Home Entertainment ଓଲିଉଡ଼ ଅଭିନେତ୍ରୀ ଏଲିନାଙ୍କୁ ପୂର୍ବତନ ପ୍ରେମିକ କହି ଦାବି କଲେ ଜଣେ ଯୁବକ, ଆଣିଲେ ସଂଗୀନ...

ଓଲିଉଡ଼ ଅଭିନେତ୍ରୀ ଏଲିନାଙ୍କୁ ପୂର୍ବତନ ପ୍ରେମିକ କହି ଦାବି କଲେ ଜଣେ ଯୁବକ, ଆଣିଲେ ସଂଗୀନ ଅଭିଯୋଗ !!

0
14

‘ଅଭିନେତ୍ରୀ ଏଲିନା ମୋର ପୂର୍ବତନ ପ୍ରେମିକା, ସପ୍ତମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସେ ମୋ ସହ ସମ୍ପର୍କରେ ଥିଲା,ଏବେ ସେ ଏକଥା ଆଉ ମାନିବନି, ବଡ଼ ଅଭିନେତ୍ରୀ ହେଇଗଲାଣି, ସେ ମତେ ଛାଡ଼ିଦେଲା କହିଲା, ତୋର ଔକାତ୍‌ ନାହିଁ, କହିଲା ମୋର ଏଥର ହନୁଭବ ମହାନ୍ତି ଏମ୍‌ପି ଅଛି ଏବଂ ନବୀନ ପଟ୍ଟନାୟକ ଅଛି ମୁଁ ସେମାନଙ୍କର ଗର୍ଲଫ୍ରେଣ୍ଡ ହେବି’; ଏମିତି ଏକ କମେଣ୍ଟ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ପାଇଁ ଆସିଛି; ସୋଶାଲ୍‌ ମିଡିଆରେ ଅଶ୍ୱିନ୍‌ କୁମାର ସାହୁ ନାମକ ଜଣେ ଯୁବକ ଦେଇଥିବା ଏହି କମେଣ୍ଟଟି ଭାଇରାଲ୍‌ ହେବାରେ ଲାଗିଛି

ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଜନ୍ମଦିନ ଅବସରରେ ସୋଶାଲ୍‌ ମିଡିଆରେ ଶେଆର କରାଯାଇଥିବା ଏକ ଖବରର କମେଣ୍ଟ ବକ୍ସରେ ଯୁବକ ଜଣଙ୍କ ଏହି କମେଣ୍ଟ ଦେଇଛନ୍ତି; ଯୁବକଙ୍କର ଏହି କମେଣ୍ଟରେ ଆଉ କିଛି ଫେସ୍‌ବୁକ୍‌ ବ୍ୟବହାରକାରୀ ଏମିତି ପ୍ରେମିକାକୁ ତମେ ହାତଛଡା କେମିତି କରିଦେଲ ବୋଲି ତାଶ୍ଚଲ୍ୟ କରି କମେଣ୍ଟ କରିଥିବା ବେଳେ ଆଉ କିଛି ଲୋକ ଏଲିନା ସ୍ୱପ୍ନରେ ତୁମ ପ୍ରେମିକା ହୋଇଥିବ ବୋଲି ଲେଖିଛନ୍ତି; ଯୁବକ ଦେଇଥିବା କମେଣ୍ଟରେ କେତେ ସତ୍ୟତା ରହିଛି ତାହା କିଛି ଜଣାପଡ଼ିନି; କିଛି ଲୋକ ଜଣେ ଅଭିନେତ୍ରୀଙ୍କୁ ନେଇ ଏମିକି କମେଣ୍ଟ କରି ତାଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଥିବା ଯୁବକକୁ ଦଣ୍ଡ ଦିଆଯାଉ ବୋଲି ଲେଖିଛନ୍ତି

ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋଟ ‘କିଏ ହେବ ମୋ ହିରୋଇନ୍‌ ସିଜନ୍‌-୧’ର ବିଜୟିନୀ ହେବା ପରେ ଏଲିନା ଓଲିଉଡ୍‌ରେ ପାଦ ଥାପିଥିଲେ; ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁହି ତୁ’; ଏଥିରେ ତାଙ୍କ ସହ ଅଭିନେତା ଅରିନ୍ଦମ୍ ଅଭିନୟ କରିଥିଲେ ଯାହା ୨୦୧୫ରେ ରିଲିଜ୍‌ ହୋଇଥିଲା ଏବଂ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା; ତା’ପରେ ଏଲିନା ‘ଅଭୟ’, ‘ଲଭ୍‌ ଷ୍ଟେସନ୍‌’, ‘କାବୁଲା ବାର ବୁଲା’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ହାପି-ଲକି’ ପରି ଫିଲ୍ମରେ କାମ କରିଥିଲେ

NO COMMENTS

LEAVE A REPLY

Please enter your comment!
Please enter your name here