ଋଣ ହେଉଛି ମଣିଷର ବଡ ଶତ୍ରୁ, ବେଳେ ବେଳେ ଋଣ ନେଇଥିଲେ ଶୁଝିବା କଷ୍ଟକର ବ୍ୟାପାର ହୋଇପଡେ | ଶାସ୍ତ୍ର ଅନୁସାରେ ମଙ୍ଗଳବାର ଓ ବୁଧବାର ଦିନ ଋଣ ଆଣିବା ନିଷେଧ କରାଯାଇଛି | ବିଶେଷ କରି ମଙ୍ଗଳବାର ଦିନ ଋଣ ଆଣିଲେ ଋଣ ପରିଶୋଧ କରିବାରେ ବାଧା ସୃଷ୍ଟି ହୋଇଥାଏ , ଋଣମୁକ୍ତି ପାଇଁ ରହିଛି ସରଳ ଉପାୟ ଆସନ୍ତୁ ଜାଣିବା |
୧. ମଙ୍ଗଳବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ “ଓଁ ଋଣମୁକ୍ତେଶ୍ଵର ମହାଦେବାୟ ନମଃ” ମନ୍ତ୍ର ଜପ କରି ମସୁର ଡାଲି ଚଢାନ୍ତୁ |
୨. ଶନିବାର ଦିନ ସ୍ନାନ ପରେ ନିଜ ଉଚ୍ଚତା ଅନୁଯାୟୀ କଳା ସୁତା ନେଇ ନଡ଼ିଆରେ ଗୁଡେଇ ଦିଅନ୍ତୁ | ନିୟମିତ ପୂଜା କରିବା ସମୟରେ ନଡ଼ିଆକୁ ପୂଜା କରନ୍ତୁ | ୭ଦିନ ପୂଜା କରିବା ପରେ ଆସନ୍ତା ସପ୍ତାହରେ ଶନିବାର ଦିନ ଭଗବାନଙ୍କୁ ଋଣମୁକ୍ତି ପାଇଁ ପ୍ରାର୍ଥନା କରି ନଡ଼ିଆକୁ ଜଳରେ ପ୍ରବାହିତ କରନ୍ତୁ | ଏହି ଉପାୟ ଦ୍ୱାରା ପରିଶ୍ରମର ଫଳ ମିଳିବା ସହ ଶୀଘ୍ର ଋଣଭାରରୁ ମୁକ୍ତି ମିଳିଥାଏ |
୩. ଶନିବାର ଦିନ ଚାମେଲି ତେଲରେ ସିନ୍ଦୁର ମିଶେଇ ନଡ଼ିଆରେ ସ୍ୱସ୍ତିକ ଚିହ୍ନ କରନ୍ତୁ | ହନୁମାନ ମନ୍ଦିରରେ ହନୁମାନଙ୍କ ପାଦ ତଳେ ନଡ଼ିଆକୁ ସମର୍ପଣ କରି ଗୁଡ, ଚଣା ଭୋଗ ଲଗାନ୍ତୁ | ଋଣମୋଚକ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ |
୪. କୌଣସି ଶୁକ୍ଳ ପକ୍ଷ ମଙ୍ଗଳବାର ଦିନଠାରୁ ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର ପାଠ କରିବା ଆରମ୍ଭ କରିବା ସହ ପ୍ରତିଦିନ ଏହାକୁ ପାଠ କରନ୍ତୁ |
୫. ଗଣେଶଙ୍କୁ ବୁଧବାର ଦିନ ଆରାଧନା କରିବା ସହ ହଳଦୀ ଲଗେଇ ୭ଟି ଦୁବ ଅର୍ପଣ କରନ୍ତୁ |
୬. ବୁଧବାର ଦିନ ୨୫୦ଗ୍ରାମ ମୁଗ ଶିଝେଇ ଅଳ୍ପ ଘିଅ ଓ ଚିନି ମିଶେଇ ଗୋମାତା କୁ ଖାଇବାକୁ ଦିଅନ୍ତୁ | ଶୀଘ୍ର ଋଣ ମୁକ୍ତ ହେବେ |
୭. ଶୁକ୍ଳ ପକ୍ଷ ବୁଧବାର ଦିନ ୫ଟି ପୂର୍ଣ୍ଣ ପ୍ରସ୍ଫୁଟିତ ଗୋଲାପ ଫୁଲ ଆଣନ୍ତୁ | ୧.୫ ମିଟର ଧଳା କପଡାରେ ୨୧ଥର ଗାୟତ୍ରୀ ମନ୍ତ୍ର ଜପ କରି ଏହି ୫ଟି ଗୋଲାପ ଫୁଲକୁ ବାନ୍ଧି ଦିଅନ୍ତୁ , ଏହାକୁ ନେଇ ଜଳରେ ପ୍ରବାହିତ କରନ୍ତୁ , ଏହା ଉପାୟ ଦ୍ୱାରା ଶୀଘ୍ର ୠଣମୁକ୍ତ ହେବେ |
୮. କୌଣସି ସ୍ମସାନର କୂଅରୁ ଜଳ ଆଣି ଅଶ୍ୱସ୍ଥ ବୃକ୍ଷ ମୂଳରେ ଢ଼ାଲନ୍ତୁ | ଏହି ଉପାୟ କୌଣସି ଶୁକ୍ଳ ପକ୍ଷ ଶନିବାର ଦିନଠାରୁ ଆରମ୍ଭ କରି ୬ଟି ଶନିବାର ଲଗାତାର କରନ୍ତୁ , ଏହାଦ୍ୱାରା ନିରନ୍ତର ଋଣରେ ରହୁଥିଲେ ମୁକ୍ତ ମିଳିଥାଏ |
୯. ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଚାମେଲୀ ତେଲରେ ସିନ୍ଦୁର ମିଶେଇ ହନୁମାନଙ୍କୁ ଅଭିଷେକ କରନ୍ତୁ ଏବଂ ହନୁମାନ ଚାଳିଶା, ବଜରଙ୍ଗ ବାଣ ପାଠ କରନ୍ତୁ |

LEAVE A REPLY

Please enter your comment!
Please enter your name here