ଦୁନିଆରେ ସମସ୍ତ କାର୍ଯ୍ୟରେ ପୁରୁଷଙ୍କୁ ପ୍ରାଧାନ୍ୟ ଦିଆଯାଏ । ଏ ପରମ୍ପରା ଆଜିର ନୁହେଁ ପୁରାଣ ଶାସ୍ତ୍ର ଯୁଗର । ସବୁ ଯୁଗରେ ହିଁ ପୁରୁଷ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଆସିଛି । କିନ୍ତୁ ଆଜି ଦୁନିଆର ସବୁ ଜାଗାରେ ନାରୀଙ୍କୁ ସମ୍ମାନ ସହିତ ଉଚିତ୍ ଅଧିକାର ଦବା ପାଇଁ ପୁରୁଷ ସମାଜ ହିଁ ଆଗକୁ ଆସିଛି । ଏବେ ଦୁନିଆର ସବୁ କୋଣରେ ନାରୀ ମାନଙ୍କ ପାଇଁ ଅଧିକ ସୁବିଧା ସୁରକ୍ଷା ଯୋଗେଇ ଦିଆ ଯାଉଛି କାହିଁକିନା ସେମାନଙ୍କ ପାଇଁ ବରାବରୀର ଅଧିକାର ଆଈନ୍ ପ୍ରଣୟନ କରାଯାଇଛି ।

କିନ୍ତୁ ଆପଣଙ୍କୁ ଏମିତି ଏକ ଜାଗାର କଥା କହିବାକୁ ଯାଉଛୁ ଯେଉଁଠି ପୁରୁଷ ମାନଙ୍କୁ ନାରୀ ହୋଇ ବଞ୍ଚିବାକୁ ପଡୁଛି । ନାରୀ ମାନଙ୍କ ଠୁ ବଞ୍ଚିବାକୁ ପୁରୁଷ ଏଠି ନାରୀ ର ବେଶ ପୋଷାକ ଧାରଣ କରିଥାଏ । ଏକୁଟିଆ ବୁଲିଲେ ବଳାତ୍କାରିଣୀ ମାନଙ୍କ ଡର ଖାଇ ଥାଏ । ହଁ ଆଜ୍ଞା ଆପଣ ବିଲକୁଲ୍ ଠିକ୍ ଶୁଣୁଛନ୍ତି । ଏଠି ନାରୀମାନେ ଯବରଦସ୍ତି କରନ୍ତି ପୁରୁଷ ସହ । ଏଠି ସମ୍ପୂର୍ଣ୍ଣ ଅଧିକାର ନାରୀ ମାନଙ୍କୁ ମିଳିଛି । ଏହି ଜାଗାରେ ପୁରୁଷ ମାନେ ନାରୀ ଭଳି ଘର କାମ କରନ୍ତି । ଯେମିତି ଆମ ସମାଜରେ ନାରୀ ମାନଙ୍କ କାମ ଠିକ୍ ସେହିଭଳି ସେଠାରେ ପୁରୁଷ ମାନଙ୍କ କାମ ।

ଏ ଜାଗା ହେଉଛି ନର୍ଦନ୍ ନାଇଜେରିଆର ତୁଆରେଗ୍ ଟ୍ରାଇବେଲ୍ କମ୍ୟୁନିଟି । ଏ ଜାଗା ଦୁନିଆର ଏକ ଭିନ୍ନ ଜାଗା ।

ସବୁଠୁ ବଡ଼ କଥା ହେଲା ଏଠି ପୁରଷଙ୍କୁ ନିଜ ଇଜ୍ଜତ ବଞ୍ଚେଇବା ପାଇଁ ଲୁଚିବାକୁ ପଡିଥାଏ । ଏଠି ନାରୀ କରେ ପୁରୁଷ କାମ ଆଉ ପୁରୁଷ ନାରୀର ।

LEAVE A REPLY

Please enter your comment!
Please enter your name here