ସେମାନେ କଲେଜ୍ ରେ ପଢ଼ୁଥିବା ବେଳେ ବହା ହବ ବୋଲି କହିଥିଲା । ପୁଅର ଏହି ପଦିଏ କଥାରେ ନିଜର ସବୁକିଛି ସମର୍ପି ଦେଇଥିଲା ଝିଅ । କିନ୍ତୁ ସେ ଜାଣିନଥିଲା ସ୍ୱାର୍ଥପର ପ୍ରେମକର ମନରେ କଣ ଚଲିଛି । ପରେ ସେହି ଅନ୍ତରଙ୍ଗ ସମୟର ଭିଡ଼ିଓ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ ପ୍ରେମିକ । ଏଥିରେ ପ୍ରେମିକା ରାଜି ନହେବାରୁ ସହି ଭିଡିଓକୁ ସୋଶିଆଲ ମିଡିଆରେ ଭାଇରାଲ୍‌ କରି ଦେଇଥିଲା । ଏପରି ଘଟଣା କନ୍ଧମାଳ ଜିଲ୍ଲା ରେ ଘଟିଛି ।

ଗତ ସପ୍ତାହ ତଳେ ଗୋଟିଏ ଅଶ୍ଲୀଳ ଭିଡ଼ିଓ ସୋଶିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା । ୧ ମିନିଟ ୧୧ ସେକେଣ୍ଡ୍ ରେ ଏହି ଭିଡିଓରେ ଜଣେ ଆଦିବାସୀ ନାବାଳିକାଙ୍କ ସହିତ ଜଣେ ଯୁବକ ଶାରୀରିକ ସମ୍ପର୍କ ରଖିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିହେବ ନାହିଁ କି ଦେଖେଇ ହେବନାହିଁ । ତେବେ ଭିଡିଓଟି ଭାଇରାଲ୍‌ ହେଉଥିବା ଦେଖି ସମ୍ପୃକ୍ତ ନାବାଳିକା ଙ୍କ ମା’ ଏନେଇ ଗତକାଲି ଜି.ଉଦୟଗିରି ର ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଭିଡିଓରେ ଥିବା ଯୁବକ ପ୍ରୟାଗରାଜ ନାୟକ ଓରଫ ପ୍ରିନ୍ସକୁ ଗିରଫ ହୋଇଥିଲା।  ଏପରିକି ପ୍ରିନ୍ସ ର ଘରୁ ବହୁ ଆପତ୍ତିଜନକ ଜିନିଷ ଯବତ କରିଥିଲେ। ଯେଉଁଥିରେ ବିଭିନ୍ନର ବ୍ରାଣ୍ଡ୍ ର କଣ୍ଡୋମ, ଉତ୍ତେଜକ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ।

ପ୍ରିନ୍ସ ଓ ୧୭ ବର୍ଷୀୟା ନାବାଳିକା ଏକ ମହାବିଦ୍ୟାଳୟ ରେ ପ୍ଲସ ଟୁରେ ପଢ଼ନ୍ତି । ଉଭୟ ଏକାଠି ପାଠ ପଢ଼ୁଥିବା ବେଳେ ପରସ୍ପରକୁ ଭଲ ପାଇଥିଲେ । ନାବାଳିକାଙ୍କ ସରଳତାର ସୁଯୋଗ ନେଇ ପ୍ରିନ୍ସ ବିବାହର ପ୍ରତିଶ୍ରୁତି ଦେଇ ଅଗଷ୍ଟ ୨୦୧୮ରେ ତା’ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଏପରିକି ଅନ୍ତରଙ୍ଗ ସମୟର ଭିଡିଓ ରେକଡିଂ କରିବା ସହିତି କିଛି ଫଟୋ ଉଠାଇଥିଲା ।  ପରେ ଉକ୍ତ ଭିଡିଓ ଦେଖାଇ ଝିଅ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ପାଇଁ ଉଦ୍ୟମ କରିଥିଲା ଯୁବକ । ମାତ୍ର ଏଥିରେ ନାବାଳିକା ରାଜି ନହେବାରୁ ଅନ୍ତରଙ୍ଗ ସମୟର ଭିଡିଓ ସୋଶିଆଲ ମିଡିଆରେ ଛାଡ଼ି ଦେବାକୁ ଧମକ ଦେଉଥିଲା ପୁଅ । ଆଉ ସତକୁ ସତ ସେ ସେହି ଭିଡିଓକୁ ଭାଇରାଲ୍‌ କରିଦେଇ ଥିଲା ବୋଲି ନାବାଳିକା ଥାନାରେ ଦେଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ଅଛି ॥

LEAVE A REPLY

Please enter your comment!
Please enter your name here