ଆମ ସମାଜରେ ଅନେକ ଲୋକ ଆଇନର ଅପବ୍ୟବହାର କରିବା ସହ ଏଥିରୁ ଫାଇଦା ଉଠାଇବା ପାଇଁ ଚେଷ୍ଚା କରିଥାଆନ୍ତି, ସେଥିମଧ୍ୟରେ ନାରୀ ଅଧିକ ବୋଲି ଜଣାପଡିଛି । ମିଛ ଅସଦାଚରଣ ମାମଲା  ଜଣେ ମହିଳାଙ୍କ ପାଇଁ ବେଶ ମହଙ୍ଗା ସାବସ୍ତ୍ୟ ହୋଇଛି । ଏହି ଘଟଣାଟି ମୁମ୍ବାଇରେ ଘଟିଛି । ମହିଳାଜଣଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ ହରିୟାଣାର ନେହା ଗାନ୍ଧୀର ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ କୋର୍ଟ୍ ନିର୍ଦେଶ ଦେଇଛନ୍ତି । ନେହା ‘ଫିଲ୍‌ ଗୁଡ୍‌’ ନାମକ କମ୍ପାନୀରେ କାମ କରନ୍ତି । ମୁମ୍ବାଇର ଶପତ ଓ କମ୍ପାନୀର ଟ୍ରେଡ ମାର୍କକୁ ସେମାନେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏକ କାଶ ସିରଫର ଟ୍ରେଡ୍‌ ମାର୍କ ଓ ନାମକୁ ଫିଲ୍‌ ଗୁଡ ପକ୍ଷରୁ ବେଆଇନ ଭାବେ ବ୍ୟବହାର କରାଯାଉଥିବା ଶପତ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇ ମାମଲା ରୁଜୁ କରାଯାଇଥିଲା । ଅଦାଲତ ଫିଲ୍‌ଗୁଡ୍‌ କମ୍ପାନୀର ଏହି ଜିନିଷକୁ ଜବତ କରିବା ପାଇଁ ନିର୍ଦେଶ ଦେଲାପରେ । ଅଦାଲତର ଅଧିକାରୀ ଏହି କଫ୍‌ ସିରପ୍‌କୁ ଜବତ କରୁଥିବା ବେଳେ ନେହା ସେଠାକୁ ଆସି ସେମାନଙ୍କ କାମରେ ବାଧା ସ୍ରୂଷ୍ଟି କରିଥିଲେ  । ଏହି ସବୁ ଜିନିଷର ଭିଡିଓ ରେକର୍ଡିଂ ମଧ୍ୟ କରାଯାଉଥିଲା । ନେହା ଗାନ୍ଧୀ ସେମାନଙ୍କ ବିରୁଦ୍ଧରେ ମିଛ ଅସଦାଚରଣ ମାମଲା ରୁଜୁ କରିବେ ବୋଲି ଧମକ ଦେବା ସହ କ୍ୟାମେରା ଛଡାଇ ନେଇଥିଲେ । ଏହାପରେ ଅଦାଲତରେ ମାମଲା ରୁଜୁ ହୋଇଥିଲା । କିଛି ଲୋକ ଆଇନର ଅପବ୍ୟବହାର କରି ଫାଇଦା ନେବା ପାଇଁ ପଛଘୁଂଚା ଦେଉ ନାହାନ୍ତି ବୋଲି ଜଷ୍ଟିସ୍ ଏସ୍‌ କାଟାଓ୍ୱାଲା ଇଂରାଜୀ ଖବର କାଗଜ ଟାଇମସ୍‌ଅଫ୍‌ ଇଣ୍ଡିଆକୁ ଏକ ସାକ୍ଷାତକାରରେ କହିଛନ୍ତି । ସମ୍ପୃକ୍ତ ମହିଳା ଜାଣିଶୁଣି ଏପରି କରି ନଥିବା ମାନିଥିଲେ କିନ୍ତୁ ଅଦାଲତ ଏହାକୁ ଭର୍ତ୍ସନା କରିବା ସହ ନେହା ଓ ତାଙ୍କ ସ୍ୱାମୀଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଏହି ହେଉଛି ଆମ ସମାଜ ଏଠି ନାରୀ ମିଛ ବାହାନାରେ ଅନେକ ଲୋକଂକ ଠକନ୍ତି ।

LEAVE A REPLY

Please enter your comment!
Please enter your name here