ଭାରତ ବିବିଧ ଧର୍ମ, ନିୟମ ଅନୁଯାୟୀ ଜାତିରେ ବିଭିନ୍ନତା ଓ ଲିଙ୍ଗରେ ତାରତମ୍ୟ ରହିବାରୁ ସର୍ବଦା ଚର୍ଚ୍ଚିତ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଛି, କିଛି ସ୍ଥାନରେ ପର୍ବପର୍ବାଣୀରେ ପବିତ୍ର ସ୍ଥାନ, ଦେବାଳୟ, ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷିଦ୍ଧ ରହିଥାଏ, କିନ୍ତୁ ଭାରତର କିଛି ସ୍ଥାନରେ ପୁରୁଷମାନଙ୍କୁ କିଛି ମନ୍ଦିରରେ ନିଷିଦ୍ଧ କରାଯାଇଛି, ତେବେ ଆସନ୍ତୁ ଜାଣିବା କେଉଁ ମନ୍ଦିରରେ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ |

୧. ବ୍ରହ୍ମା ମନ୍ଦିର, ପୁଷ୍କର ରାଜସ୍ଥାନ

ପୁଷ୍କର ହ୍ରଦ ନିକଟରେ କେବଳ ଗୋଟିଏ ଜଗତପିତା ବ୍ରହ୍ମାଙ୍କ ମନ୍ଦିର ରହିଛି, ଯେଉଁଠି ବ୍ରହ୍ମା ପୂଜା ପାଆନ୍ତି, ଲୋକକଥା ଅନୁଯାୟୀ ସେଠାରେ ବ୍ରହ୍ମା ଥରେ ଯଜ୍ଞ ଆୟୋଜନ କରୁଥିଲେ କିନ୍ତୁ ମାତା ସରସ୍ୱତୀ ବିଳମ୍ବରେ ଆସି ପହଞ୍ଚିବାରୁ ସ୍ତ୍ରୀଙ୍କ ବିନା ଯଜ୍ଞ ବିଧିକର୍ମ ଅଟକିଗଲା, ତେଣୁ ବ୍ରହ୍ମା ଗାୟତ୍ରୀ ମାତାଙ୍କୁ ବିବାହ କରି ଯଜ୍ଞ ବିଧିକର୍ମ ସମାପ୍ତ କରିଥିଲେ, ଏହା ଜାଣି ମାତା ସରସ୍ୱତୀ ଜାଣିପାରି କ୍ରୁଦ୍ଧ ହୋଇ ଅଭିଶାପ ଦେଇ କହିଥିଲେ ଯେଉଁ ବିବାହିତ ପୁରୁଷ ଏହି ମନ୍ଦିରରେ ବ୍ରହ୍ମାଙ୍କ ଦର୍ଶନ କରି ପୂଜା କରିବେ ତାଙ୍କର ବୈବାହିକ ଜୀବନ ନଷ୍ଟ ହେବ | ତେଣୁ ଏହି ମନ୍ଦିରରେ କୌଣସି ବିବାହିତ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ |

୨. ଅଟ୍ଟାକଲ ମନ୍ଦିର, ଥିରୁଅନନ୍ତପୁରମ, କେରଳ

ଅଟ୍ଟାକଲ ପୋଙ୍ଗଲ ପର୍ବରେ ଅଟ୍ଟାକଲ ଭଗବତୀ ମନ୍ଦିରରେ ଲକ୍ଷାଧିକ ମହିଳା ଭକ୍ତଙ୍କ ସମାଗମ ହୋଇଥାଏ, ଏହି ମନ୍ଦିରରେ କନକି (ପାର୍ବତୀ) ଦେବୀ ମହିଳାଙ୍କ ସାଵରୀମାଳା ମାତା ନାମରେ ଆଖ୍ୟା ଦିଆଯାଇଛି | ମନ୍ଦିରର ପୌରାଣିକ କଥା ଅନୁଯାୟୀ ସମାଜର ଆସୁରିକ ଶକ୍ତିକୁ ନଷ୍ଟ କରିବା ପାଈଁ ନିଜ ଅନ୍ତର୍ନିହିତ ଦିବ୍ୟ ଶକ୍ତି ଦ୍ୱାରା ସମ୍ଭବ ବୋଲି ଏହି ମନ୍ଦିରରେ ମାତା ଭଗବତୀଙ୍କ ନିକଟରୁ ଶକ୍ତି ପ୍ରାପ୍ତି ହୋଇଥାଏ |

