ବଲିଉଡର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକ ହେଉଛନ୍ତି ସୁଭାଷ ଘାଇ; ତାଙ୍କ ଦ୍ୱାରା ନିର୍ମାଣ କରିଥିବା ଫିଲ୍ମଗୁଡ଼ିକ ହେଉଛି, ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ଐତରାଜ୍ ବୋଲିଉଡ଼ ଜଗତରେ ମାଇଲଖୁଣ୍ଟ ସଦୃଶ; କିନ୍ତୁ ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ
ଫିଲ୍ମ ‘ରାମ୍‌ ଲଖନ୍‌’ ରେ ଜ୍ୟାକି ଶ୍ରଫ୍‌, ଡିମ୍ପଲ କପାଡ଼ିଆ, ଅନୀଲ କପୁର, ମାଧୁରୀ ଦୀକ୍ଷିତ୍, ରାକ୍ଷୀ, ଅମରିଶ ପୁରୀ, ପରେଶ ରାୱଲ ଓ ଅନୁପମ୍ ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ; ଏମଙ୍କ ସହ ଆଉ ଜଣେ ଅଭିନେତ୍ରୀ ସୋନିକା ଗିଲ୍ ମଧ୍ୟ ଏଥିରେ ଅଭିନୟ କରିଥିଲେ; ଆଗରୁ ସେ କେବଳ ବି-ଗ୍ରେଡ୍‌ ଫିଲ୍ମରେ ହିଁ କାମ କରିଥିବାରୁ କେବଳ ଏହି ଫିଲ୍ମ ମାଧ୍ୟମରେ କ୍ୟାରିୟର ଗଢ଼ିବାକୁ ସେ ସୁଯୋଗ ଊଂଡ଼ୁଥିଲେ; କିନ୍ତୁ ସେ ସୁଭାଷଙ୍କ ଇଚ୍ଛା ଅନୁଯାୟୀ ସଟ୍‌ ଦେଇପାରୁ ନବାରୁ ସୋନିକାଙ୍କ ଉପରେ ବାରମ୍ବାର ବିରକ୍ତ ହେବା ସହ ତାଙ୍କୁ ଗାଳି ମଧ୍ୟ କରୁଥିଲେ; ତେଣୁ ସୋନିକା ବହୁତ ଡିପ୍ରେସ ରହୁଥିଲେ
ଫିଲ୍ମର ଶୁଟିଂ ଶେଷ ହେବା ପରେ ଏହାର ରାପ୍‌ଅପ୍‌ ପାର୍ଟିରେ ମଧ୍ୟ ସୁବାସ ଓ ସୋନିକାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା; ତେଣୁ ତାଙ୍କୁ ଲାଗିଲା ଯେ ସୁଭାଷ ଜାଣିଶୁଣି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଛନ୍ତି; ତେଣୁ ସେ ବହୁତ ରାଗିଯିବା ସହ ଡିପ୍ରେସ ହୋଇଥିଲେ; ତେଣୁ ସେ ନିଜ ହାତର ଶିରା କାଟି ଦେଇଥିଲେ; ଏ ଘଟଣା ସାମ୍ନାକୁ ଆସିବା ପରେ ସୋନିକାଙ୍କୁ ଏହା ବିଷୟରେ ପଚାରିବାରୁ ସେ ଚୁପ ରହିଥିଲେ; ସୁଭାଷ କିନ୍ତୁ କହିଥିଲେ ଯେ ସୋନିକା ହାତ କାଟିଥିବାର କାରଣ ତାଙ୍କ ବ୍ୟକ୍ତିଗତ ସମସ୍ୟା

LEAVE A REPLY

Please enter your comment!
Please enter your name here