ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଭିଣ୍ଡ୍‌ରେ ରବି ଗୁପ୍ତା ବୋଲି ଏକ ଶ୍ରମିକଙ୍କ ସହ; ମାସିକ ଦରମା ମାତ୍ର ୬ ହଜାର ଟଙ୍କା ପାଉଛନ୍ତି; ଆୟକର ବିଭାଗ ମୁତାବକ ୨୦୧୧-୧୨ ମସିହାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ବର୍ତ୍ତମାନ ସୁଦ୍ଧା ୧୩୪ କୋଟି ଟଙ୍କାର ଡିପୋଜିଟ ରହିଛି; ତେଣୁ ତାଙ୍କୁ ୩ କୋଟି ୪୯ ଲକ୍ଷ ଟଙ୍କାର ନୋଟିସ୍‌ ହୋଇଛି; ରବି ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲି ନାହାନ୍ତି; କିନ୍ତୁ ଏତେ ଟଙ୍କା ରବିଙ୍କ ନାଁରେ ଟଙ୍କା କିଏ ଡିପୋଜିଟ୍ କଲା; ରବିଙ୍କ କହିବା ଅନୁସାରେ ପ୍ୟାନ୍‌ ନମ୍ବର ଓ ଫଟୋ ନେଇ କେହି ଜଣେ ତାଙ୍କ ନାଁରେ ଆକାଉଣ୍ଟ୍ ଖୋଲି ଟଙ୍କା ନେଣଦେଣ କରୁଛନ୍ତି; ଏତେ ଟଙ୍କା କେଉଁଠୁ ଓ କେମିତି ଆସିଲା ତାଙ୍କୁ ଜଣା ନାହିଁ
ସେ କହିଛନ୍ତି ତାଙ୍କ ପାଖରେ ୧୩୪ କୋଟି ଟଙ୍କା ଥିଲେ ସେ ଶ୍ରମିକ କାମ ନ କରି ଏକ ଫାର୍ମ ଖୋଲି ବ୍ୟବସାୟ କରିଥାନ୍ତେ; ରବି ଆହୁରି ମଧ୍ୟ କହିଛନ୍ତି ନୋଟ୍ ବନ୍ଦୀ ବେଳେ ତାଙ୍କ ସହ ଏମିତି ଘଟଣା ଘଟିଥିଲା; ଅଚାନକ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ବହୁତ ଟଙ୍କା ଡିପୋଜିଟ୍‌ ହୋଇଥିଲା; କିନ୍ତୁ କିଛିଦିନ ପରେ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା; ସେ ସମୟରେ ରବି ପୋଲିସ୍‌ରେ ଅଭିଯୋଗ କରି ନ ଥିଲେ; କିନ୍ତୁ ଏଥର ରବିଙ୍କ ସହ ବିରଳ ଘଟଣା ଘଟିଛି; ତାଙ୍କ ପ୍ୟାନ୍‌ କାର୍ଡ ଓ ଫଟୋ ନେଇ ଅନ୍ୟ କେହି ତାଙ୍କ ନାଁରେ ଆକାଉଣ୍ଟ ଖୋଲି ଏଭଳି କରିଥିବା କଥା ରବି କହିଛନ୍ତି

LEAVE A REPLY

Please enter your comment!
Please enter your name here