ଆପଣ ଜାଣନ୍ତି କି ଝିଅମାନଙ୍କର ଜନ୍ମ ମାସରୁ ତାଙ୍କ ଗୁଣ ବିଷୟରେ ଜାଣିହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ

0
924

ଝିଅମାନେ ଅତ୍ୟନ୍ତ ଚଞ୍ଚଳମନା; କଥାରେ ଅଛି ନାରୀ ମାୟାବିନୀ; ତେଣୁ ତାଙ୍କୁ ଚିହିଁବା କଷ୍ଟକର ହୋଇଥାଏ; କିନ୍ତୁ ଜନ୍ମ ମାସରୁ ତାଙ୍କ ସ୍ଵଭାଵ ଜାଣିହେବ; ଆସନ୍ତୁ ଜାଣିବା ମାସ ଅନୁଯାୟୀ ଝିଅଙ୍କ ଗୁଣ ସମ୍ପର୍କରେ
  • ଜାନୁୟାରୀ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଉଚ୍ଚାଭିଳାଷୀ ହୋଇଥାନ୍ତି ଏବଂ ମିଶାଣିଆ ସ୍ଵଭାବର ହୋଇଥାନ୍ତି; କିନ୍ତୁ ନିଜର ଭାବନା ସାର୍ବଜନିକ ଭାବେ ପ୍ରକାଶ କରିବାକୁ ଭଲ ପାଆନ୍ତି ନାହିଁ; ସେମାନେ ତାଙ୍କୁ ଖାପଖୁଆଇଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରି ସବୁ କଥା ଆଲୋଚନା କରିବାକୁ ପସନ୍ଦ କରିଥାନ୍ତି
  • ଫେବୃୟାରୀ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି; ଏମାନେ ଧୈର୍ଯ୍ୟବାନ ହୋଇଥାନ୍ତି; କିନ୍ତୁ ମୁଡି ସ୍ଵଭାବର ହୋଇଥାନ୍ତି; ଏମାନେ ଖୁବ ଭଲ ପ୍ରେମିକା ସାବ୍ୟସ୍ଥା ହୋଇଥାନ୍ତି; କିନ୍ତୁ ଯେଉଁମାନେ ପ୍ରେମରେ ଏମାନଙ୍କୁ ଧୋକା ଦିଅନ୍ତି ସେମାନେ କେବେ ତାଙ୍କ ମୁହଁକୁ ବୁଲି ଚାହନ୍ତି ନାହିଁ
  • ମାର୍ଚ୍ଚ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ; ଏମାନେ ସହଜରେ କାହାର ପ୍ରେମସମ୍ପର୍କରେ ଆସନ୍ତି ନାହିଁ; କିନ୍ତୁ ଯଦି ଭାଗ୍ୟରେ ଏଭଳି ଝିଅ ଜଣଙ୍କୁ ଭଲ ପାଇଥାନ୍ତି ତାହେଲେ ସେ ସବୁଠାରୁ ଭାଗ୍ୟଶାଳୀ; ସେମାନେ ପ୍ରେମ କ୍ଷେତ୍ରରେ ବିଶ୍ୱାସୀ ହୋଇଥାନ୍ତି
  • ଅପ୍ରେଲ୍: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାହସୀ ହୋଇଥାନ୍ତି; ସେମାନେ ସମସ୍ତଙ୍କ ସହିତ ମିଳାମିଶା ଓ କଥାବାର୍ତା କରିବାକୁ ଭଲ ପାଆନ୍ତି; ଯଦି ତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ଅନ୍ୟ କାହା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ତେବେ ସେମାନେ ଈର୍ଷା ପରାୟଣ ହୋଇପଡ଼ନ୍ତି; ଯେଉଁମାନେ ଖୁବ୍ ବିଶ୍ୱାସୀ ହୋଇ କାହାର ଭରସା ଭାଙ୍ଗନ୍ତି ନାହିଁ ସେମାନଙ୍କୁ ଏଭଳି ଝିଅ ପସନ୍ଦ ଆସିଥାନ୍ତି
  • ମଇ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ନିଜ ଚିନ୍ତାଧାରା, ନିଷ୍ପତିରୁ ଓହରି ନଥାନ୍ତି; ତେଣୁ ଭିଡ ମଧ୍ୟରେ ଏମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଥାନ୍ତି
