ଇଣ୍ଡିଗୋ ନୂଆ ବର୍ଷରେ ଦେଉଛି ୮୯୯/- ରେ ଯାତ୍ରା କରିବାର ମଉକା

0
208
ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ହେଉଛି ‘ଦ ବିଗ୍ ଫ୍ୟାଟ୍‌ ଇଣ୍ଡିଗୋ ସେଲ୍‌’ ଅଫର; ଏହି ଅଫର ଅନୁଯାୟୀ ଆପଣ ମାତ୍ର ୮୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ; ଏହି ଅଫର ଆସନ୍ତା ଡିସେମ୍ବର ୨୬ ତାରିଖ ଯାଏଁ ଚାଲିବ
ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ଏହି ଅଫରରେ ଘରୋଇ ବିମାନ ଟିକେଟ୍‌ ୮୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଅନ୍ତର୍ଜାତୀୟ ଟିକେଟ୍‌ ୩,୯୯୯ଟଙ୍କାରୁ ଆରମ୍ଭ ହେଉଛି; ଯେଉଁଥିରେ ଗ୍ରାହକ ଡିସେମ୍ବର ୨୩ରୁ ଡିସେମ୍ବର ୨୬ ମଧ୍ୟରେ ଟିକେଟ୍‌ ବୁକ୍‌ କରିପାରିବେ ଓ ଜାନୁଆରି ୧୫ରୁ ଏପ୍ରିଲ ୧୫ ମଧ୍ୟରେ ବିମାନ ଯାତ୍ରା କରିପାରିବେ
ଇଣ୍ଡିଗୋ କହିଛି ଯେ “ସୀମିତ ସମୟ ମଧ୍ୟରେ ଗ୍ରାହକ ଯେକୌଣସି ପ୍ଲାଟଫର୍ମରୁ ଟିକେଟ୍‌ ବୁକ୍‌ କରିଲେ ଟ୍ୟାକ୍ସ ସହିତ ଗ୍ରାହକଙ୍କୁ ୮୯୯ କିମ୍ବା ୩,୯୯୯ ଟଙ୍କା ଦେବାକୁ ପଡ଼ିବ; ଇଣ୍ଡିଗୋ ୱେବସାଇଟ୍‌ କିମ୍ବା ଆପ୍‌ ଜରିଆରେ ଟିକେଟ୍‌ ବୁକ୍‌ କଲେ ଏଥିରେ ଆଉ କିଛି ଡିସ୍କୋଉଣ୍ଟ ମିଳିବ”; କିନ୍ତୁ ଇଣ୍ଡିଗୋ ପକ୍ଷରୁ ଏ ଯାଏଁ ଟିକେଟ୍‌ ଘୋଷଣା କରାଯାଇନାହିଁ; ଯାହା ବ୍ୟକ୍ତିଗତ ଟିକେଟ୍‌ ବୁକିଂରେ ବ୍ୟବହାର କରିପାରିବେ; ଗ୍ରୁପ୍‌ ବୁକିଂ ପାଇଁ କିନ୍ତୁ ଏହି ଅଫର ଲାଗୁ ହେବ ନାହିଁ

LEAVE A REPLY

Please enter your comment!
Please enter your name here