ଏବେ ପିଆଜ ପରେ ଚିକେନ ଓ ଅଣ୍ଡାର ଦାମ ବୃଦ୍ଧି ହୋଇପାରେ

0
262

ପିଆଜ ଦାମ ଆକାଶ ଛୁଆଁ ହେବାରୁ ରୋଷେଇ ଘରୁ ପିଆଜ ଉଭାନ ହୋଇଥିଲା; ଏବେ ଚିକେନ ଓ ଅଣ୍ଡା ପାଳି କାରଣ ଆଉ କିଛି ଦିନ ପରେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି କୁହାଯାଉଛି; କାରଣ କୁକୁଡା ଦାନାର ଦାମ ବୃଦ୍ଧି ହୋଇଛି; କୁକୁଡାଙ୍କ ଦାନାରେ ମକା ଥିବାରୁ ଏହି ମକାର ଦାମରେ ଏବେ ୧୭ ପ୍ରତିଶତ ବୃଦ୍ଧି ଘଟିଛି; ତେଣୁ ବାଧ୍ୟ ହୋଇ ପୋଲ୍‌ଟ୍ରି କମ୍ପାନୀମାନେ ଏବେ ଅଣ୍ଡା ଓ କୁକୁଡ଼ାର ଦାମ ବଢ଼ାଇବାକୁ ବିଚାର କରୁଥିବା ସୂଚନା ରହିଛି; ହେଲେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ; ଯେହେତୁ ମକା ଫସଲରେ ଏକ କୀଟ ଆକ୍ରମଣ କରିବାରୁ ମକା ଫସଲ ନଷ୍ଟ ହୋଇଛି; ତେଣୁ ମକା ଦାମରେ ବୃଦ୍ଧି ଘଟିଛି
ଚଳିତବର୍ଷ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୭ ଲକ୍ଷ ହେକ୍ଚରରୁ ଅଧିକ ଜମିରେ ମକା ଫସଲ ହୋଇଛି; କର୍ଣ୍ଣାଟକରେ ୨.୬୩ ଲକ୍ଷ ହେକ୍ଟର ଚାଷ ନଷ୍ଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨.୩୨ ଲକ୍ଷ ହେକ୍ଟର ଚାଷ ନଷ୍ଟ ହୋଇଛି; ଫସଲରେ କ୍ଷତି ହୋଇଥିବାରୁ ଗତ ୨ ମାସରେ ମକା ଦାମ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବଢ଼ି ୧୭୦୦ ଟଙ୍କାରୁ ୨୦୦୦ ଟଙ୍କା ହୋଇଛି

LEAVE A REPLY

Please enter your comment!
Please enter your name here