ଆମେ ବାହାରକୁ କୌଣସି ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିଥାଉ | ମନ ଭିତରେ ସର୍ବଦା ଆଶା-ଆଶଙ୍କାରେ ରହିଥାଏ ଯେ ଯାତ୍ରା ସଫଳ ହେବ ନା ନାହିଁ କିମ୍ବା ନିର୍ଦ୍ଧାରିତ କାର୍ଯ୍ୟଟି ପୂର୍ଣ୍ଣ ହେବ ନା ନାହିଁ | କିନ୍ତୁ ବାର ହିସାବରେ କିଛି ସରଳ ପ୍ରତିକାର ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟ ପାଇଁ ଯାତ୍ରା କରୁଥିଲେ ଯାତ୍ରା ସଫଳ ହୋଇଥାଏ | ତେବେ ଆସନ୍ତୁ ଜାଣିବା ବାର ହିସାବରେ କି ପ୍ରକାର ଖାଦ୍ୟ ଖାଇ ଯାତ୍ରା କଲେ ଯାତ୍ରା ଶୁଭ ହୋଇଥାଏ……….
୧. ରବିବାର – ଏହି ଦିନ ଘିଅ-ଚିନି ମିଶେଇ ଖାଇ ଯାତ୍ରା କରନ୍ତୁ | ଯାତ୍ରା ଶୁଭମୟ ହୋଇଥାଏ |
୨. ସୋମବାର – ଏହି ଦିନ କ୍ଷୀର ଜାତୀୟ ଖାଦ୍ୟଦ୍ରବ୍ୟ ବା ପାନ ଖାଇ ଯାତ୍ରା କରନ୍ତୁ | ଘରୁ ବାହାରିବା ସମୟରେ ଯଦି କୌଣସି ଗଛରେ ପାଣି ଦେଇ ଯାନ୍ତି; ତେବେ ଯାତ୍ରା ଦ୍ୱିଗୁଣିତ ଶୁଭମୟ ହୋଇଥାଏ |
୩. ମଙ୍ଗଳବାର – ଏହିଦିନ ଗୁଡ ବା ଗୁଡ଼ରେ ତିଆରି ଖାଦ୍ୟଦ୍ରବ୍ୟ ଖାଆନ୍ତୁ | ହନୁମାନଙ୍କୁ ପୂଜା କରି ଯାତ୍ରା ପାଇଁ ବାହାରନ୍ତୁ | ଯାତ୍ରା ଶୁଭମୟ ହୋଇଥାଏ |
୪. ବୁଧବାର – ଏହିଦିନ ରାଶିରେ ତିଆରି ଖାଦ୍ୟଦ୍ରବ୍ୟ ଖାଆନ୍ତୁ | ଗଣେଶଙ୍କୁ ପୂଜା କରି ଯାତ୍ରା କରନ୍ତୁ | ଯାତ୍ରା ଶୁଭମୟ ହୋଇଥାଏ |
୫. ଗୁରୁବାର ଓ ଶୁକ୍ରବାର – ଏହିଦିନ ଦହି ବା ଦହିରେ ତିଆରି ଖାଦ୍ୟଦ୍ରବ୍ୟ, ମିଷ୍ଟାନ ଖାଇ ଯାତ୍ରା କରନ୍ତୁ | ଯାତ୍ରା ଶୁଭମୟ ହୋଇଥାଏ |
୬. ଶୁକ୍ରବାର – ଏହିଦିନ ଦହି ବା ଦହିରେ ତିଆରି ଖାଦ୍ୟଦ୍ରବ୍ୟ ଖାଇ ଯାତ୍ରା କରନ୍ତୁ | ଯାତ୍ରା ଶୁଭମୟ ହୋଇଥାଏ |
୭. ଶନିବାର – ଏହିଦିନ ବିରିରେ ତିଆରି ଦ୍ରଵ୍ୟ, ତେଲ ଛଙ୍କା ଖାଦ୍ୟ ବା ରାଶିରେ ତିଆରି ଖାଦ୍ୟଦ୍ରବ୍ୟ ଖାଇ ଯାତ୍ରା କରନ୍ତୁ | ଯାତ୍ରା ଶୁଭମୟ ହୋଇଥାଏ |
ଯଦି ଏହି ଉପାୟ କରିପାରୁନାହାନ୍ତି ତେବେ ଘରୁ ବାହାରି ଗଲା ବେଳେ ଦୁବ ଗୋଟିଏ ନିଜ  ପର୍ସ କିମ୍ବା ପକେଟରେ ରଖନ୍ତୁ | ତୁଳସୀ ଚଉଁରା ମାଟି ମଥାରେ ତିଳକ କରି ଲଗାନ୍ତୁ | ଗଣେଶଙ୍କୁ ୧ଟି ହଳଦୀ ଖଣ୍ଡ ଚଢ଼େଇ ୩ଥର “ଜୟ ଗଣେଶ କାଟେ କଳସ” ମନ୍ତ୍ର ଜପି ଗଣେଶଙ୍କୁ କାର୍ଯ୍ୟ ସଫଳ ପାଇଁ ସ୍ମରଣ କରନ୍ତୁ | ଯାତ୍ରା ସମୟରେ ସାଙ୍ଗରେ ଏହି ହଳଦୀ ଖଣ୍ଡ ନେଇ ଯାଆନ୍ତୁ | ଦେଖିବେ ଯାତ୍ରା ସୁନିଶ୍ଚିତ ଶୁଭମୟ ହେବା ସହ ନିର୍ଦ୍ଧାରିତ କାର୍ଯ୍ୟଟି ସଫଳ ହେବ |

LEAVE A REPLY

Please enter your comment!
Please enter your name here