କଙ୍ଗନାଙ୍କ ଦ୍ୱାରା ଅଭିନୀତ ଜୟଲଳିତାଙ୍କ ବାୟୋପିକ ଫିଲ୍ମ ‘ଥଲାଇଭି’ର ପୋଷ୍ଟର ଟ୍ୱିଟରରେ ରିଲିଜ ହେବାରୁ ଲୁକକୁ ନେଇ ଟ୍ରଲର ଶିକାର ହେଲେ ସେ

0
359

ତାମିଲନାଡୁର ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ଜୟଲଳୀତାଙ୍କ ଜୀବନ ଉପରେ ଆଧାରିତ ଏକ ବାୟୋପିକ ଫିଲ୍ମ ‘ଥଲାଇଭି’ ଏ. ଏଲ୍‌ ବଜୟଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି। ଏଥିରେ କଙ୍ଗନା ରାଣାୱତ ଜୟଲଳିତା ରୋଲ୍‌ରେ ଅଭିନୟ କରୁଛନ୍ତି। ଆଉ ଗତକାଲି କଙ୍ଗନାଙ୍କ ଫିଲ୍ମର ଫାଷ୍ଟ୍‌ ଲୁକ୍‌ ପୋଷ୍ଟରକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର୍ କରିଛନ୍ତି।

ଏହି ଫିଲ୍ମର କାହାଣୀ ତାଙ୍କ ଅଭିନୟ କ୍ୟାରିୟରର ଆରମ୍ଭରୁ କରି ସେ ରାଜନିତୀରେ କିପରି ଆସିଲେ ଓ ରାଜନୀତିରେ ଆସିବା ପରେ ସେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିଥିଲେ ତାହା ଦେଖିବାକୁ ମିଳିବ। ଏହି ଫିଲ୍ମର କାହାଣୀ ‘ବାହୁବଲି’ ଫିଲ୍ମର ରାଇଟର ଫେମ୍‌ ବିଜୟେନ୍ଦ୍ର ପ୍ରସାଦ ଲେଖିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଜୁନ୍‌ ୨୬ରେ ରିଲିଜ୍‌ ହେବାକୁ ଯାଉଛି।

ଏହି ପୋଷ୍ଟରକୁ ଶେଆର କରି ରଙ୍ଗୋଲି ଟ୍ୱିଟରରେ ଲେଖିଛନ୍ତି ଯେ,”ଜୟଳଲିତା ପ୍ରସିଦ୍ଧ ଥିଲେ ବୋଲି ତାଙ୍କ କାହାଣୀ ଏବେବି କୁହାଯିବାକୁ ବାକି ରହିଛି। ‘ଥଲାଇଭି’ ଚରିତ୍ର ଭାବେ ଆସୁଛନ୍ତି କଙ୍ଗନା ରାଣାୱତ। ଖୁବ ଶୀଘ୍ର ଏହି ଫିଲ୍ମ ୨୦୨୦ ଜୁନ୍ ୨୬ରେ ପରଦାକୁ ଆସିବ।”

କଙ୍ଗନା ଏହି ପୋଷ୍ଟରରେ ପୂରା ଅଜବ ଦେଖାଯାଉଛନ୍ତି। ଏମିତି ମେକଅପ ସେ ନେଇଛନ୍ତି ଯେ ହଠାତ୍ କେହି ଜଣେ ଜାଣିପାରିବେନି ଯେ ସେ କଙ୍ଗନା ବୋଲି କାରଣ ଜୟଲଳିତାଙ୍କ ଭଳି ଦେଖାଯିବା ପାଇଁ ତାଙ୍କୁ ଏହିଭଳି ମେକ୍‌ଅପ୍ ଦିଆଯାଇଛି।

ଅନ୍ୟପକ୍ଷରେ କଙ୍ଗନାଙ୍କ ଲୁକ୍‌କୁ ଅନେକ ଲୋକ ପସନ୍ଦ କରି ନାହାନ୍ତି। ଫ୍ୟାନ୍‌ମାନେ ତାଙ୍କର ଏହି ଲୁକ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି, ତେଣୁ ଟ୍ରଲ କରିବା ଆରମ୍ଭ କରିଦେଇଛନ୍ତି | ସେମାନଙ୍କ ମତରେ ପୋଷ୍ଟରରେ କଙ୍ଗନା ନା ନିଜ ଭଳି ଦେଖାଯାଉଛନ୍ତି ନା ଜୟଲଳିତାଙ୍କ ଭଳି ଲାଗୁଛନ୍ତି। ମେକ୍‌ଅପ୍‌ ଉଚ୍ଚମାନର ହୋଇନାହିଁ ବୋଲି ଲୋକେ କହିଛନ୍ତି।

କଙ୍ଗନାଙ୍କ ଅନେକ ଫ୍ୟାନ ମାନଙ୍କ ଭିତରୁ ଜଣେ ଟ୍ୱିଟର୍‌ରେ ଲେଖିଛନ୍ତି ଯେ, ‘ଏଇ ମେକ୍‌ ଅପ୍‌ ତାଙ୍କୁ ମାନୁନି, ଅରିଜିନାଲ୍‌ ଭଳି ସେ ଦିଶୁନାହାନ୍ତି। ମୁଁ କଙ୍ଗନାଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌। କିନ୍ତୁ ଜାଣିନି କାହିଁକି ଲାଗୁଛି ଯେ ଏହା ତାଙ୍କ ପାଇଁ ମଜାକ୍‌ ହୋଇଯିବନି ତ।’ ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି ଯେ, ‘ମେକ୍‌ଅପ୍‌ ଓ ଲୁକ୍‌ରେ କଙ୍ଗନା ଭୟଙ୍କର ଲାଗୁଛନ୍ତି। ଏହା ପ୍ରକୃତ ଲୁକ୍‌ ସହ ଆଦୌ ମ୍ୟାଚ୍‌ କରୁନାହିଁ।’ ଆଉଜଣେ ଲେଖିଛନ୍ତି, ‘ଆଜି ପର୍ଯ୍ୟନ୍ତ ଭିତରେ ଦେଖାଯାଇଥିବା ସବୁଠୁ ହାସ୍ୟାସ୍ପଦ ପୋଷ୍ଟର।’

LEAVE A REPLY

Please enter your comment!
Please enter your name here