ଖେଳାଳି ମାନେ ସର୍ବଦା ଲୋକପ୍ରିୟ ଥାନ୍ତି; କିନ୍ତୁ ବେଳେ ବେଳେ ସେମାନେ କଣ୍ଟ୍ରୋଭର୍ସିକୁ ଆସିଥାନ୍ତି; ଯେତେବେଳେ ତାଙ୍କ ନାଁରେ କିଛି ସ୍କ୍ୟାଣ୍ଡଲ ବା ବିବାଦୀୟ ତଥ୍ୟ ଆସିଥାଏ; ବହୁତ ଆଗରୁ ସେନ ବର୍ନ ମଧ୍ୟ ସେକ୍ସ ସ୍କ୍ୟାଣ୍ଡଲ ପାଇଁ ଚର୍ଚ୍ଚାରେ ରହିଥିଲେ; କିନ୍ତୁ ଏବେ ଟିନୋ ବେଷ୍ଟ, ୱେଷ୍ଟ ଇଂଡିଜ଼ର ପୂର୍ବତନ ଖେଳାଳି ନିଜର ଆତ୍ମକଥା ‘mind the windows : my story’ରେ ଲେଖିଛନ୍ତି ଯେ ସେ ତାଙ୍କ ୧୧ ବର୍ଷ କ୍ରିକେଟ କ୍ୟାରିଅରରେ ୨୦୦୩ ରୁ ୨୦୧୪ ମଧ୍ୟରେ ସାରା ଦେଶର ପାଖାପାଖି ୫୦୦-୬୫୦ ଝିଅଙ୍କ ସହ ଶାରୀରିକ ସମ୍ପର୍କ ରଖିସାରିଛନ୍ତି; ସେ ନିଜକୁ ‘ପ୍ଲେ ବୟ’ ଓ ଅତ୍ୟନ୍ତ କାମୁକ ଶ୍ରେଣୀୟ ବ୍ୟକ୍ତି ବୋଲି କହିଛନ୍ତି; କିନ୍ତୁ ସେ କହିଛନ୍ତି ଯେ ସେ କେବେ କୌଣସି ଝିଅଙ୍କ ସହ ଧୋକାବାଜି କରି ନାହାନ୍ତି କିମ୍ବା କାହା ସହ ରିଲେସନରେ ରହିନାହାନ୍ତି; ସେ ସିଧା ସିଧା ଝିଅଙ୍କୁ ଡେଟରେ ନେଇ କୁହନ୍ତି ଯେ ମୁଁ ମସ୍ତି ପାଇଁ ଏଭଳି କରୁଛି; ମୋର ଆଉ କୌଣସି ମତଲବ ନାହିଁ; ତାପରେ ସେ ସେ ଝିଅ ସହ ଶାରୀରିକ ସମ୍ପର୍କ ରଖିଥାନ୍ତି; ସେ ଆହୁରି କହିଛନ୍ତି ଯେ ଦୁନିଆ ସାରା ଝିଅ ମଧ୍ୟରେ ଅଷ୍ଟ୍ରେଲିଆ ଝିଅମାନେ ତାଙ୍କୁ ବେଶୀ ପସନ୍ଦ, ସେମାନଙ୍କ ଶରୀର ବହୁତ ଆକର୍ଷଣୀୟ କାରଣ ସେମାନେ ଫିଟନେସ ପାଇଁ ବେଶୀ ଧ୍ୟାନ ଦିଅନ୍ତି
ଟିନୋ ଯୁବପିଢିଙ୍କୁ ଏକ ସନ୍ଦେଶ ମଧ୍ୟ ଦେଇଛନ୍ତି ଯେ ‘ମତେ କପି କରନ୍ତୁ ନାହିଁ କି କୌଣସି ଝିଅ ସହ ଧୋକାବାଜି କରନ୍ତୁ ନାହିଁ’

LEAVE A REPLY

Please enter your comment!
Please enter your name here