  • ଜୁନ୍: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ପ୍ରତି କାର୍ଯ୍ୟରେ ଉତ୍ସୁକତା ଏବଂ ବାକ-ଚାତୁରୀରେ ନିପୁଣ ହୋଇଥାନ୍ତି; ଏମାନଙ୍କ ବିଶେଷତା ହେଉଛି ଏମାନେ ସ୍ପଷ୍ଟବାଦୀ; ଏମାନେ କାହା ପଚାରରେ ନ କହି ମୁହେଁ ମୁହେଁ କଥା ହେବାକୁ ଭଲ ପାଆନ୍ତି; ତାଙ୍କୁ ପ୍ରେମରେ ଧୋକା ଦେବା ବ୍ୟକ୍ତିଙ୍କ ଠାରୁ ଖୁବ ଭୟଙ୍କର ପ୍ରତିଶୋଧ ନେଇପାରନ୍ତି
  • ଜୁଲାଇ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସଚ୍ଚୋଟ, ବିଶ୍ୱାସୀ, ସୁନ୍ଦର, ବୁଦ୍ଧିମତୀ ହୋଇଥାନ୍ତି; ଏମାନେ ସମସ୍ତଙ୍କ ପ୍ରତି ବିନମ୍ର ହେବା ସହ ଝଗଡ଼ା ଠାରୁ ଦୂରରେ ରହିଥାନ୍ତି; ଏମାନେ ଅନ୍ୟ ଲୋକ କଥାରେ ମୁଣ୍ଡ ପୁରାନ୍ତି ନାହିଁ
  • ଅଗଷ୍ଟ: ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ଭିଡ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଭଲ ଲାଗିଥାଏ; ଏମାନଙ୍କର ସେନ୍ସ ଅଫ୍ ହ୍ୟୁମର୍ ଥାଏ କିନ୍ତୁ ଏମାନେ ଥଟ୍ଟାମଜା ସହି ପାରନ୍ତି ନାହିଁ
  • ସେପ୍ଟେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି; ତାସହ ଏମାନେ ମଧ୍ୟ ନ୍ୟାୟାଵାନ, ଅନୁଶାସନପ୍ରେମୀ ଏବଂ ଦୟାଳୁ ସ୍ଵଭାବର ହୋଇଥାନ୍ତି; କିନ୍ତୁ ଜଟିଳ ସ୍ୱଭାବର ହୋଇଥାନ୍ତି; ତାଙ୍କୁ ପ୍ରେମରେ ଯିଏ ଧୋକା ତାଙ୍କୁ ଏମାନେ କେବେ ବି କ୍ଷମା କରିନଥାନ୍ତି ଓ ଏହାର ପ୍ରତିଶୋଧ ନିଶ୍ଚୟ ସେମାନେ ନେଇଥାନ୍ତି; ଏମାନେ ପିତାମାତାଙ୍କଠାରୁ ଅନେକ କିଛି ଆଶା କରିଥାନ୍ତି
  • ଅକ୍ଟୋବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଚରିତ୍ରବାନ ସହ ସ୍ମାର୍ଟ ହୋଇଥାନ୍ତି; ତେଣୁ ଅନ୍ୟ ଝିଅମାନେ ଏମାନଙ୍କୁ ସହି ପାରିନଥାନ୍ତି ଓ ଘୃଣା କରିଥାନ୍ତି; ଏମାନେ ଅତ୍ୟନ୍ତ ଭାବପ୍ରବଣ ହୋଇଥାନ୍ତି; ଏମାନେ ଅନ୍ୟ ବ୍ୟକ୍ତି ସମ୍ମୁଖରେ କାନ୍ଦିନଥାନ୍ତି
  • ନଭେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସବୁବେଳେ ଅନ୍ୟମାନଙ୍କଠାରୁ ପାଦେ ଆଗୁଆ ଥାନ୍ତି; ଏମାନଙ୍କ ସାମ୍ନାରେ ମିଛ କହିଲେ ଧରାପଡିଯିବାର ସମ୍ଭାବନା ଅଧିକ ରହିଥାଏ; ଏମାନଙ୍କ ସହିତ ବିଶ୍ୱାସଘାତକତା ଯଦି କେହି କରନ୍ତି ତାହେଲେ ଏମାନେ ତାଙ୍କ ଠାରୁ ଭଲ କରି ପ୍ରତିଶୋଧ ନେଇଜାଣନ୍ତି
  • ଡିସେମ୍ବର: ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ବହୁତ ଅଧୀର ହେବା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି; ଏମାନେ ସବୁ ପରିସ୍ଥିତି ସହ ଲଢ଼ି ଖୁବ ସହଜରେ ବିଜୟୀ ହୋଇଥାନ୍ତି; ଏମାନେ ସମସ୍ତଙ୍କର ଯତ୍ନ ନେବା ସହ ହୃଦୟରୁ ବହୁତ ଖୋଲା ସ୍ୱଭାବର ହୋଇଥାନ୍ତି

LEAVE A REPLY

Please enter your comment!
Please enter your name here