ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କର ପୁଣି ଏକ ବୟାନ ଚର୍ଚା ଜୋର ଧରିଛି; ସେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହିବା ପରେ ତାଙ୍କୁ ଅନେକ ସେଲିବ୍ରିଟି ସମାଲୋଚନା କରିଥିଲେ; ଫଳରେ ବିବାଦ ତୀବ୍ର ହେବାର ଲାଗିଛି; ତେଣୁ ଯାହା ପରେ କଙ୍ଗନା ରଣାଓ୍ବତ ସେମାନଙ୍କୁ ଓପନ ଚାଲେଞ୍ଜ ଦେଇ କହିଛନ୍ତି ‘ସେପ୍ଟମ୍ବର ୯ରେ ମୁମ୍ବାଇ ଯିବି, ଯଦି ଦମ୍ ଅଛି ଅଟକାଇ ଦେଖାଅ’ ; ଶିବସେନା ନେତା ସଞ୍ଜୟ ରାଓ୍ବତ ଏବଂ ମୁମ୍ବାଇର ଅନେକ ଲୋକ ମୁମ୍ବାଇ ନ ଆସିବା ପାଇଁ ତାଙ୍କୁ ପୂର୍ବରୁ ପରାମର୍ଶ ଦେଉଥିଲେ

ବିଜେପି ନେତା ପରବେଶ ସିଂହ ସାହିବଙ୍କ ଟ୍ବିଟର ପ୍ରତିକ୍ରିୟା ଦେଇ କଙ୍ଗନା ଏବେ କହିଛନ୍ତି- ‘ମୁଁ ଦେଖୁଛି ଲୋକମାନେ ମୁମ୍ବାଇ ନ ଆସିବାକୁ ଲୋକମାନେ ମୋତେ ଧମକ ଦେଉଛନ୍ତି, ଏଣୁ ଏବେ ମୁଁ ନିଷ୍ପତି ନେଇଛି ମୁମ୍ବାଇ ଯିବି, ସେପ୍ଟେମ୍ବର ୯ରେ ମୁମ୍ବାଇ ଯିବି, ଯେଉଁ ସମୟରେ ମୁମ୍ବାଇ ପହଞ୍ଚିବି ସେହି ସମୟ ମୁଁ ସମସ୍ତଙ୍କ ସହ ନିଶ୍ଚିତ ସେୟାର କରିବି, ଯଦି ଦମ୍ ଅଛି ଅଟାକାଇ ଦେଖାଅ’

ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର କହିବା ପରେ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ନେତା କଙ୍ଗନାଙ୍କୁ ନିନ୍ଦା କରିଛନ୍ତି; ଏପରିକି କଙ୍ଗନା କ୍ଷମା ମାଗନ୍ତୁ ବୋଲି କଂଗ୍ରେସ କହିଛି; ଏହା ପୂର୍ବରୁ ବଲିଉଡରେ ଡ୍ରଗ୍ ଲିଙ୍କ୍ ବାବଦରେ କିଛି ଜାଣିଛନ୍ତି ଯଦି ତାଙ୍କ ସୁରକ୍ଷା ଦିଆଯାଏ, ସେ ନାରକୋଟିକ୍ସ ବ୍ୟୁରୋକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି; ଏହା ଉପରେ ମଧ୍ୟ ବିଜେପି ନେତା ରାମ କଦମ ମହାରାଷ୍ଟ୍ର ସରକାରଙ୍କୁ ଟ୍ବିଟ୍ କରି ପ୍ରଶ୍ନ ଉଠାଇଥିଲେ ଯାହାର ଜବାବ ମଧ୍ୟ ରଖିଥିଲେ କଙ୍ଗନା

LEAVE A REPLY

Please enter your comment!
Please enter your name here