#ମି ଠୁ ଅଭିଯୁକ୍ତ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ସହାନୁଭୂତି ଜଣାଇବାକୁ ଯାଇ ଅସୁବିଧାରେ ପଡିଛନ୍ତି ଗାୟକ ସୋନୁ ନିଗମ୍‌ । ଗାୟିକା ସୋନା ମହାପାତ୍ର ଏଥିପାଇଁ  ସୋନୁ ନିଗମଙ୍କୁ ତୀବ୍ର ସମାଲୋଚନା କରିଛନ୍ତି  | ସେ  ସମାଲୋଚନା କରି କହିଛନ୍ତି, ‘ଜଣେ କୋଟିପତି ଏବେ କାମ ପାଉ ନଥିବାରୁ ଏତେ ଦୟା? ତାଙ୍କ ପରିବାର ନିର୍ଯାତିତ ହେଉଛନ୍ତି ବୋଲି ଏତେ ସହାନୁଭୂତି? ଆଉ ଯେତେବେଳେ ତାଙ୍କ ଦ୍ୱାରା ଯେତେବେଳେ ଝିଅ ଓ ମହିଳାମାନେ ନିର୍ଯାତିତ ହେଉଥିଲେ?. ଏତେ ସବୁ ପରେ ବି ଯଥେଷ୍ଟ ହେଲାନି କି ମନ ବୁଝିଲାନି! ଆହୁରି ପ୍ରମାଣ ଦରକାର ତୁମକୁ? ଧନ୍ୟ କହିବ.’ ଏହିପରି କଟୁ ଶବ୍ଦ ପ୍ରୟୋଗ କରି ସୋନୁ ନିଗମଙ୍କୁ ନିଜ ଟୁଇଟର ଦ୍ୱାରା ସମାଲୋଚନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ #ମି ଠୁରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଅନୁ ମଲ୍ଲିକଙ୍କୁ ଜଣେ ‘ଯୌନ ଶିକାରୀ’ ବୋଲି  କହିଥିଲେ ଗାୟିକା ସୋନା ମହାପାତ୍ର। #ମି ଠୁରେ ଅଭିଯୁକ୍ତ ହେବା ପରେ ସଂଗୀତ ଜଗତରେ ଅନୁ ମଲ୍ଲିକ ବାସନ୍ଦ ହୋଇଯାଇଥିଲେ  |

ଏହିପରି ସ୍ଥିତି ରେ ଅନୁ ମଲ୍ଲିକଙ୍କୁ ସମର୍ଥନ କରି ଗାୟକ ସୋନୁ ନିଗମ କହିଥିଲେ, ‘ବିନା ପ୍ରମାଣରେ ଅନୁ ମଲ୍ଲିକଙ୍କ ଉପରେ ଏତେ ବଡ଼ ଆରୋପ ଲଗା ଯାଇଥିଲେ ସୁଦ୍ଧା ଏ ଯାଏ ସେ ଚୁପ ରହିଛନ୍ତି। ଏହି ଅଭିଯୋଗ ଦ୍ୱାରା ତାଙ୍କ ପରିବାରର ସୁନାମ ଉପରେ ଆଞ୍ଚ ଆସିବା ସହ ତାଙ୍କ ପରିବାର ମାନସିକ ନିର୍ଯ୍ୟାତନା ପାଇଛନ୍ତି” |

LEAVE A REPLY

Please enter your comment!
Please enter your name here