ଓବାମାଙ୍କ ପରେ ଐସର୍ୟା ରାୟ ବି କ୍ରିସମସ ପାଳନ କଲେ କ୍ୟାନ୍ସର୍ ପିଡୀତ ଛୁଆ ମାନଙ୍କ ସହିତ । ଐସର୍ୟା ରାୟ ବଚ୍ଚନ୍ ଏହି କ୍ରିସମସ କୁ କିଛି ଅଲଗା ରୂପରେ ପାଳନ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ଟାଟା ମେମୋରିଆଲ୍ ହସପିଟାଲରେ ଆନୁଆଲ୍ ଡେ ସହିତ କ୍ୟାନ୍ସର୍ ପିଡୀତ ଛୁଆ ମାନଙ୍କ ସହିତ କ୍ରିସମସ ପାଳନ କରି ଚର୍ଚ୍ଚା ସାଉଁଟିଛନ୍ତି ।
ଛୁଆ ମାନେ ବେସ୍ ଖୁସିଥିଲେ ଐସର୍ୟାଙ୍କୁ ପାଖରେ ପାଇ, ସେମାନେ ନିଜ ନିଜର କଳା ପଦର୍ଶନ କଲେ । ଫଟୋରେ ଜଣା ପଡୁଥିଲା ଛୁଆମାନଙ୍କ ଖୁସି । ଏମିତି ଲାଗୁଥିଲା ଯେମିତି ସେମାନେ ଅଣ୍ଟା ଭିଡ଼ି ଛିଡ଼ା ହୋଇଛନ୍ତି କ୍ୟାନ୍ସର୍ ଭଳି ଭୟଙ୍କର ରୋଗ ସହିତ ଲଢ଼ିବା ପାଇଁ ।
ଐସର୍ୟା ଛୁଆ ମାନେ ବୁଣି ଥିବା ରଙ୍ଗୋଲି ଦେଖିଲେ ତାପରେ ଛୁଆ ମାନଙ୍କ ଚିତ୍ରାଂକନ ବି ଦେଖିଲେ , ସବୁ ଛୁଆଙ୍କ ସହିତ ସେଲ୍ଫି ନେଲେ । ସେ ମଧ୍ୟ ବହୁତ ଉପଭୋଗ କରିଥିଲେ ଆନୁଆଲ୍ ଡେ ଆଉ କ୍ରିସମସ ର ।
କିଛି ଦିନ ପୂର୍ବରୁ ଐସର୍ୟା ଏବଂ ଅଭିଷେକଙ୍କୁ ବି ଦେଖିବାକୁ ମିଳିଥିଲା ଧିରୁଭାଇ ଅମ୍ବାନୀ ସ୍କୁଲ୍ ର ଆନୁଆଲ୍ ଡେ ରେ । ଏଥିରେ ତାଙ୍କ ଝିଅ ଆରାଧ୍ୟା ବି ନୃତ୍ୟ ରେ ଅଂଶ ଗ୍ରହଣ କରିଥିଲେ ।
ଏ ଦିଲ୍ ହେ ମୁଷ୍କିଲ୍ ଫିଲ୍ମ ପରେ ଐସର୍ୟା ଅଭିଷେକଙ୍କ ସହିତ ୯ ବର୍ଷ ପରେ ଆଉ ଗୋଟେ ଫିଲ୍ମ ରେ ଆସୁଛନ୍ତି, ସେ ଫିଲ୍ମ ଟି ବହୁତ ଶୀଘ୍ର ଆପଣଙ୍କ ସାମ୍ନାକୁ ଆସିବ । ଫିଲ୍ମଟିର ନାମ ‘ଗୁଲାମ ଜମୁନ୍’ ରଖା ଯାଇଛି । ଫିଲ୍ମକୁ ଅନୁରାଗ କଶ୍ୟପ୍ ନିର୍ଦ୍ଦେଶନା ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here