ଶରୀର ପାଇଁ ଆଇରନ୍‌ ବା ଲୌହ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ; ଶରୀରରେ ଆର୍‌ବିସି ବା ଲୌହ ରକ୍ତକଣିକା ଓ ହିମୋଗ୍ଲୋବିନ୍‌ର ଅଭାବ ଦେଖାଦେଲେ ରକ୍ତହୀନତା ବା ଆନେମିଆ ହୋଇଥାଏ
ସାଧାରଣତଃ ମହିଳା ଓ ପୁରୁଷମାନଙ୍କ କ୍ଷେତ୍ରରେ ଅଲଗା ଅଲଗା ପରିମାଣର ଲୌହ ରକ୍ତକଣିକା ରହିଥାଏ; ମହିଳାମାନଙ୍କ କ୍ଷେତ୍ରରେ ୧୨.୧ରୁ ୧୫.୧ gm/dl ହୋଇଥାଏ; ପୁରୁଷମାନଙ୍କ କ୍ଷେତ୍ରରେ ୧୩.୮ରୁ ୧୭.୨ gm/dl ହୋଇଥାଏ; ପିଲାମାନଙ୍କ କ୍ଷେତ୍ରରେ ୧୧ରୁ ୧୬ gm/dl ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୧୧ରୁ ୧୫.୧ gm/dl ହୋଇଥାଏ
ରକ୍ତହୀନତାର ଲକ୍ଷଣ ହେଉଛି ଥକ୍କା ଲାଗିବା, ଶକ୍ତି ବା ଏନର୍ଜିର ଅଭାବ, ମୁଣ୍ଡ ବିନ୍ଧା, ବରଫ, ପେପର ଓ ମାଟି ଆଦି ଖାଇବାକୁ ଇଛା କରିବା, ଅତ୍ୟଧିକ କେଶ ଝଡ଼ିବା, ଖାଦ୍ୟ ଗିଳିବାରେ ଅସୁବିଧା, ନଖ ଭାଙ୍ଗିଯିବା, ଆଖିର ରଙ୍ଗ ହଳଦିଆ ଦେଖା ଯାଇଥାଏ
ନିୟମିତ ରୂପେ ସବୁଜ ପନିପରିବା, ପାଳଙ୍ଗ, ବିନ୍ସ, ବାଦାମ, ମାଂସ, ଆପ୍ରିକୋଟ୍‌, କିସ୍‌ମିସ୍‌, କ୍ଷୀର, ଅଣ୍ଡା, କମଳା, କଦଳୀ ଆଦି ଖାଇଲେ ଆନେମିଆ ଦୂର ହୋଇଥାଏ
କିନ୍ତୁ ପ୍ରତି ୬ମାସରେ ଥରେ ରକ୍ତ ପରୀକ୍ଷା କରାଇ ନେବା ଉଚିତ୍‌; ଯଦି ଆନେମିଆ ବା ଅନ୍ୟ କିଛି ସମସ୍ୟା ଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ

LEAVE A REPLY

Please enter your comment!
Please enter your name here