ଯଦି ତରକାରୀରେ ଟିକିଏ ମସଲା ନପଡେ ତାହେଲେ ତାହା ସ୍ୱାଦିଷ୍ଟ ଲାଗି ନଥାଏ । କିନ୍ତୁ ସେହି ମସଲା ଯଦି ନକଲି ଥାଏ ତାହା କେତେ କ୍ଷତିକାରକ ହେଇପାରେ କେବେ ଆପଣ ଅନୁମାନ କରିଛନ୍ତି ? ଆପଣ ରୋଷେଇରେ ବ୍ୟବହାର କରୁଥିବା ମସଲା ଅସଲି ନା ନକଲି କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ! କାରଣ ଆଗରୁ ନକଲି ତେଲ, ନକଲି ଘିଅ, ନକଲି ଜର୍ଦ୍ଦା, ନକଲି ସିମେଣ୍ଟ ପରେ ଏବେ ନକଲି ମସଲା  ବଜାରରେ ବୁଲି ଚାଲିଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଜୟପୁରରେ… ଆସନ୍ତୁ ଜାଣିବା ଘତଣାର ସତ୍ୟତା…

 ଜୟପୁର ପୋଲିସ ନକଲି ମସଲା ଗୋଦାମ ଓ କାରଖାନା ଉପରେ ଚଢାଉ କରି ଅନେକ ତଥ୍ୟ ପଦାକୁ ଆଣିଛି । ଚଢାଉ ସମୟରେ ନାମୀଦାମୀ କମ୍ପାନୀ ଯେପରିକି ଏଭରେଷ୍ଟ ଓ ଏମଡିଏଚ ଭଳି ମସଲାର ଜରି ପ୍ୟାକେଟ ଆଣି ଏଠାରେ ନକଲି ବିଷାକ୍ତ ମସଲା ତିଆରି କରାଯାଉଛି ଓ ପରେ ବଜାରକୁ ଛଡାଯାଉଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି । ବ୍ରହ୍ମପୁରରୁ କମ୍ପାନୀର ପ୍ୟାକେଟ୍ ଆସୁଥିଲା, ଜୟପୁରର ପ୍ରସାଦରା ଓ ପେଟାରେ ଗୋଦାମ ଥିବାବେଳେ ଜୟନଗରରେ ତିଆରି କରାଯାଉଥିଲା ପ୍ୟାକେଟ୍ ।

ପୋଲିସ କାରଖାନା ଉପରେ ଚଢାଉ କରି ପ୍ରାୟ ପାଂଚ ଲକ୍ଷ ଟଙ୍କାର ପ୍ୟାକେଟ ଓ ଖୋଲା ମସଲା ଜବତ କରି ଘଟଣାରେ ଜଣେ ବ୍ୟକ୍ତି ଧରାପଡିଛି ଓ ଏହା ପଛର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲିସ ଜାଲ ଷଡଯନ୍ତ୍ର କରୁଛି । ସବୁଠାରୁ ବଡ କଥା ହେଲା, ମସଲାରେ କାଠଗୁଣ୍ଡ ଥିବା ଜଣାପଡିବା ସହ ଲୁଜ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ତଥ୍ୟ ସାମ୍ନାକୁ ଆସିଛି । କେରାପୁଟ ଜିଲ୍ଲାର ବିଭିନ୍ନ ବଜାରରେ ଏହି ମସଲା  ବିକ୍ରି ହେଉଥିବା ଜଣାଯାଇଛି ଓ ଏହା ଆଉ କେଉ ଜାଗାକୁ ଚାଲାଣ କରାଯାଇଛି ପୋଲିସ ଏ ବିଷୟରେ ଛନଭିନ୍ କରୁଛି । ବ୍ରହ୍ମପୁରରୁ ଏହାର ପରିଚାଳନା ହେଉଥିଲା ବୋଲି ଜୟପୁର ପୋଲିସ ପ୍ରକାଶ କରିଛି  ।

LEAVE A REPLY

Please enter your comment!
Please enter your name here