ଫିଲ୍ମ ଜଗତରେ ନୂଆ କରି ପାଦ ରଖିଥିବା କିଶୋରୀ ସାରା ଅଲି ଖାନ୍ ସୈଫ୍ ଅଲି ଖାନ୍ ଙ୍କ ଝିଅ ଆଉ ବହୁଚର୍ଚ୍ଚିତ ପୂର୍ବତନ ଅଭିନେତ୍ରୀ ଯିଏକି ତାଙ୍କ ସମୟରେ ସବୁ ଯୁବକଙ୍କ ହୃଦୟର ସ୍ପନ୍ଦନ ପାଲଟି ଥିଲେ ସର୍ମୀଲା ଟ୍ୟଗୋରଙ୍କ ନାତୁଣୀ । 

ସାରା ଖାନ୍ ଙ୍କ ଫିଲ୍ମ “କେଦାରନାଥ୍” ପୂର୍ବ ସପ୍ତାହରେ ରିଲିଜ୍ ହୋଇଥିଲା । ଫିଲ୍ମ ଟି ବକ୍ସ ଅଫିସ ରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ସାରା ଆଉ ଅଭିନେତା ସୁଶାନ୍ତ ଙ୍କ ଅଭିନୟକୁ ଦର୍ଶକ ମାନେ ଖୁବ୍ ଭଲପାଉଛନ୍ତି ଆଉ ପ୍ରଶଂସା ମଧ୍ୟ କରୁଛନ୍ତି ।

ଫିଲ୍ମ ଟି ଏଇ ଦୁଇ ସପ୍ତାହ ଭିତରେ ୫୦ କୋଟି ରୁ ଅଧିକ ଇନ୍କମ୍ କରି ସାରିଲାଣି । 

ସାରା ଅଲି ଖାନ୍ ଗୋଟିଏ ଇଣ୍ଟରଭ୍ୟୁରେ କହିଛନ୍ତି: ମୋ ଜେଜେମା କେଦାରନାଥ୍ ଦେଖିସାରିବି ପରେ ମୋ ମା’ ଅମୃତା ସିଂ କୁ ଫୋନ୍ କରି ମୋର ବହୁତ ପ୍ରଶଂସା କରିଛନ୍ତି ଆଉ ଜେଜେମା କହିଲେ ତାଙ୍କର ସମସ୍ତ ବନ୍ଧୁ ବାନ୍ଧବ ତାଙ୍କୁ ଫୋନ୍ କରି କେଦାରନାଥ୍ ଆଉ ମୋର ପ୍ରଶଂସା ମଧ୍ୟ କରୁଛନ୍ତି ।
ମୁଁ ବହୁତ ଖୁସି ଏଥିପାଇଁ ଅଛି ଯେ ମୋ ପାଇଁ ଆମ ପରିବାର ୩୦ ସେକଣ୍ଡ୍ ପାଇଁ ଯୋଡ଼ି ହୋଇ ଯାଇଥିଲେ । 
ଆପଣଙ୍କୁ କହି ଦଉଛୁ ଯେ ପଟ୍ଟୋଧି ପରିବାରର ସମସ୍ତ ସଦସ୍ୟ ଅଲଗା ଅଲଗା ରୁହନ୍ତି । ସୈଫ୍ ଅଲି କରିନାକୁ ବାହା ହବା ପରେ ସେ କରିନାଙ୍କ ପାଖରେ ରୁହନ୍ତି ।

LEAVE A REPLY

Please enter your comment!
Please enter your name here