରୁ ସୁସମ୍ବାଦ ପ୍ରାପ୍ତି ହୋଇପାରେ | କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପାଇ ଜରୁରୀ କାର୍ଯ୍ୟକୁ ପୂର୍ଣ୍ଣ କରିବେ; ବ୍ୟାପାରରେ ସହଯୋଗୀଙ୍କ ସହ ସୁସମ୍ପର୍କ ହେବାରୁ ଲାଭବାନ ହୋଇପାରନ୍ତି; ପରିବାରରେ ପ୍ରିୟଜନଙ୍କ ସହ ଭ୍ରମଣର ଆନନ୍ଦ ଉଠେଇବା ସହ କିଛି ଉପଢ଼ୌକନ ମିଳିପାରେ
ମୀନ – ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି; ପ୍ରତିଦ୍ୱନ୍ଦୀଙ୍କ ପରାଜୟ ହୋଇପାରେ; ବୌଦ୍ଧିକ ଚର୍ଚ୍ଚା, ଲିଖନ କାର୍ଯ୍ୟରେ ସୁଫଳତା ମିଳିପାରେ | କାର୍ଯ୍ୟକ୍ଷେତ୍ରରେ କୌଣସି ଜରୁରୀ କାର୍ଯ୍ୟ ପାଇଁ ହଠାତ ବିଦେଶ ଯାତ୍ରା କରିପାରନ୍ତି; ବ୍ୟାପାରରେ ନୂତନ ପୁଞ୍ଜିନିବେଶ ଦ୍ୱାରା ଲାଭବାନ ହୋଇପାରନ୍ତି; ପରିବାରରେ ସୁଖ-ଶାନ୍ତି ଅନୁଭୂତ ହୋଇପାରେ

LEAVE A REPLY

Please enter your comment!
Please enter your name here