କପିଲ୍‌ ଶର୍ମା ତାଙ୍କର ନୂଆ ଶୋ’ “କମେଡି ନାଇଟ ୱଇଥ କପିଲ” ପୁଣି ଥରେ ସୋନୀଟିଭି ପରଦାରେ ଆରମ୍ଭ କରିଛନ୍ତି। ତାଙ୍କର ଏହି ଶୋ’ରେ ନୂତନ ଭାବେ ଲୋକପ୍ରିୟ କମେଡିଆନ୍‌ କୃଷ୍ଣା ଅଭିଷେକ ଓ ଭାରତୀ ସିଂହ ମଧ୍ୟ ସାମିଲ ଅଛନ୍ତି । ଏହି ଶୋ’ର ଟିଆର୍‌ପି ରେଟିଂ ମଧ୍ୟ ବୃଦ୍ଧି ପାଇ ଦୁଇ ନମ୍ୱରରେ ରହିଛି। କିନ୍ତୁ ଖବର ଅନୁଯାୟୀ କପିଲଙ୍କର ପୂର୍ବତନ ସହଯୋଗୀ ସୁନୀଲ ଗ୍ରୋଭର୍‌ଙ୍କର ଶୋ ‘କାନପୁରୱାଲେ ଖୁରାନାଜ୍‌’ ବନ୍ଦ ହେବାକୁ ଯାଉଛି। ଏନେଇ ସୋସିଆଲ ମିଡିଆରେ ୟୁଜର୍‌ଙ୍କ ତୁଳନା ବା ଟ୍ରୋଲ୍‌ ବଢିବାରେ ଲାଗିଚି। ଏହାର ଜବାବରେ ସୁନିଲ୍‌ ଗ୍ରୋଭର୍‌ କହିଛନ୍ତି ଯେ, “‘କାନପୁର୍‌ୱାଲେ ଖୁରାନାଜ୍‌’ ଶୋ’କୁ ସେ କେବଳ ୧୬ ଏପିସୋଡ୍‌ ପାଇଁ ସୁଟିଙ୍ଗ କରିଥିଲେ । ଏହି ଶୋ’କୁ ସେ ୮ ସପ୍ତାହ ପାଇଁ ସାଇନ୍‌ କରିଥିଲେ। ଏହି ଶୋ’ ବନ୍ଦ ହେବାର କାରଣ ହେଉଛି, ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ’ର ଶୁଟିଂ ରେ ସେ ଅଭିନୟ ପାଇଁ ପାଗ ଭିଡ଼ିଲେଣି । ତାଙ୍କ ପାଖେ ସମୟ ଅଭାବରୁ ବାଧ୍ୟ ହେଇ ସେ ଏଭଳି ନିଷ୍ପତି ନେଲେ” | ଏହା ସହ ସେ ମଧ୍ୟ କହିଛନ୍ତି ଯେ “ଆଉ ଯେଉଁ ମାନେ ସୋସିଆଲ ମିଡିଆରେ ତୁଳନା କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛି ଫେକ ଆଇଡି | କିଛି ଲୋକ ଏହାକୁ ପସନ୍ଦ କରିଛନ୍ତି; କିଛି ଲୋକ ନୁହେଁ | ସେଥିରେ କୌଣସି ଆପତ୍ତି ନାହିଁ, ତାଙ୍କୁ ଯେତିକି ଅଭିନୟ ଆସିଛି ସେ ସେତିକି ପ୍ରଦର୍ଶନ କରିଛନ୍ତି |” ସେ ପୁଣି ଠାରେ କପିଲ ଶୋ’କୁ ଫେରିବେ ବୋଲି ପ୍ରଶ୍ନ କରାଯିବାରୁ ଉତ୍ତର ଦେଲେ ଯେ “ସେ ଆଜି ଟିଭି ପରଦା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି; ଯଦି ତାଙ୍କୁ ସୁଯୋଗ ମିଳେ ସେ ନିଶ୍ଚୟ ଫେରିପାରନ୍ତି” | ସୂଚନା ମିଳୁଛି କି ସଲମାନ୍‌ ଖାନ୍ କପିଲ୍‌ଙ୍କ ଶୋ’କୁ ପ୍ରଡ୍ୟୁସ୍‌ କରୁଛନ୍ତି | ଏବେ ସୁନୀଲ ସଲମାନଙ୍କ ଫିଲ୍ମ “ଭାରତ” ପାଇଁ କାମ କରୁଛନ୍ତି | ତେଣୁ ଯେବେ ସଲମାନ୍‌, ସୁନିଲ୍‌ଙ୍କୁ କପିଲ୍‌ଙ୍କ ଶୋ’କୁ ଯିବା ପାଇଁ କହିବେ, ସେ ହୁଏତ ଅଗ୍ରାହ୍ୟ କରିପାରିବେ ନାହିଁ। ଏବେ କେବଳ ତାଙ୍କ ଫ୍ୟାନମାନେ ଅପେକ୍ଷା କରିଛନ୍ତି ଯେ କେବେ ସୁନିଲ୍‌ ଗ୍ରୋଭର୍‌  କପିଲ୍‌ ଶର୍ମାଙ୍କ ଶୋ’ “କମେଡି ନାଇଟ ୱଇଥ କପିଲ” କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here