୩. ଦେବୀ କନ୍ୟାକୁମାରୀ, ତାମିଲନାଡୁ

ଦେବୀ କନ୍ୟାକୁମାରୀ (ପାର୍ବତୀଙ୍କ କିଶୋରାଵସ୍ଥା) ଦେବୀଙ୍କ ମନ୍ଦିର କନ୍ୟାକୁମାରୀ ଟାପୁ ଉପରେ ବଙ୍ଗୋପସାଗର ଓ ଆରବସାଗର ମିଳନସ୍ଥଳୀ ମଧ୍ୟରେ ଅବସ୍ଥିତ, ହିନ୍ଦୁ କିମ୍ବଦନ୍ତୀ ଅନୁସାରେ, ପର୍ଶୁରାମଙ୍କ ଦ୍ୱାରା ଏହି ମନ୍ଦିର ସଂରକ୍ଷିତ ଥିଲା, ଏହି ମନ୍ଦିର ଏକ ପ୍ରମୁଖ ଶକ୍ତିପୀଠ ହିସାବରେ ଗଣିତ | କିମ୍ବଦନ୍ତୀନୁସାରେ ସତୀଙ୍କର ବିଖଣ୍ଡିତ ଶରୀର ପଛ ମେରୁଦଣ୍ଡ ଏହି ସ୍ଥାନରେ ପତିତ ହେଇଥିଲା, ତେଣୁ ପରମୁହୂର୍ତ୍ତରେ ଏହି ମନ୍ଦିର ଏଠାରେ ସ୍ଥାପିତ ହୋଇଥିଲା ଯାହା କାଳଭୈରବଙ୍କ ଦ୍ୱାରା ସୁରକ୍ଷିତ ରହିଛି, ମାତା ଏଠାରେ ସନ୍ନ୍ୟାସିନୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଥିବାରୁ ବିବାହିତ ପୁରୁଷଙ୍କ ପ୍ରବେଶ ନିଷିଦ୍ଧ ହୋଇଥାଏ | କିନ୍ତୁ ପୁରୁଷ ସନ୍ନ୍ୟାସୀମାନେ ମୁଖ୍ୟ ଦ୍ୱାର ଯାଏଁ ପ୍ରଵେଶ କରି ଦର୍ଶନ କରିପାରିବେ, ପୌରାଣିକ ତଥ୍ୟ ଅନୁସାରେ ମାତା ପାର୍ବତୀ ଶିବଙ୍କୁ ସ୍ୱାମୀ ରୂପରେ ବରଣ କରିବା ପାଈଁ ତପସ୍ୟାରେ ଲୀନ ଥିଲେ, ତେଣୁ ଏହି ମନ୍ଦିରର ଗର୍ଭଗୃହକୁ କେବଳ ମହିଳାଙ୍କୁ ପ୍ରବେଶ ପାଇ ଅନୁମତି ମିଳିଥାଏ |

୪. ଚକକୁଲାଠୁକାଉ ମନ୍ଦିର, ଅଳପୂଜା, କେରଳ

ଚକକୁଲାଠୁକାଉ ମନ୍ଦିରରେ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ, ପ୍ରତିବର୍ଷ ପୋଙ୍ଗଲରେ ଏକ ସପ୍ତାହ ଧରି ଲକ୍ଷାଧିକ ମହିଳା ଭକ୍ତଙ୍କ ସମାଗମ ହୋଇଥାଏ; ଯେଉଁଠାରେ ଏକାଠି ହୋଇ ନାରୀମାନେ ଦେବୀ ଦୁର୍ଗାଙ୍କୁ ସମୂହ ପୂଜା କରିଥାନ୍ତି, ଯାହାକୁ “ନାରୀପୂଜନଂ” କୁହାଯାଏ, ଆଉ ଗୋଟିଏ ପର୍ବ “ଧନୁ” ବୋଲି ନାମରେ ଖ୍ୟାତ ଯାହାର ପ୍ରଥା ଅନୁଯାୟୀ ମୁଖ୍ୟ ପୂଜାରୀଙ୍କ ଦ୍ୱାରା ପାଳନ କରାଯାଏ, ଏହି ପର୍ବ ସମୟରେ ମୂଖ୍ୟପୂଜାରୀ ୧୦ ଦିନଧରି ଉପବାସ ରହି ଦେବୀଙ୍କୁ ଦର୍ଶନଅଭିଳାଷୀ ମହିଳା ଭକ୍ତଙ୍କ ପଦଧୌତ କରିଥାନ୍ତି |

୫. ମାତା ମନ୍ଦିର, ମୁଜାଫରପୁର, ବିହାର

ଏହି ମନ୍ଦିରରେ କିଛି ସ୍ୱତନ୍ତ୍ର ଦିନ ରହିଥାଏ; ଯେଉଁ ସମୟରେ ପୁରୁଷ ପୂଜାରୀମାନଙ୍କୁ ମନ୍ଦିରରୁ ଅବ୍ୟାହତି ଦିଆଯାଏ ଏବଂ ପୁରୁଷ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ ରହିଥାଏ |

LEAVE A REPLY

Please enter your comment!
Please enter your name here