ଏହି ଦେବୀ ମନ୍ଦିରରେ ଭୋଗଲାଗି ହୁଏ ବିରିୟାନୀ !!

0
564

ବିଭିନ୍ନ ମନ୍ଦିରରେ ଦେବାଦେବୀଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥାଏ; କିନ୍ତୁ ତାମିଲନାଡୁରେ ଥିବା ମାତା ମୁନିୟାନ୍ଦୀଙ୍କ ମନ୍ଦିରରେ କିଛି ନିଆରା ପରମ୍ପରା ରହିଛି; ଏଠାରେ ମା’ ଙ୍କ ପାଖରେ ଭକ୍ତ ବିରିୟାନୀ ଭୋଗ ଲାଗି କରାଇଥାନ୍ତି; ଏହି ମନ୍ଦିରଟି ମଦୁରାଇ ଜିଲାର ଓ୍ବଡ଼କ୍କମ୍‌ ପଟ୍ଟି ଗାଁରେ ରହିଛି; ବର୍ଷରେ ଥରେ ଦେବୀଙ୍କ ପାଖରେ ଏକ ନିଦ୍ଦିଷ୍ଟ ଉତ୍ସବ ସମୟରେ ବିରିୟାନୀ ଭୋଗଲାଗି ହୋଇଥାଏ

୧୯୭୩ଠାରୁ ଏକ ଉତ୍ସବ ଜରିଆରେ ଏହି ପରମ୍ପରା ପାଳିତ ହୋଇଆସୁଛି; ଏକ ବିରିୟାନୀ ହୋଟେଲ ମାଲିକ ଗୁରୁ ସ୍ୱାମୀ ନାଇଡୁ ନିଜ ହୋଟେଲର ଭଲ ବ୍ୟବସାୟ ପାଇଁ ସେ ମାତାଙ୍କଠାରେ ପ୍ରତିବର୍ଷ ବିରିୟାନୀ ଲାଗି କରିବାକୁ ମାନସିକ କରିଥିଲେ; ତାଙ୍କ ହୋଟେଲର ଭଲ ଆୟ ହେବାରୁ ଏହି ହୋଟେଲ ନାମ ମଧ୍ୟ ସେ ମା’ ଙ୍କ ନାମରେ ମୁନିୟାନ୍ଦୀ ରଖିଥିଲେ; ତେଣୁ ପରବର୍ତ୍ତୀ ସମୟରେ ବିଭିନ୍ନ ହୋଟେଲ ମାଲିକମାନେ ମିଶି ଏହି ଉତ୍ସବ ପାଳନ କରୁଛନ୍ତି; ପ୍ରତିବର୍ଷ ଏହି ମନ୍ଦିରରେ ଏଭଳି ବିରିୟାନୀ ଭୋଗଲାଗି କରିବା ପ୍ରଥା ସେଦିନଠାରୁ ଆରମ୍ଭ ହୋଇଛି; ତେବେ ୨୦୧୯ରେ ୨ କ୍ୱିଣ୍ଟାଲ ଚାଉଳ, ଶହେ ଛେଳି, ୬ ଶହ କୁକୁଡାରେ ବିରିୟାନୀ ପ୍ରସ୍ତୁତ କରାଯାଇଥିଲା; ଏହାକୁ ପୂଜା ପରେ ୮ ହଜାରରୁ ଅଧିକ ଭକ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥିଲା

LEAVE A REPLY

Please enter your comment!
Please enter your name here