ବଲିଉଡ୍‌ ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ବିବାହ ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ ଆସନ୍ତା ଫେବୃଆରୀ ୧୪ ରେ ଥିଲା ବୋଲି ଚର୍ଚ୍ଚା ଖୁବ ଜୋରରେ ଚାଲିଥିଲା; ତେବେ ସେମାନଙ୍କ ବାହାଘର ସରିଯାଇଛି; ବିବାହର ଭିଡିଓ ଭାଇରାଲ ହୋଇଛି; ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ସେଟ୍‌ରେ ମଞ୍ଚ ଉପରେ ଦୁହିଁଙ୍କର ବିହାହ ସମ୍ପନ୍ନ ହୋଇଯାଇଛି
ସୋସିଆଲ ମିଡିଆରେ ଇନ୍ସଟାଗ୍ରାମରେ ବିବାହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି; ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରଙ୍କୁ ଫୁଲମାଳ ପିନ୍ଧାଉଥିବା ଦେଖିବାକୁ ମିଳିଛି; ସେମାନଙ୍କ ସହ ଶୋ’ର ଜଜ୍‌ ବିଶାଲ୍‌ ଦଦ୍‌ଲାନୀ, ହିମେଶ ରେଶମିଆ ସହ ଅନ୍ୟ କନଟେସ୍ଟଣ୍ଟ ମଧ୍ୟ ସାମିଲ ହୋଇଛନ୍ତି; କିନ୍ତୁ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ନାହାନ୍ତି; ଏହା କେବଳ ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ କରାଯାଇଛି ବୋଲି ଆଦିତ୍ୟଙ୍କ ବାପା ଉଦିତ୍‌ ଗଣମାଧ୍ୟମ ଆଗରେ ଏ କଥାର ଖୁଲାସା କରିଛନ୍ତିଏହି ଏପିସୋଡ୍‌ରେ ହିମେଶଙ୍କ ପତ୍ନୀ ସୋନିଆ କପୁର ମଧ୍ୟ ସାମିଲ ହୋଇଛନ୍ତି; ଫେବୃଆରୀ ୧୦ରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ୍‌ ଭିଡିଓ ‘ଗୋଆ ବିଚ୍‌’ ରିଲିଜ୍‌ ହୋଇଯାଇଛି; ‘ଗୋଆ ବିଚ୍‌’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି; ଗୀତରେ ଆଦିତ୍ୟ ଓ ନେହାଙ୍କ ଆକ୍ଟିଙ୍ଗ କରିଥିବା ଦେଖିବାକୁ ମିଳିଛି; ଗୀତର ଭିଡିଓ ଶୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି; ଗୀତଟିକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରୁଛନ୍ତି

LEAVE A REPLY

Please enter your comment!
Please enter your name here