ଓଁ” ଶବ୍ଦର ଅର୍ଥ କଣ ଓ ଏହାକୁ ଉଚ୍ଚାରଣ କଲେ ଶରୀରରେ କିପରି ସକାରାତ୍ମକ ଉର୍ଜା ଜାଗ୍ରତ ହୁଏ ଆସନ୍ତୁ ଜାଣିବା

0
564

ପ୍ରତି ମନ୍ତ୍ରରେ “ଓଁ” ଶବ୍ଦ ରହିଛି; ଓଁ ହେଉଛି ପ୍ରତି ମନ୍ତ୍ରର କେନ୍ଦ୍ରବିନ୍ଦୁ; ଓଁ ଶବ୍ଦର ଆଦ୍ୟ ନାହିଁ କି ଅନ୍ତ ମଧ୍ୟ ନାହିଁ; ଓଁ ଶବ୍ଦର ଅର୍ଥ ଉପନିଷଦରେ “ଅ, ଉ, ମ” ଧ୍ୱନି ରହିଛି ଯାହା  ବ୍ରହ୍ମI, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ, ଯାହା ପୁରା ବିଶ୍ୱବ୍ରହ୍ମାଣ୍ଡକୁ ଭୂ-ଲୋକ ଓ ସ୍ୱର୍ଗ-ଲୋକକୁ ସୂଚାଏ; ଏହି ଶବ୍ଦ ବିସ୍ତାର ବା ବିସ୍ତୃତିକୁ ସୂଚାଏ; ଶାସ୍ତ୍ରମତ ଅନୁଯାୟୀ “ଓଁ” ଶବ୍ଦର ଅର୍ଥ ୧୦୦ପ୍ରକାର ରହିଛି; ଯାହାକୁ ନିର୍ଣ୍ଣୟ କରିବା କାହା ପକ୍ଷେ ସମ୍ଭବପର ନୁହେଁ; ମୁନିଋଷି ମାନେ ତପସ୍ୟାରେ ବସିଥିବା ବେଳେ “ଓଁ” ଶବ୍ଦ ଉଚ୍ଚାରଣ କରି ତାଙ୍କ ସାଧନା ସିଦ୍ଧ କରିଥାନ୍ତି; ଓଁ ଶବ୍ଦ ଉଚ୍ଚାରଣ କରି ଆମେ ଆମ ଶରୀରର ସକାରାତ୍ମକ ଉର୍ଜା ସଂଚାର କରିବା ସହ ପଞ୍ଚଭୂତକୁ ଜାଗ୍ରତ କରିପାରିବା
“ଓଁ” ଶବ୍ଦକୁ ପ୍ରତିଦିନ ପ୍ରାତଃକାଳରେ ଉଠି ସ୍ନାନାଦି କର୍ମ ସାରି ଶୁଦ୍ଧତାର ଧ୍ୟାନ ରଖି ୫, ୭, ୧୦, ୨୧ ଥର ପଦ୍ମାସନ, ଅର୍ଦ୍ଧପଦ୍ମାସନ, ସୁଖାସନ ଓ ବଜ୍ରIସନରେ ବସି ଜୋରରେ ବା ଧୀରେ ଧୀରେ ଉଚ୍ଚାରଣ କରିପାରିବେ ; ଓଁ ଶବ୍ଦକୁ ମାନସିକ ରୂପେ ଦୁଇ କପାଳର ମଝିରେ ଓ ଛାତିରେ ଲେଖନ୍ତୁ; ଏହାଦ୍ୱାରା ଶରୀର ଓ ମନରେ ଏକାଗ୍ରତା ବୃଦ୍ଧି ହୁଏ; ହୃଦସ୍ପନ୍ଦନ, ରକ୍ତସଂଚାଳନ ଠିକରେ ହୋଇଥାଏ; “ଓଁ” ଶବ୍ଦ ଉଚ୍ଚାରଣ ଫଳରେ ମାନସିକ ଅବସାଦ ଦୂର ହେବା ସହ ମାନସିକ ଶାନ୍ତି ଓ କାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରାପ୍ତ ହୋଇଥାଏ; ଏହି ଶବ୍ଦ ଉଚ୍ଚାରଣ ଦ୍ୱାରା ମଧ୍ୟ ଗ୍ରନ୍ଥି ମାନଙ୍କରେ ଶବ୍ଦଟି ପ୍ରକମ୍ପିତ ହୋଇ ଶରୀରରେ ଥିବା ନିସୃତ ହର୍ମୋନ ପ୍ରବାହ ଗୁଡିକ ସନ୍ତୁଳିତ ହୋଇଥାଏ, ଯଦ୍ୱାରା ଶରୀରରେ ଅନେକ ଅସାଧ୍ୟ ରୋଗ ନିୟନ୍ତ୍ରଣ ହୋଇପାରିଥାଏ

LEAVE A REPLY

Please enter your comment!
Please enter your name here