ଅଭିନେତ୍ରୀ ସୋନମ୍‌ କପୁର ଟ୍ରିପ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି; କିଛିଦିନ ଆଗରୁ ସୋନମ୍‌ଙ୍କ ଲଗେଜ ହଜି ଯାଇଥିବା ଖବର ଆସିଥିଲା; କିନ୍ତୁ ତାଙ୍କ ସହିତ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ସେ ଭୟଭୀତ ହୋଇଯାଇଛନ୍ତି ବୋଲି ଟ୍ୱିଟ କରିଛନ୍ତି
ସୋନମ୍‌ ଟୁଇଟ କରି ଲଣ୍ଡନରେ କ୍ୟାବ୍‌ ସେବା ଦେଉଥିବା ଉବେର ଡ୍ରାଇଭରଙ୍କ ବ୍ୟବହାରରେ ସେ କିପରି ଡରିଯାଇଥିଲେ ତାହା ଟ୍ୱିଟରେ କହିଛନ୍ତି; ସେ ଲେଖିଛନ୍ତି ଯେ ‘ସେ ଲଣ୍ଡନରେ ଯାତ୍ରା କରୁଥିବା ସମୟରେ ‘ଉବର ଲଣ୍ଡନ’ କ୍ୟାବ ଡ୍ରାଇଭର ବିନା କାରଣରେ ତାଙ୍କ ସହ ଉଚ୍ଚସ୍ୱରରେ କଥା ହୋଇଥିଲେ, ସେଥିପାଇଁ ସେ ପୂରାପୂରି ଡରି ଯାଇଥିଲେ, ଯାତ୍ରା ସମୟରେ ଏସବୁ ଦିଗପ୍ରତି ଧ୍ୟାନ ରଖିବା ଦରକାର, ସବୁଠାରୁ ଭଲ ହେବ ଯେ ଯାତାୟାତ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ବା କ୍ୟାବ ବ୍ୟବହାର କରି ସୁରକ୍ଷିତ ରୁହନ୍ତୁ; ଏହି ଘଟଣା ପରେ ସେ ଭୟଭିତ ହୋଇଯାଇଛନ୍ତି’
ସୋନମ୍‌ଙ୍କ ଏହି ଟୁଇଟ ପରେ ଜଣେ ଫ୍ୟାନ କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ? ଏହାର ଉତ୍ତରରେ ସୋନମ୍‌ କହିଥିଲେ ଯେ ‘ସେ ଯେଉଁ କ୍ୟାବ୍‌ ‘ଉବର ଲଣ୍ଡନ’ରେ ଯାତ୍ରା କରୁଥିଲେ, ସେହି କ୍ୟାବ୍‌ ଡ୍ରାଇଭର ବୋଧେ ମାନସିକ ଚିନ୍ତାଗ୍ରସ୍ତ ଥିଲେ; ଯେତେବେଳେ ସେ ତାଙ୍କୁ କିଛି ପଚାରିବାରୁ ସେ ରାଗି ଯାଇ ହଠାତ ଉଚ୍ଚସ୍ୱରରେ ତାଙ୍କ ସହିତ କଥା ହେବାକୁ ଲାଗିଲେ; ସେ ବିରକ୍ତ ହେବାରୁ ଆଉ କୌଣସି କଥା ତାଙ୍କୁ ପଚାରି ନ ଥିଲେ; ସେ ଏଭଳି ବ୍ୟବହାର ଦେଖାଇବାର କାରଣ କଣ ସେ କିଛି ବୁଝି ପାରି ନ ଥିଲେ’

LEAVE A REPLY

Please enter your comment!
Please enter your name here