ପୂଜା ପାଲଟିଲେ ପ୍ରେରଣା, ଘରର ପରିସ୍ଥିତି ଏତେ ଖରାପ ଥିଲା ଯେ ଘରେ ବିଜୁଳି ବି ନଥିଲା ରାସ୍ତା କଡ଼ର ଲାଇଟ୍ ରେ ପାଠ ପଢ଼ି ପାଇଲେ ଆଇଏଏସ୍ । କଥାରେ ଅଛି ପ୍ରତିଭାକୁ କେହି ବି ଅଟକେଇ ପାରିବେନି, ନା ହିଁ ଏହାକୁ କୌଣସି ବି ପରିସ୍ଥିତିରେ ବାନ୍ଧି ରଖାଯାଇ ପାରିବ । ଯଦି ଆପଣଙ୍କର ଉଦ୍ଦେଶ୍ୟରେ ସଚ୍ଚୋଟତା ରହିଛି ତେବେ ଆପଣଙ୍କର ପ୍ରତିଟି ସ୍ୱପ୍ନ ସାକାର ହୋଇପାରିବ । ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା କୌଣସି ବି ଅସମ୍ଭବକୁ ସମ୍ଭବ କରାଯାଇ ପାରେ । ଆଉ ଏହି କଥାକୁ ଯଥାର୍ଥ କରି ଦେଖାଇଛନ୍ତି ଶ୍ରୀଗଙ୍ଗାନଗର ରେଳଲାଇନ କଡରେ ଥିବା ଭଙ୍ଗା ଦଦରା ଝାଟିମାଟି ଘରେ ରହି ଷ୍ଟ୍ରିଟ୍ ଲାଇଟରେ ପାଠପଢି ଆଇଏଏସ୍  ପାଇଥିବା ବହୁତ ଗରିବ  ପରିବାରର ଝିଅ ପୂଜା ନାୟକ ।

ପୂଜା ନାୟକ ଆଇଏଏସ ବନି ସାରା ଦେଶ ସମ୍ମୁଖରେ ମିଶାଲ୍ ପାଲଟିଛନ୍ତି । ଏବଂ ବାକି ପିଲାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଶ୍ରୀଗଙ୍ଗାନଗର ରେଲୱେ ଲାଇନ କଡ଼ରେ ବନିଥିବା ଝାଟିମାଟି ଘରେ ରହୁଥିବା ପୂଜା ନାୟକ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଶର ଲକ୍ଷାଧିକ ଗରିବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଯାଇଛନ୍ତି । ଏକ ଗରିବ ପରିବାରରେ ବାସକରୁଥିବା ଝିଅ ।  ପିଲାଟି ଦିନରୁ ପୂଜା ବାପ ଛେଉଣ୍ଡ ଅଟନ୍ତି ଏବଂ ମାଆ ଦିନମଜୁରିଆ ସାଜି ପୂଜାଙ୍କର ଏହି ସ୍ୱପ୍ନକୁ ସାକାର କରିଥିଲେ । ଗରିବ ପରିବାରର ଏହି ଝିଅଟିର ଆଇଏଏସ୍ ବନିବାର ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏଠାରେ ଆମେ କହି ରଖୁଛୁ କି, ପୂଜାଙ୍କୁ ଯେତେବେଳେ ମାତ୍ର ୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ପୂଜା ନାୟକଙ୍କର ଆର୍ଥିକ ପରିସ୍ଥିତି ଏତେ ଖରାପ ଯେ, ଘରେ ବିଜୁଳୀ ଆଲୋକଟିଏ ବି ନାହିଁ, ତେଣୁ ସେ ରାସ୍ତା କଡରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟରୁ ହିଁ ପାଠପଢି ଥିଲେ ।

ପୂଜା ନାୟକଙ୍କର ଦୁଇ ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି । ପୂଜାଙ୍କର ମାଆ ପରିବାର ପାଳିବା ପାଇଁ ଦିନ ମଜୁରିଆ ଭାବେ କାମ କରନ୍ତି । ଝିଅର ପାଠପଢିବାର ଇଚ୍ଛାଶକ୍ତିକୁ  ପୂଜାଙ୍କ ମାଆ କେବେ ମଉଳାଇବାକୁ ଦେଇନାହାନ୍ତି । ବହୁ କଷ୍ଟ କରି ପୂଜାଙ୍କୁ ପାଠ ପଢାଇଥିଲେ, ଯେଉଁଥିପାଇଁ ପୂଜା ଆଜି ଆଇଏଏସ ହୋଇପାରିଛନ୍ତି । ତେବେ ପୂଜା ନାୟକଙ୍କ ଉଦମ୍ୟ, ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ହିଁ ଆଜି ତାଙ୍କୁ ଶୀର୍ଷରେ ପହଂଚାଇପାରିଛି ।

LEAVE A REPLY

Please enter your comment!
Please enter your name here