ଡାଇନୋସର କରନ୍ତି ଯେଉଁ ହୋଟେଲ ରେ ସ୍ୱାଗତ
ପୃଥିବୀରେ ଥିବା ଅଦ୍ଭୁତ ହୋଟେଲ ମଧ୍ୟରେ ଟୋକିଓ, ଜାପାନର ହେନ ନା’ ହୋଟେଲ ଯେଉଁଠି ଗ୍ରାହକଙ୍କୁ ସ୍ୱାଗତ କରନ୍ତି କିଛି ଡାଇନୋସର | ଏହି ହୋଟେଲ ହେଉଛି ପୃଥିବୀର ପ୍ରଥମ ହୋଟେଲ, ଯେଉଁଠି ରୋବୋ ଡାଇନୋସର କାର୍ଯ୍ୟ କରୁଛନ୍ତି | ହୋଟେଲର ରିସେପସନରେ ଗ୍ରାହକମାନେ ସେଠି ବସିଥିବା ଦୁଇ ଡାଇନୋସରଙ୍କୁ ସୂଚନା ମାଗିବାକୁ ଗଲେ ତତକ୍ଷଣାତ ସେନସର କାର୍ଯ୍ୟକ୍ଷମ ହୋଇଯାଏ | ତାପରେ ଗ୍ରାହକଙ୍କୁ ନିଜର ଭାଷା ଚୟନ କରିବାକୁ ବିକଳ୍ପ ଦିଆଯାଏ | ତାପରେ ସେମାନେ ଜାପାନୀ, ଇଂରାଜୀ, ଚାଇନା, କୋରିଆ ଭଳି ଭାଷାରେ କଥା ହୋଇଥାନ୍ତି | ତା ସହିତ, ରୋବୋ ଡାଇନୋସର ଗ୍ରାହକଙ୍କ କକ୍ଷରେ ରହି ତାଙ୍କ କହିବା ଅନୁଯାୟୀ ଟିଭି ଚ୍ୟାନେଲ ବଦଳେଇବା ସହ ଖାଦ୍ୟ ପରିବେଷଣ ମେନୁ ଅନୁସାରେ କରନ୍ତି | ହୋଟେଲ ଲବିରେ ଥିବା ଆକ୍ୱାରିଓମରେ ଥିବା ମାଛ ମାନେ ବ୍ୟାଟେରୀ ସହାୟତାରେ ପହରନ୍ତି | ଏହି ସମୟରେ ସେମାଙ୍କ ଶରୀରରୁ ଆଲୋକ ବିଚ୍ଛୁରିତ ହୁଏ | ଛୋଟ ଛୁଆଙ୍କୁ ଏହି ହୋଟେଲ ବେଶୀ ଭଲ ଲାଗେ |

LEAVE A REPLY

Please enter your comment!
Please enter your name here