‘ବାହୁବଳି’ ଫିଲ୍ମର ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଅଭିନେତା ସୁପରଷ୍ଟାର ପ୍ରଭାସ ସାଙ୍ଗରେ ପ୍ରେମ ସମ୍ପର୍କ ଏବଂ ବିବାହ ଖବରକୁ ନେଇ ବହୁତ ଚର୍ଚ୍ଚାରେ ରହିଥିଲେ; କିନ୍ତୁ ଅନୁଷ୍କା ଏବଂ ପ୍ରଭାସ ସବୁବେଳେ ଗଣମାଧ୍ୟମରେ ସାମ୍ନାରେ ସେମାନେ ପରସ୍ପର ପ୍ରିୟ ବନ୍ଧୁ ବୋଲି କହିଥାନ୍ତି; ନିକଟରେ ରଣଜୀ କ୍ରିକେଟରଙ୍କୁ ବାହା ହେବେ ବୋଲି ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା; କିନ୍ତୁ ଏବେ ତାଙ୍କ ବିଷୟରେ ଅଲଗା କିଛି ଶୁଣିବାକୁ ମିଳୁଛି
ରିପୋର୍ଟ ଅନୁସାରେ ଅନୁଷ୍କା ଜଣେ ବିବାହିତ ଫିଲ୍ମ ନିର୍ଦେଶକଙ୍କ ସହିତ ଡେଟ ରେ ରହିଛନ୍ତି; ସେ ପ୍ରତିଷ୍ଠିତ ନିର୍ଦେଶକ କେ.ରାଘବେନ୍ଦ୍ର ରାବଙ୍କର ପୁଅ ପ୍ରକାଶ କୋବଲାମୁଡ଼ିଙ୍କ ସହିତ ଡେଟ କରୁଛନ୍ତି; ସେହିପରି ଏହା ମଧ୍ୟ କୁହାଯାଇଛି ଖୁବ ଶୀଘ୍ର ସେମାନେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି; ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଖବର ଦ୍ରୁତ ଗତିରେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି; ପ୍ରକାଶ ପ୍ରଥମରୁ ବିବାହିତ; ପ୍ରକାଶ ୨୦୧୪ ମସିହାରେ ଜଣାଶୁଣା ଲେଖିକା କାନିକା ଢ଼ିଲନଙ୍କ ସହିତ ବିବାହ କରିଛନ୍ତି; କିନ୍ତୁ ସେ ଏବେ ନିଜ ପତ୍ନୀଙ୍କ ଠାରୁ ଅଲଗା ହୋଇସାରିଛନ୍ତି; କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଅଲଗା ହେବା ପାଇଁ କୋର୍ଟରେ ଅପିଲ କରିଥିଲେ ମଧ୍ୟ ଏ ଯାଏଁ କୋର୍ଟରୁ କିଛି ସୂଚନା ମିଳିନାହିଁ
ପ୍ରକାଶ କଙ୍ଗନା ରନୱତ ଅଭିନୀତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ରେ ଫିଲ୍ମର ନିର୍ଦେଶକ ଭାବେ ପ୍ରକାଶ ବଲିଉଡରେ ଆସିଥିଲେ; କାନିକା ଏହି ଫିଲ୍ମର ଲେଖିକା ରହିଥିଲେ; ଅଭିନେତ୍ରୀ ଅନୁଷ୍କା ଏବଂ ପ୍ରକାଶଙ୍କ ସାକ୍ଷାତ ଫିଲ୍ମ ‘ସାଇଜ ଜିରୋ’ର ସୁଟିଂ ସମୟରେ ହୋଇଥିଲା; କିନ୍ତୁ ସେମାନଙ୍କ ତରଫରୁ ତାଙ୍କର ଏହି ସମ୍ପର୍କକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ

LEAVE A REPLY

Please enter your comment!
Please enter your name here