ଯଦି ଆପଣ କିମ୍ବା ଆପଣଙ୍କ ସାଙ୍ଗ ସାଥୀ ଆବା ପରିବାର ସଦସ୍ୟଙ୍କ ଭିତରୁ କେହି ଭାରତୀୟ ସେନାରେ ଭର୍ତ୍ତି ହବାକୁ ଚାହାନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ସେନାର ଭର୍ତ୍ତି ରାଲି ସାରା ଦେଶରେ ଆୟୋଜନ କରାଯାଉଛି । ଇଣ୍ଡିଆନ ଆର୍ମିର ଏହି ଆୟୋଜନ ଆସାମ, ଜୋରହାଟ, କାଲିକଟ, ଗୟା ଟିକମଗଡ଼ରେ ହବାକୁ ଯାଉଛି ।
ଏହି ଭର୍ତ୍ତି ବିଭିନ୍ନ ପଦ ପାଇଁ ହେଉଛି ଯେମିତିକି ସୋଲ୍ଜର୍ ଜେନେରାଲ ଡେପୁଟି, ସୋଲ୍ଜର୍ ଟେକ୍ନିକାଲ, ସୋଲ୍ଜର୍ ନର୍ସିଂ ଆସିଷ୍ଟାଣ୍ଟ୍, ସୋଲ୍ଜର୍ କ୍ଲର୍କ, ସୋଲ୍ଜର୍ ଟ୍ରେଡସମ୍ୟାନ ଇତ୍ୟାଦି ପଦ ପାଇଁ ହବାକୁ ଯାଉଛି ।
ଇଛୁକ କ୍ୟାଣ୍ଡିଡେଟ୍ ୩୧ ଡିସେମ୍ବର ମଧ୍ୟରେ ଇଣ୍ଡିଆନ ଆର୍ମି ର ଅଫିସିଆଲ୍ ଓ୍ବବସାଇଟ୍ joinindianarmy.nic.in ରେ ଯାଇ ଆବେଦନ କରିପାରିବେ ।
କେଉଁ ସ୍ଥାନରେ ଏବଂ କେବେ ହେବ ଏହି ଭର୍ତ୍ତି:-
ଗୟା (ବିହାର) – ଫେବୃଆରୀ ୧ ରୁ ଫେବୃଆରୀ ୧୪ ତାରିଖ ଯାଏଁ ହେବ ଏହି ଭର୍ତ୍ତି ରାଲି । ସ୍ଥାନ- ବିହାର ମିଲେଟ୍ରି ପୋଲିସ ୩ ( BMP-3) ବୌଦ୍ଧ ଗୟା ।
ହମିନପୁର (ହିମାଞ୍ଚଳ ପ୍ରଦେଶ) ରେ ୧୨ ଜାନୁଆରୀ ରୁ ୨୨ ଜାନୁଆରୀ ଯାଏ ଇନ୍ଦିରା ଗାନ୍ଧୀ ସ୍ପୋର୍ଟ୍ସ୍ ଷ୍ଟାଡିୟମ, ଊନା ରେ ହେବ ।
ଆସାମ- ଆସାମରେ ୪ ଫେବୃଆରୀ ରୁ ୧୪ ଫେବୃଆରୀ ଯାଏ ଆସାମ ପୋଲିସ ଗ୍ରାଉଣ୍ଡ୍ ଅଭୟପୁରୀ ଜିଲ୍ଲା ବୋଂଗୋଇଗାଁ ରେ ଆୟୋଜନ କରାଯିବ ।
ଟିକମଗଡ଼ ( ମଧ୍ୟପ୍ରଦେଶର) – ୪ ଫେବୃଆରୀ ରୁ ୧୪ ଫେବୃଆରୀ ଯାଏ ଟୋଗା ସ୍ପୋର୍ଟ୍ସ୍ କମ୍ପ୍ଲେକ୍ସ୍ ଟିକମଗଡ଼ ମଧ୍ୟପ୍ରଦେଶ ରେ ଆୟୋଜନ କରାଯିବ ।
ଅଗରତାଲା (ତ୍ରୀପୁରା)- ୨୧ ଫେବୃଆରୀ ରୁ ୨୫ ଫେବୃଆରୀ ଯାଏ ଦଶରଥ ଷ୍ଟେଟ୍ ସ୍ପୋର୍ଟ୍ସ୍ କମ୍ପ୍ଲେକ୍ସ୍ ଅଗରତାଲା (ତ୍ରୀପୁରା) ରେ ହବ ।
ଯୋଗ୍ୟତା:-
ଏହି ପଦ ପାଇଁ ମେଟ୍ରିକ ରୁ ଗ୍ରାଜୁଏସନ୍ ଯାଏ ଆବେଦନକାରୀ ଆବେଦନ କରିପାରିବେ ।
ବୟସ ସୀମା:-
ସୋଲ୍ଜର୍ ଜେନେରାଲ ଡେପୁଟି ପଦ ପାଇଁ ସାଢ଼େ ୧୭ ରୁ ୨୧ ବର୍ଷ ବୟସ ଭିତରେ ହବା ଦରକାର ଆଉ ଅନ୍ୟ ପଦ ମାନଙ୍କ ପାଇଁ ସାଢ଼େ ୧୭ ରୁ ୨୩ ବର୍ଷ ବୟସ ମଧ୍ୟରେ ହେବା ଦରକାର ।
କେମିତି ହେବ ଚୟନ:-
ଆବେଦନକାରୀଙ୍କ ଚୟନ ଲେଖିତ ପରୀକ୍ଷା, ଫିଜିକାଲ୍ ଫିଟନେସ୍ ଟେଷ୍ଟ ଆଉ ମେଡିକାଲ୍ ଟେଷ୍ଟ ର ଆଧାରରେ କରାଯିବ ।

LEAVE A REPLY

Please enter your comment!
Please enter your name here