ଫିଲ୍ମ ବ୍ରହ୍ମାସ୍ତ୍ରର ସୁଟିଂ ପରେ ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା | ପ୍ରାୟ ବର୍ଷେ ହେବ ସେମାନେ ଡେଟ୍ କରି ଆସୁଛନ୍ତି । ଏବେ ସେମାନଙ୍କ ପ୍ରେମକୁ ପରିବାରର ସ୍ୱୀକୃତି ମିଳିବା ସହ ସେମାନଙ୍କ ନିର୍ବନ୍ଧ ହେବାକୁ  ଯାଉଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଦୁହେଁ ଆସନ୍ତା ଜୁନ୍ ମାସରେ ନିର୍ବନ୍ଧ କରିବେ ବୋଲି ରଣବୀର ନିଜ ମା’ ନୀତୁ କପୁରଠୁ ଜଣାପଡିଛି । କିଛି ଦିନ ତଳେ ରଣବୀରଙ୍କ ଭଉଣୀ ଦୁହିଁଙ୍କୁ “ଏଆର୍” ଲେଖାଥିବା ଦୁଇଟି ମୁଦି ଉପହାରରେ ଦେଇଥିଲେ | ଏହି କଥା ଜୋରସୋରରେ ଚର୍ଚ୍ଚାରେ ରହିଥିଲା | ସେମାନଙ୍କ ନିର୍ବନ୍ଧ ହେବା ଖବର ମିଳିବା ପରେ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ହୋଇପଡିଛନ୍ତି । କିନ୍ତୁ ସଠିକ ତାରିଖ କେବେ ତାହା ସୂଚନା ଏ ଯାଏ ମିଳିପାରିନାହିଁ |

LEAVE A REPLY

Please enter your comment!
Please enter your name here