ଦିନକୁ ଦିନ ମଣିଷ ନୂଆ ନୂଆ ରୋଗର ଶୀକାର ହେଉଛି । ଏମିତି କି ଅଧିକାଂଶ ମଣିଷ ମାନଙ୍କ ପାଖରେ କିଛି ନା କିଛି ରୋଗ ନିଶ୍ଚିତ ଅଛି। କେବେ କେବେ ଆସ୍ଥମା ଦ୍ବାରା ବ୍ୟକ୍ତିଙ୍କର ଜୀବନ ମଧ୍ୟ ଚାଲିଯଇଥାଏ । ଅସ୍ଥମା ଆଟାକ ଆସିବା ପରେ ଶ୍ବାସ ନଳୀ ପୁରାପୂରୀ ଭାବରେ ବନ୍ଦ ହୋଇଯାଏ। ଯାହ ଦ୍ବାରା ଶରୀରର ଅଙ୍ଗକୁ ଅମ୍ଳଜାନ ପହଁଚିପାରେ ନାହିଁ।
କେମିତି ପାଇ ପାରିବେ ଅସ୍ଥମା ରୋଗରୁ ମୁକ୍ତି:-
ଅସ୍ଥମା ରୋଗରେ ଅଦା ଓ ରସୁଣ ର ସେବନ କରିବା ବହୁତ ଲାଭ ଦାୟକ ହୋଇଥାଏ। ଏହା ପାଇଁ ଗୋଟିଏ ଗ୍ଲାସ କ୍ଷୀରରେ ରସୁଣର ଚାରି-ପାଞ୍ଚ କୋଲାକୁ ପକାଇ ଗରମ କରନ୍ତୁ। ସବୁବେଳେ ରସୁଣ ଏବଂ କ୍ଷୀରର ସେବନ କରିବା ଦ୍ବାରା ଆପଣଙ୍କ ଅସ୍ଥମା ରୋଗ ଠୁ ମୁକ୍ତି ମିଳି ପାରିବ।
-ସକାଳ ସଞ୍ଜରେ ଖାଇବା ପରେ ଅଧା କପ୍ ଜୁଆଣିର ରସ ପିଅନ୍ତୁ।
ଏହାଛଡା ଗରମ ପାଣିରେ ଜୁଆଣି ପକାଇ ବାଂଫ ନେବା ଦ୍ବାରା ଅସ୍ଥମା ରୋଗର ସମସ୍ୟା ଠିକ୍ ହୋଇ ଯାଇଥାଏ।
ଅସ୍ଥମା ରୋଗୀମାନଙ୍କ ପାଇଁ ମହୁର ସେବନ ବହୁତ ଲାଭଦାୟକ ହୋଇଥାଏ। ଅସ୍ଥମା ଆକ୍ରମଣ ଆସିବାରେ ମହୁକୁ ଶୁଙ୍ଘିଲେ ଆରାମ ମିଳିଥାଏ।
ଏହାଛଡା ଦିନକୁ ଦୁଇ କି ତିନି ଥର ଗୋଟିଏ ଗିଲାସ ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ବାରା ଅସ୍ଥମା ଭଳି ମାରାତ୍ମକ ରୋଗ ଠିକ୍ ହୋଇଯାଇଥାଏ ।

LEAVE A REPLY

Please enter your comment!
Please enter your name here