ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କରୋନା ପାଇଁ ଏବେ ଉପାୟ ଶୂନ୍ୟ; ମୃତ୍ୟୁ ଓ ଆକ୍ରାନ୍ତ ସଂଖ୍ୟା କେମିତି ହ୍ରାସ କରିବ ସେ ଉପାୟ ମିଳିପାରୁ ନାହିଁ; କରୋନା ଭାଇରସ ଯୋଗୁଁ ୪୦୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇସାରିଛି; ସେହିପରି ୧ ଲକ୍ଷ ୮୮ ହଜାର ୧୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି; ଆମେରିକାର ୧୦୦ ବର୍ଷର ଇତିହାସରେ ଏଭଳି ବିପର୍ଯ୍ୟୟ ଆସି ନଥିଲା ବୋଲି କୁହାଯାଉଛି
ଆମେରିକା ଇତିହାସରେ ବିଗତ ୧୦୦ ବର୍ଷ ମଧ୍ୟରେ ଅନେକ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଆସିଥିଲେ ସୁଦ୍ଧା କିନ୍ତୁ ଏଭଳି ଏକକାଳୀନ ମୃତ୍ୟୁ କେବେ ହୋଇନଥିଲା; ଆମେରିକା କରୋନା ଭାଇରସ ଆଗରେ ହାର ମାନିଛି କହିଲେ ଅତ୍ୟୁକ୍ତି ହେବ ନାହିଁ; କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨୦୦୧ରେ ହୋଇଥିବା ୯/୧୧ ଘଟଣାକୁ ଅତିକ୍ରମ କରିସାରିଛି; କାରଣ ସେହି ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୯୯୬ ଜଣଙ୍କ ମୃତ୍ୟୁ ହୋଇଥିଲା; ସେହିଭଳି ୧୯୦୬ରେ ଫ୍ରାସିସ୍କୋ ଭୂକମ୍ପରେ ୩୩୮୯ ଜଣ ଜୀବନ ହାରିଥିଲେ; ୧୯୮୯ର ବାତ୍ୟାରେ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା
ଅଲକାଇଦା ସଂଗଠନ ଦ୍ୱାରା ୨୦୦୧ରେ ଯେତେବେଳେ ୪ଟି ଯାତ୍ରୀ ବିମାନକୁ ହାଇଜାକ କରି ଆତଙ୍କବାଦୀମାନେ ବିଶ୍ୱ ବାଣିଜ୍ୟ ସଂଗଠନର ୨ଟି ଅଟ୍ଟାଳିକା ଓ ପେଣ୍ଟାଗନକୁ ଆକ୍ରମଣ କରିଥିଲା, ସେହି ସମୟରେ ପାଖାପାଖି ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା; କିନ୍ତୁ ଏହି ମୃତ୍ୟୁ ସଂଖ୍ୟା କରୋନା ମୃତ୍ୟୁ ସଂଖ୍ୟା ଠାରୁ ମଧ୍ୟ ବଳିଯାଇଛି

LEAVE A REPLY

Please enter your comment!
Please enter your name here