କୋଭିଡ-୧୯ ମହାମାରୀ ର ହେତୁ ଏବେ ସାଇବର ଚିଟର ମାନେ ଅନ୍‌ଲାଇନ୍‌ ଫ୍ରଡ଼୍‍ କରି ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଚୋରି କରିନେଉଥିବାରୁ ସାଇବର ଠକମାନଙ୍କ ପ୍ରତି ସତର୍କ ରହିବା ପାଇଁ ସିବିଆଇ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ କରିଛି

ଏଥି ପୂର୍ବରୁ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ) ଓ ପିଏନ୍‌ବି(ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌) ମଧ୍ୟ ତା’ର ଗ୍ରାହକଙ୍କୁ ଏହି ଅନ୍‌ଲାଇନ୍‌ ଫ୍ରଡ୍‌ ପାଇଁ ସତର୍କ କରାଇଛି; ଏବେ ବ୍ୟାଙ୍କ୍‌ ଅଫ୍‌ ବରୋଦା ମଧ୍ୟ ତା’ର ଗ୍ରାହକଙ୍କୁ ଅନ୍‌ଲାଇନ୍‌ ଫ୍ରଡ୍‌ ସମ୍ପର୍କରେ ସୋସିଆଲ୍‌ ମିଡିଆ ଓ ବ୍ୟକ୍ତିଗତ ସୂଚନା ମାଧ୍ୟମରେ ଅବଗତ କରାଇବା ସହ ସତର୍କ କରାଇଛି ବ୍ୟାଙ୍କ୍‌ ଅଫ୍‌ ବରୋଦା ଟ୍ଵିଟ୍‌ ଓ ମେସେଜ୍‌ ଜରିଆରେ ତା’ର ଗ୍ରାହକଙ୍କୁ କହିଛି ଆପଣଙ୍କ ପାଖକୁ [email protected] ନିକଟରୁ ଯଦି କୈାଣସି ମାଗଣା କୋଭିଡ୍‌ ଟେଷ୍ଟିଂ ଇ-ମେଲ୍‌ ମେସେଜ୍‌ ଆସେ ତେବେ ଏହାକୁ କ୍ଲିକ୍‌ ନକରିବାକୁ‌ ପରାମର୍ଶ ଦେଇଛି; ବ୍ୟାଙ୍କ୍‌ ଅଫ୍‌ ବରୋଦା ଆହୁରି କହିଛି ଯେ ହ୍ୟାକ୍‌ରସ୍‌ ୨୦ ଲକ୍ଷ ଭାରତୀୟଙ୍କ ଇ-ମେଲ୍‌ ଠିକଣା ଚୋରାଇ ନେଇଛି; ଏମାନଙ୍କ ନିକଟକୁ ଫ୍ରି କରୋନା ଟେଷ୍ଟ ମେସେଜ ଜରିଆରେ ବ୍ୟାଙ୍କ୍‌ ସମ୍ବନ୍ଧୀୟ ସୂଚନା ଚୋରି କରିବାକୁ ଚେଷ୍ଟା କରିପାରେ

ହ୍ୟାକ୍‌ରସ୍‌ମାନେ ବିଶେଷ କରି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ୍‌ ଓ ଚେନ୍ନାଇ ସହରର ଲୋକଙ୍କୁ ମାଗଣା କରୋନା ଟେଷ୍ଟ ଜରିଆରେ ଫେକ୍‌ ମେସେଜ୍‌ ଦେଇ ଏକାଉଣ୍ଟରୁ ଟଙ୍କା ଚୋରି କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି; ଯଦି ଅଜାଣତରେ ହ୍ୟାକର୍‌ସ୍‌ଙ୍କୁ ଆପଣ କୌଣସି ବ୍ୟକ୍ତିଗତ ସୂଚନା ଦିଅନ୍ତି ତେବେ ନିଜେ ଅସୁବିଧାର ସମୁଖୀନ ହେବା ସହ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ ବୋଲି ବ୍ୟାଙ୍କ୍‌ ସତର୍କ କରାଇଛି

LEAVE A REPLY

Please enter your comment!
Please enter your name here