Home Entertainment କଙ୍ଗନାଙ୍କ ଦାବି : ରଣବୀର ସିଂହ, ରଣବୀର କପୁର, ଆୟାନ୍ ମୁଖାର୍ଜୀ ଓ ଭିକି କୌଶିକଙ୍କ...

କଙ୍ଗନାଙ୍କ ଦାବି : ରଣବୀର ସିଂହ, ରଣବୀର କପୁର, ଆୟାନ୍ ମୁଖାର୍ଜୀ ଓ ଭିକି କୌଶିକଙ୍କ ଡ୍ରଗ୍ ଟେଷ୍ଟ କରାଯାଉ !!

0
11

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେଠାରୁ ଡ୍ରଗ୍ସ ମାମା ସାମ୍ନାକୁ ଆସିଛି, ବଲିଉଡ୍ ଷ୍ଟାର୍ ଅଭିନେତ୍ରୀ କଙ୍ଗନା ରାନାୱତ ସେବେଠାରୁ କଙ୍ଗନା ବଲିଉଡକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି; ପୂର୍ବରୁ କଙ୍ଗନା କହିଥିଲେ ଯେ ବଲିଉଡର ୯୯ ପ୍ରତିଶତ ଲୋକେ ଡ୍ରଗ୍ସ ସେବନ କରନ୍ତି; ଏପରିକି କଙ୍ଗନା କହିଥିଲେ ଯେ ଯଦି ତାଙ୍କୁ ସୁରକ୍ଷା ଦିଆଯିବ, ତାହେଲେ ସେ ବଲିଉଡରେ ଡ୍ରଗ୍ସ ମାଫିଆଙ୍କ ପର୍ଦ୍ଦାଫାସ କରିଦେବେ

ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ଟ୍ୟାଗ୍ କରି କଙ୍ଗନା ଏକ ଟୁଇଟ୍ କରିଛନ୍ତି ଓ କହିଛନ୍ତି ‘ରଣବୀର ସିଂହ, ରଣବୀର କପୁର, ଆୟାନ୍ ମୁଖାର୍ଜୀ ଏବଂ ଭିକି କୌଶିକଙ୍କର ଡ୍ରଗ୍ ଟେଷ୍ଟ ପାଇଁ ବ୍ଲଡ୍ ସାମ୍ପଲ୍ ଦେବାକୁ ମୁଁ ଅନୁରୋଧ କରୁଛି, ଶୁଣିବାକୁ ମିଳୁଛି ଯେ ଏମାନେ ସବୁ କୁଆଡ଼େ ‘କୋକିନ୍’ର ନିଶାଖୋର୍, ତେଣୁ ମୁଁ ଚାହୁଁଛି ଲୋକେ ଏସବୁ ଗୁଜବକୁ ଖଣ୍ଡନ କରନ୍ତୁ, କାରଣ ଏହି ଯୁବ ଅଭିନେତାମାନେ ନିଜର ଅଭିନୟ ଦ୍ୱାରା ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଯୋଗାଉଛନ୍ତି ଏବଂ ଏଥିପାଇଁ ଏମାନଙ୍କୁ କ୍ଲିନ୍ ସାମ୍ପଲ୍ ଦେବା ଦରକାର’I request Ranveer Singh, Ranbir Kapoor, Ayan Mukerji, Vicky Kaushik to give their blood samples for drug test, there are rumours that they are cocaine addicts, I want them to bust these rumours, these young men can inspire millions if they present clean samples @PMOIndia 🙏 https://t.co/L9A7AeVqFr

– Kangana Ranaut (@KanganaTeam) September 2, 2020

ରିୟା ଚକ୍ରବର୍ତ୍ତୀଙ୍କ ଏକ ଚାଟ୍ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ଗୌରବଙ୍କ ସହ କଥିତ ଭାବେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହେଉଥିଲେ; ତେବେ ଏହାକୁ ଖଣ୍ଡନ କରି ଗୌରବ କହିଥିଲେ ଯେ ‘ଏହା ସବୁ ଗୁଜବ, ମୁଁ ସୁଶାନ୍ତ ସିଂହ ରାଜପୁତଙ୍କୁ କେବେବି ଭେଟିନାହିଁ, କିନ୍ତୁ ୨୦୧୭ରେ ମୁଁ ରିୟାଙ୍କୁ ସାକ୍ଷାତ କରିଥିଲି’; ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦୁଇଜଣଙ୍କୁ ଗିରଫ କରିଛି

NO COMMENTS

LEAVE A REPLY

Please enter your comment!
Please enter your name here