ଆପଣ ଜାଣନ୍ତି କି ଲୁଣର ଚମତ୍କାର ପ୍ରୟୋଗ ଦ୍ୱାରା କିପରି ଭାଗ୍ୟ ବଦଳାଯାଇପାରେ, ତେବେ ଆସନ୍ତୁ ଜାଣିବା ଲୁଣର ସଠିକ ଉପଯୋଗ ଦ୍ୱାରା ଗୃହରେ କିପରି ଧନ ବୃଦ୍ଧି ସହ ସୁଖଶାନ୍ତି ବଜାୟ ରହିପାରେ |

0
1251

ଲୁଣ ଆମ ଦୈନନ୍ଦିନ ଜୀବନରେ ଜରୁରୀ ଖାଦ୍ୟ ; ଲୁଣ ବିନା ଖାଦ୍ୟ ସ୍ଵାଦହୀନ ହୋଇଥାଏ | ଲୁଣ ୩ ପ୍ରକାର ଅଛି ଯଥା ସାମୁଦ୍ରିକ ଲୁଣ, ପାହାଡି ଲୁଣ, ସନ୍ଧବ ଲୁଣ | ଆମେ ସାମୁଦ୍ରିକ ଲୁଣକୁ ଖାଦ୍ୟ ରୂପେ ପ୍ରତିଦିନ ବ୍ୟବହାର କରୁଛନ୍ତି; ପୂର୍ବରୁ ଗୋଡ଼ା ଲୁଣ ଖାଦ୍ୟ ଆକାରରେ ବ୍ୟବହାର କରାଯାଉଥିଲା | ଏବେ ସେହି ସାମୁଦ୍ରିକ ଲୁଣରେ ଉନ୍ନତ ପ୍ରକ୍ରିୟା କରଣ ଦ୍ୱାରା ଶୁଦ୍ଧ କରାଯାଇ ଆୟୋଡିନ ମିଶାଇ ପକେଟ କରି ବିକ୍ରୟ କରାଯାଉଛି, ଯାହାକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର, ଶୁକ୍ରଙ୍କ ପ୍ରତୀକ ବୋଲି ଆଖ୍ୟା ଦିଆଯାଇଛି;  କିଛି ଶାସ୍ତ୍ରରେ ରାହୁଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଛି | ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଆବଶ୍ୟକ; ପ୍ଲାଷ୍ଟିକ କିମ୍ବା ଷ୍ଟିଲ ପାତ୍ରରେ ଲୁଣ ରଖି ବ୍ୟବହାର କଲେ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ | କିନ୍ତୁ ଲୁଣର ସଠିକ ଉପଯୋଗ ଦ୍ୱାରା ମଧ୍ୟ ଭାଗ୍ୟ ବଦଳା ଯାଇପାରେ | ତେବେ ଆସନ୍ତୁ ଜାଣିବା ଲୁଣର ସଠିକ ଉପଯୋଗ ଦ୍ୱାରା ଗୃହରେ କିପରି ଧନ ବୃଦ୍ଧି ସହ ସୁଖଶାନ୍ତି ବଜାୟ ରହିପାରେ……….
୧. ଗୋଡ଼ା ଲୁଣ କିମ୍ବା ସନ୍ଧବ ଲବଣ ଏକ କାଚ ପାତ୍ରରେ ପତି-ପତ୍ନୀ ନିଜ ଶୟନ କକ୍ଷରେ ଐଶାନ୍ୟ କୋଣରେ ରଖନ୍ତୁ, ପ୍ରତି ମାସରେ ଏହି ଲୁଣକୁ ବଦଳେଇ ଦିଅନ୍ତୁ ଏବଂ ନୂଆ କରି ଆଉଥରେ ଲୁଣକୁ ରଖନ୍ତୁ | ଏହାଦ୍ୱାରା ପତି-ପତ୍ନୀ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ସହ ମନୋମାଳିନ୍ୟ ଦୂର ହୋଇଥାଏ
