ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ; ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ; ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିଲା; କିରଣ କୁମାର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି, ‘ମୋର ପରିବାର ଏବେ ଘରେ ସେଲ୍ଫ ଆଇସୋଲେସନରେ ରହୁଛନ୍ତି, ମୋର ସଂକ୍ରମଣର କୌଣସି ଲକ୍ଷଣ ନଥିଲା, ଅଲଗା ରହିଲେ ବି ମୋର କୌଣସି ଅସୁବିଧା ନାହିଁ, ଆଇସୋଲେସନରେ ମୁଁ ଅଲଗା ରହି ଜୀବନର ଛୋଟ ଛୋଟ ଖୁସି ଉପରେ ଧ୍ୟାନ ଦେଉଛି’; କିନ୍ତୁ ଏବେ କିଛି ଦିନର ଚିକିତ୍ସା ପରେ କିରଣଙ୍କ ତୃତୀୟ ରିପୋର୍ଟରେ କରୋନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି;

କିରଣ କୁମାର ଆହୁରି ମଧ୍ୟ କହିଛନ୍ତି, “ହିନ୍ଦୁଜା ଖାର ଓ ଲୀଲାବତି ହସ୍ପିଟାଲର ଡାକ୍ତରମାନେ କରୋନାକୁ ଭୟ ନକରିବା ପାଇଁ ମୋତେ ପରାମର୍ଶ ଦେଇଥିଲେ”; ରିପୋର୍ଟ ଆସିବା ପରେ କିରଣ ଡାକ୍ତର, ପରିବାର ଓ ସମ୍ପର୍କୀୟଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ ହେଉଛନ୍ତି ରିଅଲ ହିରୋ; କେବଳ ପ୍ରଶଂସା ତାଙ୍କ ସେବାକୁ ନ୍ୟାୟ ଦେଇପାରିବ ନାହିଁ; ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ମେଡିକାଲ ଚେକଅପ୍‌ ପାଇଁ ସେ ହସ୍ପିଟାଲ ଯାଇଥିଲେ; କିରଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା; ପରେ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିଲା

LEAVE A REPLY

Please enter your comment!
Please enter your name here