୨. ଏକ କାଚ ଗ୍ଲାସରେ ୧ ଚାମଚ ଲୁଣରେ ପାଣି ମିଶେଇ ଗୃହର ନୈଋତ କୋଣରେ ରଖନ୍ତୁ ଏବଂ ସେହି ଗ୍ଲାସ ପଛରେ ଏକ ଲାଲ ବଲବ ଲଗେଇ ଦିଅନ୍ତୁ, ପ୍ରତି ସପ୍ତାହରେ ଏହି ଗ୍ଲାସର ଲୁଣ ପାଣିକୁ ବଦଳାନ୍ତୁ | ଏହାଦ୍ୱାରା ଗୃହରେ ଧନବୃଦ୍ଧି ହୋଇଥାଏ
୩. ଏକ କାଚ ଗିନାରେ ଲୁଣ ଭରି ଦିଅନ୍ତୁ; ଏହାକୁ ବାଥରୁମରେ ରଖନ୍ତୁ, ପ୍ରତି ମାସରେ ଏହି ଲୁଣକୁ ବଦଳାନ୍ତୁ; ପ୍ରତି ସପ୍ତାହର ଗୁରୁବାର ଦିନ ଲୁଣ ପାଣିରେ ଘରକୁ ପୋଛନ୍ତୁ | ଏହି ଉପାୟ ଦ୍ୱାରା ଗୃହର ବସ୍ତୁ ଦୋଷ ଦୂର ହୋଇଥାଏ
୪. ଯଦି ଗୃହର କୌଣସି ସଦସ୍ୟ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଅଛନ୍ତି ତେବେ ତାଙ୍କ ମୁଣ୍ଡ ପାଖରେ ଏକ କାଚ ଗିନାରେ ଲୁଣ ଭରି ରଖନ୍ତୁ; ପ୍ରତି ସପ୍ତାହରେ ଏହି ଲୁଣକୁ ବଦଳାନ୍ତୁ | ଏହାଦ୍ୱାରା ଧୀରେ ଧୀରେ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ
୫. ଯଦି ମନ ସର୍ବଦା ଅଶାନ୍ତ ବା ଭାରାକ୍ରାନ୍ତ ରହୁଛି ତେବେ ପାଣିରେ ଲୁଣ ମିଶେଇ ସ୍ନାନ କରନ୍ତୁ; ଏହାଦ୍ୱାରା ଶରୀରରେ ଉର୍ଜା ପ୍ରାପ୍ତି ହେବା ସହ ମାନସିକ ଶାନ୍ତି ଅନୁଭବ କରିବେ |
୬. ଯଦି କୌଣସି ଲୋକ ସହ ଶତ୍ରୁତା ଅଛି କିମ୍ବା ତାକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ତାଙ୍କର ଲୁଣ ମିଶ୍ରିତ ଖାଦ୍ୟ ଖାଆନ୍ତୁ ନାହିଁ | ଏହାଦ୍ୱାରା ଶରୀରରେ ନକରାତ୍ମକତା ବୃଦ୍ଧି ହୋଇଥାଏ
୭. ଯଦି ଗୃହର ଐଶାନ୍ୟ କୋଣରେ ଏକ କାଚ ପାତ୍ରରେ ଲୁଣ ଭରି ସେଥିରେ ୪,୫ଟି ଲବଙ୍ଗ ପକେଇ ରଖି ଦିଅନ୍ତୁ; ଏହାକୁ ପ୍ରତି ମାସରେ ବଦଳେଇ ପୁଣି ଆଉଥରେ ରଖନ୍ତୁ | ଏହାଦ୍ୱାରା ଗୃହରେ ଧନକ୍ଷୟ ଲାଗି ରହୁଥିଲେ ଧାନ ସଂଚୟର ମାର୍ଗ ସୁଗମ ହୋଇଥାଏ

LEAVE A REPLY

Please enter your comment!
Please enter your name here